Advertisment

ଖୁସ ପରେ ବିପର୍ଯ୍ୟୟ: ପ୍ରଥମ ରାଉଣ୍ଡରୁ ବିଦାୟ ନେଲା ଶରତ କମଲ

ଶରତ କମଲଙ୍କ ଠାରୁ ଭାରତ ପଦକ ଆଶା ରଖିଥିବା ବେଳେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ସମସ୍ତଙ୍କୁ ଚକିତ କରିଛି।

TT

TT

Advertisment

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ମନୁ ଭାକର ପ୍ରଥମ ପଦକ ଜିତି ଖୁସି ଆଣି ଦେଇଥିବା ବେଳେ ଏବେ ଗୋଟିଏ ଖରାପ ଖବର ଆସିଛି। ପ୍ୟାରିସ ଅଲିମ୍ପିକ୍ସରୁ ବିଦା ହୋଇଛନ୍ତି ଭାରତର ଧ୍ୱଜାବାହକ ଭେଟରାନ ଟେବୁଲ ଟେନିସ ଖେଳାଳି ଅଚନ୍ତା ଶରତ କମଲ। ସେ ରାଉଣ୍ଡ ଅଫ ୬୪ ଅର୍ଥାତ ନିଜର ପ୍ରଥମ ମ୍ୟାଚ୍‌ରେ ହିଁ ହାରି ଯାଇଛନ୍ତି। ଫଳରେ ପୂରା ପ୍ୟାରିସ ଅଲିମ୍ପିକ୍ସରୁ ତାଙ୍କୁ ବିଦାୟ ନେବାକୁ ପଡ଼ିଛି।

Advertisment

ଭେଟରାନ ଶରତ କମଲ ବିଶ୍ୱ ଟେବୁଲ ଟେନିସ ରାଙ୍କିଙ୍ଗର ୨୪ତମ ସ୍ଥାନରେ ରହିଛନ୍ତି। ରାଉଣ୍ଡ ଅଫ ୬୪ରେ ତାଙ୍କର ମୁକାବିଲା ଅପେକ୍ଷାକୃତ ଦୁର୍ବଳ ସ୍ଲୋଭେନିଆର ଡେନି କୋଜୁଲଙ୍କ ସହ ହୋଇଥିଲା। ଲାଗୁଥିଲା କମଲ ଅତି ସହଜରେ ମ୍ୟାଚକୁ ଜିତି ନେବେ।

ହେଲେ ୪୨ ବର୍ଷୀୟ କମଲଙ୍କୁ କୋଜୁଲ ଅପ୍ରତ୍ୟାଶିକ ଭାବେ ୨-୪ ସେଟରେ ହରାଇ ଦେଇଛନ୍ତି। ଶରତ କମଲଙ୍କ ଠାରୁ ଭାରତ ପଦକ ଆଶା ରଖିଥିବା ବେଳେ ସେ ପ୍ରଥମ ରାଉଣ୍ଡରୁ ବିଦାୟ ନେବା ସମସ୍ତଙ୍କୁ ଚକିତ କରିଛି।

Advertisment

ମ୍ୟାଚ୍‌ ଆରମ୍ଭରୁ କମଲ ନିଜର କମାଲ ଦେଖାଇଥିଲେ। ସେ ନିଜର ପ୍ରଥମ ସେଟକୁ ୧୨-୧୦ରେ ଜିତି ନେଇଥିଲେ। ଦ୍ୱିତୀୟ ଓ ତୃତୀୟ ସେଟରେ କୋଜୁଲ ଜଳକା କରି ଦେଇଥିଲେ। ସେ ଯଥାକ୍ରମେ ୧୧-୯ ଓ ୧୧-୬ରେ ଦୁଇଟି ଯାକ ସେଟକୁ କବଜା କରିଥିଲେ।

୪ର୍ଥ ସେଟକୁ କମଲ ୧୧-୮ରେ ଜିତି କମବ୍ୟାକ କରିଥିଲେ। ହେଲେ ୬ଷ୍ଠ ସେଟକୁ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଲଢ଼େଇରେ କୋଜୁଲ ୧୨-୧୦ରେ ଜିତି ଶରତ କମଲଙ୍କ ଅଲିମ୍ପିକ୍ସ ଅଭିଯାନକୁ ଶେଷ କରି ଦେଇଥିଲେ।

Paris Olympics 2024 Olympics 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe