Advertisment

ଶରତ କମଲଙ୍କୁ ଖେଳରତ୍ନ, ଓଡ଼ିଶାର ଦୀପଗ୍ରେସଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳି ଓ କୋଚଙ୍କ ନାଁ ଘୋଷଣା କରାଯାଇଛି। ଦେଶର ଷ୍ଟାର ତଥା ଭେଟରାନ ଟେବୁଲ ଟେନିସ ଖେଳାଳି ଶରତ କମଲ ଅଚନ୍ତାଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ସେହିପରି ଓଡ଼ିଶା ଝିଅ ତଥା ଓଡ଼ିଶାର ଦୀପଗ୍ରେସ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ଏନେଇ ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ନଭେମ୍ବର ୩୦ରେ ରାଷ୍ଟ୍ରପତି ଭବନରେ […]

ଅଦ୍ୟତନ ହୋଇଛି
ଶରତ କମଲଙ୍କୁ ଖେଳରତ୍ନ, ଓଡ଼ିଶାର ଦୀପଗ୍ରେସଙ୍କୁ ଅର୍ଜୁନ ପୁରସ୍କାର

sharat-kamal

Advertisment

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଖେଳ ପୁରସ୍କାର ପାଇଁ ଆଜି ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ଅବଦାନ ପାଇଁ ଖେଳାଳି ଓ କୋଚଙ୍କ ନାଁ ଘୋଷଣା କରାଯାଇଛି। ଦେଶର ଷ୍ଟାର ତଥା ଭେଟରାନ ଟେବୁଲ ଟେନିସ ଖେଳାଳି ଶରତ କମଲ ଅଚନ୍ତାଙ୍କୁ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

Advertisment

ସେହିପରି ଓଡ଼ିଶା ଝିଅ ତଥା ଓଡ଼ିଶାର ଦୀପଗ୍ରେସ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ଏନେଇ ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି। ଆସନ୍ତା ନଭେମ୍ବର ୩୦ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏମାନଙ୍କୁ ସମ୍ମାନୀତ କରାଯିବ।

ମନ୍ତ୍ରଣାଳୟ ଘୋଷଣା ଅନୁଯାୟୀ, ଶରତ କମଲ ଏକମାତ୍ର ଖେଳାଳି ଭାବେ ମେଜର ଧ୍ୟାନ ଚାନ୍ଦ ଖେଳରତ୍ନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ୨୫ ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିବ। କ୍ରୀଡ଼ାବିତ୍‌କୁ ମାର୍ଗଦର୍ଶନ ଦେଉଥିବା ୪ ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ଓ ଲାଇଫ ଟାଇମ କ୍ୟାଟାଗୋରୀ ସମ୍ମାନରେ ୩ ଜଣଙ୍କୁ ସମ୍ମାନୀତ କରାଯିବ।

Advertisment

[caption id="" align="aligncenter" width="1200"]Olympics 2020 बेटियों पर नाज़ है: बनना चाहती थीं गोलकीपर, बन गईं डिफेंडर, ऐसा है दीप ग्रेस एक्का का सफर - Olympics 2020 Indian Women Hockey Team Semi Final match know all ଦୀପଗ୍ରେସ ଏକ୍କା[/caption]

ସ୍ପୋର୍ଟସ ଓ ଗେମ୍ସଆ ଜୀବନବ୍ୟାପୀ ସାଧନା ପାଇଁ ୪ ଜଣ ଖେଳାଳିଙ୍କୁ ଧ୍ୟାନ ଚାନ୍ଦ ସମ୍ମାନ ମିଳିବ। ଏହାବାଦ ୩ ଜଣଙ୍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ମଧ୍ୟ ଦିଆଯିବ।

ଦୀପଗ୍ରେସଙ୍କ ବ୍ୟତୀତ ସୀମା ପୁନିଆ(ଆଥଲେଟିକ୍ସ), ଏଲଡସ ପଲ(ଆଥଲେଟିକ୍ସ), ଅବିନାଶ ମୁକୁନ୍ଦ ସାବଲେ(ଆଥଲେଟିକ୍ସ), ଲକ୍ଷ୍ୟ ସେନ(ବ୍ୟାଡମିଣ୍ଟନ), ଏଚଏସ ପ୍ରଣୟ(ବ୍ୟାଡମିଣ୍ଟନ), ଅମିତ(ବକ୍ସିଂ),  ନିଖତ ଜରୀନ (ବକ୍ସିଂ), ଭକ୍ତି ପ୍ରଦୀପ କୁଲକର୍ଣ୍ଣି (ଚେସ୍‌), ରମେଶ ବାବୁ ପ୍ରଙ୍ଗନନ୍ଦା(ଚେସ୍‌), ସୁଶୀଲା ଦେବୀ(ଜୁଡୋ), ସାକ୍ଷୀ କୁମାରୀ(କବାଡି), ନୟନ ମୋନି ସାଇକିଆ (ଲନ୍ ବଲ୍), ସାଗର କୈଳାସ(ମାଲଖମ୍ଭ), ଇ ଭାଲାରିବାନ( ଶୁଟିଂ), ଓମ ପ୍ରକାଶ ମିତ୍ରୱାଲ( ଶୁଟିଂ), ଶ୍ରୀଜା ଅକୁଲା(ଟିଟି), ବିକାଶ ଠାକୁର( ଭାରଉତ୍ତୋଳନ), ଅଂଶୁ(କୁସ୍ତି), ସରିତା(କୁସ୍ତି), ପ୍ରବୀଣ( wushu), ମାନସୀ ଗିରିଶଚନ୍ଦ୍ର ଯୋଶୀ ( ପାରା ବ୍ୟାଡମିଣ୍ଟନ୍), ତରୁଣ ଢିଲନ(ପାରା ବ୍ୟାଡମିଣ୍ଟନ୍), ସ୍ୱପ୍ନିଲ ସଞ୍ଜୟ ପାଟିଲ(ପାରା ସୁଇମିଂ) ଓ ଜେରଲିନ୍ ଅନିକା ଜେ ( ଡିଫ ବ୍ୟାଡମିଣ୍ଟନ) ଅର୍ଜୁନ ପୁରସ୍କାର ପାଇବେ।

କ୍ରୀଡା ଓ ଖେଳ ୨୦୨୨ ପାଇଁ ରେଗୁଲାର ଶ୍ରେଣୀରେ ୪ ଜଣ କୋଚଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ମିଳିବ। ସେମାନେ ହେଲେ ଜୀବନ ଜ୍ୟୋତି ସିଂହ ତେଜା (ତୀରନ୍ଦାଜୀ), ମହମ୍ମଦ ଅଲୀ କମାର (ବକ୍ସିଂ), ସୁମା ସିଦ୍ଧାର୍ଥ ଶିରୁର(ପାରା ଶୁଟି୯) ଓ  ସୁଜିତ ମନ୍ (କୁସ୍ତି)।

ଜୀବନବ୍ୟାପୀ କ୍ୟାଟାଗୋରୀ: ଦୀନେଶ ଜବାହର ଲାଡ (କ୍ରିକେଟ୍), ବିମଲ ପ୍ରଫୁଲ୍ଲ ଘୋଷ (ଫୁଟବଲ) ଓ ରାଜ ସିଂହ(କୁସ୍ତି)।

ଜୀବନବ୍ୟାପୀ ସାଧାନ ପାଇଁ ଧାନ ଚାନ୍ଦ ପୁରସ୍କାର: ଅଶ୍ୱିନୀ ଅକୁଞ୍ଜୀ ସି (ଆଥଲେଟିକ୍ସ), ଧରମବୀର ସିଂହ (ହକି),  ବିସି ସୁରେଶ (କବାଡି) ଓ ନିର୍ ବାହାଦୂର ଗୁରୁଙ୍ଗ (ପାରା ଆଥଲେଟିକ୍ସ)।

ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର: ଟ୍ରାନ୍ସଷ୍ଟାଡିଆ ଏଣ୍ଟରପ୍ରାଇଜେସ୍ ପ୍ରାଇଭେଟ ଲିମିଟେଡ୍, କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡଷ୍ଟ୍ରିଆଲ୍ ଟେକ୍ନୋଲୋଜି, ଲଦାଖ ସ୍କି ଓ ସ୍ନୋବୋର୍ଡ ଆସୋସିଏସନ୍।

ମୌଲାନା ଅବୁଲ କଲାମ ଆଜାଦ (MAKA) ଟ୍ରଫି:ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟ, ଅମୃତସର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe