Advertisment

କଙ୍ଗନାଙ୍କ ଗୀତରେ ଝୁମିଲେ ଶିଖର ଧୱନ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶିଖର୍ ଧୱନଙ୍କ ବ୍ୟାଟ୍ ଖୁବ୍ ବର୍ଷୁଛି। ମଇଦାନରେ ଧୱନଙ୍କ ବ୍ୟାଟ୍ ଯେମିତି ଚାଲୁଛି, ମଇଦାନ ବାହାରେ ତାଙ୍କ ଗୋଡ଼ ଓ ହାତ ଖୁବ୍ ଚାଲେ। କ୍ୟାଚ୍ ହେଉ କି ଶତକ ମାରିବା ହେଉ, ସବୁଥିରେ ରହିଛି ଧୱନଙ୍କର ସିଗ୍ନେଚର୍ ଷ୍ଟାଇଲ୍। ଶନିବାର ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ ଧମାକାଦାର ବିଜୟ ପରେ ଧୱନ୍ ମଇଦାନ ବାହାରେ ଧମାଲ୍ କରିଛନ୍ତି। ଚେନ୍ନାଇ ବିପକ୍ଷ ବିଜୟ ଖୁସିରେ ଧୱନ୍ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଗୀତରେ […]

author-image
Ranjit Kumar Jena
କଙ୍ଗନାଙ୍କ ଗୀତରେ ଝୁମିଲେ ଶିଖର ଧୱନ୍, ଦେଖନ୍ତୁ ଭିଡିଓ

dhawan

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶିଖର୍ ଧୱନଙ୍କ ବ୍ୟାଟ୍ ଖୁବ୍ ବର୍ଷୁଛି। ମଇଦାନରେ ଧୱନଙ୍କ ବ୍ୟାଟ୍ ଯେମିତି ଚାଲୁଛି, ମଇଦାନ ବାହାରେ ତାଙ୍କ ଗୋଡ଼ ଓ ହାତ ଖୁବ୍ ଚାଲେ। କ୍ୟାଚ୍ ହେଉ କି ଶତକ ମାରିବା ହେଉ, ସବୁଥିରେ ରହିଛି ଧୱନଙ୍କର ସିଗ୍ନେଚର୍ ଷ୍ଟାଇଲ୍। ଶନିବାର ଚେନ୍ନାଇ ସୁପର୍ କିଙ୍ଗସ୍ ବିପକ୍ଷ ଧମାକାଦାର ବିଜୟ ପରେ ଧୱନ୍ ମଇଦାନ ବାହାରେ ଧମାଲ୍ କରିଛନ୍ତି। ଚେନ୍ନାଇ ବିପକ୍ଷ ବିଜୟ ଖୁସିରେ ଧୱନ୍ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଗୀତରେ ଖୁବ୍ ନାଚିଛନ୍ତି। ଧୱନଙ୍କର ଏହି ନାଚୁଥିବାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

Advertisment
View this post on Instagram

Kadi saadi gali mudke vi aaya karo 😅 #ReelKaroFeelKaro #ReelItFeelIt

A post shared by Shikhar Dhawan (@shikhardofficial) on


ପାଖାପାଖି ୪୦ ସେକେଣ୍ଡର ଏହି ଭିଡିଓରେ ଧୱନ୍ ଯେଉଁ ଭଳି ଡାନ୍ସ କରିଛନ୍ତି, ତାହା ସହଜରେ ଅନ୍ୟଜଣଙ୍କୁ ନାଚିବା ପାଇଁ ବାଧ୍ୟ କରିବ। ସୁପର ହିଟ୍ ଫିଲ୍ମ 'ତନୁ ୱେଡ୍ସ ମନୁ'ର ଲୋକପ୍ରିୟ ଗୀତ 'କଦୀ ସାଡି ଗଲୀ ଭୁଲ୍ କେ ୱେ ଆୟା କରୋ ଜୀ... 'କଦୀ ସାଡି ଗଲୀ…'ରେ କଙ୍ଗନା ଏକ ବିବାହ ସମାରୋହରେ ଡାନ୍ସ କରିଛନ୍ତି। ଠିକ୍ ସେହିପରି ଧୱନ୍ ଏହି ଗୀତରେ ଭାଙ୍ଗଡା କରିଛନ୍ତି। ତାଙ୍କ ସହ ଦିଲ୍ଲୀ କ୍ୟାପିଟାଲ୍ସ ଟିମର କ୍ୟାପଟେନ୍ ଶ୍ରେୟସ୍ ଆୟର୍ ସମେତ ଟିମର ସବୁ ସାଥୀ ଖେଳାଳି ମଧ୍ୟ ଡାନ୍ସ କରୁଥିବାର ଦେଖିବାକୁ ମିଳିଛି। ଏପରିକି ଧୱନ୍ ଡାନ୍ସ କରି ତଳେ ଶୋଇ ପଡ଼ିଥିଲେ। କିଛି ଖେଳାଳି ମଧ୍ୟ ଚେୟାର୍ ଉପରେ ଚଢ଼ି ଡାନ୍ସ କରିଥିଲେ।

Advertisment

ଏହି ଭିଡିଓ ଖୋଦ୍ ଧୱନ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ତାଙ୍କର ଏହି ଭିଡିଓ ଖୁବ୍ ଭାଇରାଲ୍ ମଧ୍ୟ ହେଉଛି। ସୂଚନାଯୋଗ୍ୟ, ଚେନ୍ନାଇ ବିପକ୍ଷ ମ୍ୟାଚରେ ଧୱନ୍ ମାତ୍ର ୫୮ ବଲରେ ୧୦୧ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। ଆଇପିଏଲରେ ନିଜର ୧୩ ବର୍ଷର କ୍ୟାରିୟରରେ ଧୱନଙ୍କର ଏହା ପ୍ରଥମ ଶତକ ଥିଲା।