Advertisment

ଫେବୃଆରୀ ୨୦ରୁ କଟକରେ ଜାତୀୟ କବାଡି ଚାମ୍ପିୟଶିପ

ଟୁର୍ଣ୍ଣାମେଣ୍ଟରେ ୩୦ଟି ରାଜ୍ୟର ୪୦୦ରୁ ଅଧିକ ଖେଳାଳି ଭାଗ ନେବେ।

author-image
Hemant Lenka
ଅଦ୍ୟତନ ହୋଇଛି
Kabadi

Kabadi

ପ୍ରଥମଥର ପାଇଁ ଓଡ଼ିଶାରେ ଖେଳା ଯିବ ଜାତୀୟ ସିନିୟର କବାଡି ଚାମ୍ପିୟନଶିପ। ଆସନ୍ତା ଫେବୃଆରୀ ୨୦ରୁ ୨୩ ତାରିଖ ଯାଏ ୭୧ତମ ଜାତୀୟ ପୁରୁଷ ସିନିୟର କବାଡି ଚାମ୍ପିୟନଶିପ କଟକର ଜବାହାରଲାଲ ନେହରୁ ଇନଡୋର ଷ୍ଟାଡିୟମରେ ଆୟୋଜନ ହେବ। 

Advertisment

ଆମେଚର କବାଡି ଫେଡେରେସନ ଅଫ ଇଣ୍ଡିଆ ଓ ଓଡ଼ିଶା କବାଡି ଆସୋସିଏସନ୍ ପକ୍ଷରୁ ଏହି ଚମ୍ପିୟାନଶିପକୁ ଆୟୋଜନ କରାଯାଉଛି। ରାଜ୍ୟ ସରକାର ମଧ୍ୟ ଏହି ଚାମ୍ପିୟନଶିପରେ ସହଯୋଗ କରିବେ। ଟୁର୍ଣ୍ଣାମେଣ୍ଟରେ ୩୦ଟି ରାଜ୍ୟର ୪୫୦ରୁ ଅଧିକ ଖେଳାଳି ଭାଗ ନେବେ। ସେହିପରି ପ୍ରତିଯୋଗିତାରେ ୫ଟି ଡିପାର୍ଟମେଣ୍ଟାଲ ଦଳ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଏହା ସିନୟର ଚାମ୍ପିୟନଶିପ ହୋଇଥିବାରୁ ବିଭିନ୍ନ ରାଜ୍ୟରୁ ଭାରତକୁ ପ୍ରତିନିଧିତ୍ୱ କରୁଥିବା ଷ୍ଟାର କବାଡି ଖେଳାଳି ଓ ପ୍ରୋ କବାଡି ଲିଗରେ ଭାଗ ନେଇ ନିଜର ଜଲୱା ଦେଖାଉଥିବା ଖେଳାଳିମାନେ ମଧ୍ୟ ଅଂଶଗ୍ରହଣ କରିବେ ବୋଲି ଓଡ଼ିଶା କବାଡି ଆସୋସିଏସନର ସମ୍ପାଦକ ଅଜୟ ବେହେରା ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “ଦେଶର ସମସ୍ତ ରାଜ୍ୟର ଦଳଗୁଡ଼ିକ ଚାମ୍ପିୟନଶିପରେ ଭାଗ ନେବେ। ଏହାବାଦ ୫ଟି ଅଫିସିଆଲ ଦଳ- ସର୍ଭିସେସ, ଇଣ୍ଡିଆନ ରେଲୱେ, ବ୍ୟାଙ୍କ ସ୍ପୋର୍ଟସ, ଇଲେକ୍ଟ୍ରିସିଟି ବୋର୍ଡ ଓ ମେଜର ପୋର୍ଟସ ମ୍ୟାଚ୍‌ ଖେଳିବେ। ଖେଳାଳି ଓ ଅଫିସିଆଲଙ୍କୁ ମିଶାଇ ମୋଟ ୭୫୦ ଜଣ ଚାମ୍ପିୟନଶିପରେ ସାମିଲ ହେବେ।

ଚାମ୍ପିୟନଶିପର ଓପନିଂ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗା ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଉଦଯାପନୀ ଉତ୍ସବରେ କିଛି କେନ୍ଦ୍ରମନ୍ତ୍ରୀ ଯୋଗଦେବେ। ପ୍ରଥମଥର ପାଇଁ ଓଡ଼ିଶାରେ ସିନିୟର କବାଡି ଚାମ୍ପିୟନଶିପ ଆୟୋଜନ ହେଉଛି। 

Odisha Kabadi