Advertisment

ଏହି ଦୁଇ ଟିମ ନିଶ୍ଚିତ ବିଶ୍ୱକପ ସେମିକୁ ଯିବେ ବୋଲି କହିଲେ ବୀରେନ୍ଦ୍ର ସେହୱାଗ

ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନ ଭାରତ ଓ ଇଂଲଣ୍ଡ ବିପକ୍ଷ ଲଢ଼େଇକୁ ଅପେକ୍ଷା କରିଛନ୍ତି। ଏଥିସହ ରୋହିତ ଶର୍ମାଙ୍କ ଭାରତ ବିଶ୍ୱକପ ଜିତିବାର ସମ୍ଭାବନା ଯଥେଷ୍ଟ ଅଧିକ ଥିବା ସେ କହିଛନ୍ତି।

author-image
Hemant Lenka
Sehwag

Sehwag

ଆସନ୍ତା ଦିନିକିଆ ବିଶ୍ୱକପର ମ୍ୟାଚ୍‌ ସୂଚୀ ଘୋଷଣା ହେବା ପରେ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ବିଶ୍ୱକପର ଉଦଘାଟନୀ ମ୍ୟାଚ୍‌ ୨୦୧୯ର ରନର୍ସ ଅପ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବ। ଅକ୍ଟୋବର ୫ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ।

Advertisment

ଭାରତ ବିଶ୍ୱକପର ଆୟୋଜନ କରୁଥିବା ବେଳେ ଦଳର ଅଭିଯାନ ଅକ୍ଟୋବର ୮ରୁ ଅଷ୍ଟ୍ରେଲିଆ ବିପକ୍ଷରୁ ଆରମ୍ଭ ହେବ। କ୍ରିକେଟର ଏହି ମହାକୁମ୍ଭକୁ ଆଉ କିଛି ମାସ ବାକି ଥିବାରୁ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଟିମଗୁଡ଼ିକର ପ୍ରସ୍ତୁତି ଓ କମ୍ବିନେସନ ଉପରେ କ୍ରିକେଟ ପଣ୍ଡିତମାନେ ଆଲୋଚନା କରିବାରେ ଲାଗିଛନ୍ତି।

ନିକଟରେ ଟିମ ଇଣ୍ଡିଆର ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗ ଚଳିତ ବର୍ଷ କେଉଁ ଦୁଇ ଟିମ ନିଶ୍ଚିତ ଭାବେ ସେମି ଫାଇନାଲକୁ ଯିବେ, ତା’ର ପୂର୍ବାନୁମାନ କରିଛନ୍ତି। ଏଥିସହ ଭାରତ ଓ ପାକିସ୍ତାନ ମଧ୍ୟ ସେମିକୁ ଯିବାର ସମ୍ଭାବନା ଥିବା ସେ କହିଛନ୍ତି।

Advertisment

ସେ କହିଛନ୍ତି, “ଯଦି ମୋତେ ୪ଟି ଟିମ ବାଛିବାକୁ କୁହାଯାଏ, ତା’ହେଲେ ମୁଁ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ ଓ ପାକିସ୍ତାନକୁ ବାଛିବି। ଏମାନେ ସେମି ଫାଇନାଲ ଖେଳିପାରନ୍ତି। କିନ୍ତୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ନିଶ୍ଚିତ ଭାବେ ସେମି ଖେଳିବେ ବୋଲି ମୋର ବିଶ୍ୱାସ।

କାରଣ ସେମାନେ ଏବେ ଯେଉଁଭଳି ଖେଳ ପ୍ରଦର୍ଶନ କରୁଛନ୍ତି, ସେମାନଙ୍କୁ ଅଟକାଇବା କଷ୍ଟକର। ଏହି ଦୁଇ ଟିମ ଟ୍ରଫି ପାଇଁ ଦାବିଦାର। ସବ କଣ୍ଟିନେଣ୍ଟରେ ଭଲ କ୍ରିକେଟ ଖେଳିବାର କୌଶଳ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପାଖରେ ରହିଛି। ସବ କଣ୍ଟିନେଣ୍ଟରେ ମ୍ୟାଚ୍‌ ଜିତିବା କଳା ଏହି ଦୁଇ ଟିମ ଜାଣିଛନ୍ତ।”

ଅନ୍ୟପକ୍ଷରେ ଶ୍ରୀଲଙ୍କାର କିମ୍ବଦନ୍ତୀ କ୍ରିକେଟର ମୁଥିଆ ମୁରଲୀଧରନ ଭାରତ ଓ ଇଂଲଣ୍ଡ ବିପକ୍ଷ ଲଢ଼େଇକୁ ଅପେକ୍ଷା କରିଛନ୍ତି। ଏଥିସହ ରୋହିତ ଶର୍ମାଙ୍କ ଭାରତ ବିଶ୍ୱକପ ଜିତିବାର ସମ୍ଭାବନା ଯଥେଷ୍ଟ ଅଧିକ ଥିବା ସେ କହିଛନ୍ତି।

ମୁରଲୀଧରନ କହିଛନ୍ତି, “ମୁଁ ଭାରତ-ଇଂଲଣ୍ଡ ଲଢ଼େଇକୁ ଅପେକ୍ଷା କରିଛି। କିନ୍ତୁ ଘରୋଇ ପରିବେଶରେ ଖେଳୁଥିବାରୁ ଭାରତ ବିଶ୍ୱକପ ଜିତିବାର ଅଧିକ ସମ୍ଭାବନା ରହିଛି। ଭାରତୀୟ କ୍ରିକେଟରମାନେ ଏଠାରେ ମ୍ୟାଚ୍‌ କେମିତି ଜିତିବାକୁ ପଡ଼େ, ତା’କୁ ବୁଝିଛନ୍ତି। ନିଶ୍ଚିତ ଭାବେ ଏହା ଏକ ଭଲ ମ୍ୟାଚ ହେବ। ମୁଁ ଭାରତ-ଇଂଲଣ୍ଡ ମ୍ୟାଚ ଦେଖିବାକୁ ଚାହେଁ।”

ଭାରତ ତା’ର ବିଶ୍ୱକପ ଅଭିଯାନ ଅକ୍ଟୋବର ୮ରେ ଆରମ୍ଭ କରିବାକୁ ଥିବା ବେଳେ ୧୫ ତାରିଖରେ ପାକିସ୍ତାନକୁ ଭେଟିବ। ଏହି ମ୍ୟାଚ୍‌ରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

Virender Sehwag ICC Men’s Cricket World Cup 2023