Advertisment

ଯୌନ ଶୋଷ ଅଭିଯୋଗ: ମହିଳା ଭାରତୀୟ କୁସ୍ତିଯୋଦ୍ଧାମାନେ ପୁଣି ଧାରଣାରେ ବସିଲେ

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ପୁଣି ଅଲୋଚନାକୁ ଅସିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
return to Jantar Mantar protest

return to Jantar Mantar protest

ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ମୁଖ୍ୟ ତଥା ଅନ୍ୟ ପ୍ରଶିକ୍ଷକମାନେ ମହିଳା ରେସଲରଙ୍କୁ ଯୌନ ଶୋଷଣ କରୁଥିବା ଅଭିଯୋଗ ପୁଣି ଅଲୋଚନାକୁ ଅସିଛି। ଏହି ଅଭିଯୋଗ ସହ ଘଟଣାକୁ ବିରୋଧ କରୁଥିବା ମହିଳା ଭାରତୀୟ କୁସ୍ତିଯୋଦ୍ଧାମାନେ ପୁଣି ଆଜି ଦିଲ୍ଲୀର ଜନ୍ତର ମନ୍ତରକୁ ଫେରିଛନ୍ତି। ସେମାନେ ଧାରଣା ଦେବା ସହ ପୁଲିସରେ ସାନି ଏତଲା ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରେ ଏହି ଯୌନ ଶୋଷଣ ଅଭିଯୋଗ ଉଠିଥିଲା।  ଫେଡେରେସନ୍ ମୁଖ୍ୟ ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ କେନ୍ଦ୍ର ଦିଲ୍ଲୀର କନନାଟ୍ ପ୍ଲେସ୍ ଥାନାରେ ୭ ଜଣ ମହିଳା କୁସ୍ତିଯୋଦ୍ଧା ଯୌନ ଉତ୍ପୀଡ଼ନ ଅଭିଯୋଗ କରିଥିଲେ। ଏବେ ମଧ୍ୟ ସମାନ ଧରଣର ଏତଲା ହୋଇଛି। ତେବେ ଏହି ଏତଲାକୁ ଭିତ୍ତି କରି ପୁଲିସ କୌଣସି ମାମଲା ରୁଜୁ କରିନାହିଁ ବୋଲି ରେସଲର ସାକ୍ଷୀ ମଲିକ୍ କହିଛନ୍ତି।

Advertisment

ସେ ଗଣମାଧ୍ୟମକୁ କହିଛନ୍ତି, ଏହି ପ୍ରସଙ୍ଗରେ ସରକାରୀ ପ୍ୟାନେଲ୍ ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ସାର୍ବଜନୀନ କରିନଥିବାରୁ ସେମାନେ ନିରାଶ ହୋଇଛନ୍ତି। ମହିଳା ରେସଲରଙ୍କ ରେକର୍ଡ ହୋଇଥିବା ଷ୍ଟେଟମେଣ୍ଟ ରିପୋର୍ଟ ସାର୍ବଜନୀନ ହେଉ। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, କାରଣ ଅଭିଯୋଗକାରୀଙ୍କ ମଧ୍ୟରୁ ଜଣେ ନାବାଳିକା। ତେଣୁ ଏହି ଅଭିଯୋଗକାରୀଙ୍କ ନାମ ଲିକ୍ ହେବା ଉଚିତ ନୁହେଁ ବୋଲି ସାକ୍ଷୀ କହିଛନ୍ତି।

ସେପଟେ ବ୍ରିଜ ଭୂଷଣ ଗିରଫ ନହେବା ପର୍ଯ୍ୟନ୍ତ କେହି ଏଠାରୁ ହଟିବେ ନାହିଁ ବୋଲି ବରିଷ୍ଠ ରେସଲର ବଜରଙ୍ଗ ପୁନିଆ କହିଛନ୍ତି। ବିନେଶ ଫୋଗାଟ କହିଛନ୍ତି, ବାରମ୍ବାର ଚେଷ୍ଟା ସତ୍ତ୍ୱେ ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳୁନାହିଁ। ତେଣୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେମାନେ ଧାରଣାରେ ବସି ରହିବେ। ସେମାନେ ତିନିମାସ ଧରି କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଛନ୍ତି। ହେଲେ କମିଟିର ସଦସ୍ୟମାନେ କିମ୍ୱା କ୍ରୀଡା ମନ୍ତ୍ରଣାଳୟ ସେମାନଙ୍କୁ କୌଣସି ପ୍ରତିକ୍ରିୟା ଦେଉ ନାହାଁନ୍ତି। ସେମାନେ ଫୋନ୍ କଲ୍ ମଧ୍ୟ ଉଠାଉନାହାନ୍ତି।ଖେଳାଳିମାନେ ଦେଶ ପାଇଁ ପଦକ ଜିତିଛନ୍ତି ଏବଂ ଏଥିପାଇଁ କ୍ୟାରିଅରକୁ ବିପଦରେ ପକାଇଛନ୍ତି। ମାତ୍ର ସେମାନଙ୍କୁ ଠିକ୍ ସମ୍ମାନ ମିଳୁନଥିବା ସେ କହିଛନ୍ତି।

Advertisment

ସୂଚନା ଥାଉକି, ଅଭିଯୋଗ ପରେ ଖେଳ ମନ୍ତ୍ରଣାୟ ଚଳିତ ବର୍ଷ ଜାନୁଆରୀ ୨୩ ତାରିଖରେ ବକ୍ସିଂ କୁଇନ୍ ଏମ୍‌ସି ମେରୀ କମ୍‌ଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ନିରୀକ୍ଷଣ କମିଟି ଗଠନ ହୋଇଥିଲା ଏବଂ ମାସକ ଭିତରେ ରିପୋର୍ଟ ଦେବାକୁ କୁହାଯାଇଥିଲା। ମାତ୍ର ପରେ ଏହି ସମୟ ସୀମାକୁ ଆଉ ୧୫ ଦିନ ବଢ଼ାଇ ଦିଆଯାଇଥିଲା। ଏହି ସମୟରେ ବବିତା ଫଗାଟଙ୍କୁ କମିଟିର ଷଷ୍ଠ ସଦସ୍ୟ ଭାବେ ଗ୍ରହଣ କରାଯାଇଛି। ଏହି କମିଟି ଏପ୍ରିଲ ପ୍ରଥମ ସପ୍ତାରେ ତାର ରିପୋର୍ଟ ଦେଇଥିଲା। ମାତ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏ ପର୍ଯ୍ୟନ୍ତ ଏହା ଉପରେ ଶେଷ ନିଷ୍ପତ୍ତିକୁ ସାର୍ବଜନିନ କରିନି।

ଅଭିଯୋଗକାରୀ କୁସ୍ତିଯୋଦ୍ଧାମାନେ ପ୍ରଥମେ କହିଥିଲେ ଯେ, ସେମାନେ ଆଇନ୍‌ର ଆଶ୍ରୟ ନେବାକୁ ଚାହାଁନ୍ତି ନାହିଁ। କାରଣ ପ୍ରଧାନମନ୍ତ୍ରୀଙ୍କ ଉପରେ ସେମାନଙ୍କର ଭରସା ରହିଛି। ତେବେ ଏହି ସମୟରେ ସେମାନେ ଚେତାବନୀ ଦେଇଥିଲେ ଯେ, ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନ ହେଲେ ସେମାନେ ପୁଲିସ ପାଖକୁ ଯିବେ। ଏଥିସହ ବିଜେପି ସଦସ୍ୟଥିବା ବବିତା ଫଗାଟଙ୍କ ମଧ୍ୟସ୍ଥତାରେ ସନ୍ତୁଷ୍ଟ ନ ଥିବା ଖେଳାଳିମାନେ କହିଥିଲେ। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଏହି ଘଟଣାରେ ପୂର୍ବରୁ ଖେଳାଳିଙ୍କୁ ଭେଟିବା ସହ ଅଭିଯୋଗ ଗମ୍ଭୀର ବୋଲି କହିଥିଲେ। ଏହି ମାମଲାରେ ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ଏତଲା ପଞ୍ଜୀକରଣ କରିବାରେ ବିଫଳ ଦିଲ୍ଲୀ ପୁଲିସକୁ ନୋଟିସ୍ କରିଥିଲେ। କାରଣ ଖେଳାଳିମାନେ ଦିଲ୍ଲୀ ପୁଲିସ ବିରୋଧରେ ଆୟୋଗଙ୍କୁ ଅଭିଯୋଗ କରିଥିଲେ ଯେ, ଅଭିଯୋଗ ସତ୍ତ୍ୱେ ସେମାନଙ୍କ ଏତଲାକୁ ପଞ୍ଜୀକରଣ କରାଯାଉନି।

Sexual Harassment Sexual Torture