ଅଷ୍ଟ୍ରେଲିଆନ ଓପନ୍‌ରୁ ସେରେନା ଆଉଟ୍‌

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ୍‌ ୨୦୧୯ରୁ ଅପ୍ରତ୍ୟାଶିତ ଭାବେ ସେରେନା ୱିଲିୟମସ୍‌ ବିଦାୟ ନେଇଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ କାରୋଲିନା ପ୍ଲିସକୋଭାଙ୍କଠାରୁ ପରାସ୍ତ ହୋଇ ସେରେନାଙ୍କ ଅଷ୍ଟ୍ରେଲିଆନ ଓପନ୍‌ ଅଭିଯାନର ପରିସମାପ୍ତି ଘଟିଛି। ୨ ଘଣ୍ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଚାଲଥିବା ଏହି ମ୍ୟାଚ୍‌ରେ କାରୋଲିନା, ସେରେନାଙ୍କୁ ୬-୪, ୪-୬, ୭-୫ ସେଟ୍‌ରେ ପରାସ୍ତ କରି ସେମିଫାଇନଲ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ସେମିଫାଇନାଲ୍‌ରେ ସେ ନାଓମି ଓସାକାଙ୍କୁ ଭେଟିବେ। ବିଶ୍ଵ  ନମ୍ବର ୱାନ୍‌ ସିମୋନା ହାଲେପ୍‌ଙ୍କୁ ହରାଇ ସେରେନା କ୍ୱାର୍ଟର […]

serena williams

Rakesh Mallick
  • Published: Wednesday, 23 January 2019
  • , Updated: 23 January 2019, 02:12 PM IST

ମେଲବର୍ଣ୍ଣ: ଅଷ୍ଟ୍ରେଲିଆନ ଓପନ୍‌ ୨୦୧୯ରୁ ଅପ୍ରତ୍ୟାଶିତ ଭାବେ ସେରେନା ୱିଲିୟମସ୍‌ ବିଦାୟ ନେଇଛନ୍ତି। କ୍ୱାର୍ଟର ଫାଇନାଲ୍‌ରେ କାରୋଲିନା ପ୍ଲିସକୋଭାଙ୍କଠାରୁ ପରାସ୍ତ ହୋଇ ସେରେନାଙ୍କ ଅଷ୍ଟ୍ରେଲିଆନ ଓପନ୍‌ ଅଭିଯାନର ପରିସମାପ୍ତି ଘଟିଛି।

୨ ଘଣ୍ଟା ୧୦ ମିନିଟ୍‌ ପର୍ଯ୍ୟନ୍ତ ଚାଲଥିବା ଏହି ମ୍ୟାଚ୍‌ରେ କାରୋଲିନା, ସେରେନାଙ୍କୁ ୬-୪, ୪-୬, ୭-୫ ସେଟ୍‌ରେ ପରାସ୍ତ କରି ସେମିଫାଇନଲ୍‌ରେ ସ୍ଥାନ ପକ୍କା କରିନେଇଛନ୍ତି। ସେମିଫାଇନାଲ୍‌ରେ ସେ ନାଓମି ଓସାକାଙ୍କୁ ଭେଟିବେ।

ବିଶ୍ଵ  ନମ୍ବର ୱାନ୍‌ ସିମୋନା ହାଲେପ୍‌ଙ୍କୁ ହରାଇ ସେରେନା କ୍ୱାର୍ଟର ଫାଇନାଲକୁ ଆସିଥିଲେ। ତେବେ ଏହି ପରାଜୟ ସହ ତାଙ୍କର ୨୪ତମ ଗ୍ରାଣ୍ଡସ୍ଲାମ୍‌ ଜିତି ମାର୍ଗରେଟ୍‌ କୋର୍ଟସ୍‌ଙ୍କ ସହ ସମକକ୍ଷ ହେବା ଆଶା ଧୂଳିସାତ ହୋଇଯାଇଛି।

Related story