ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ଶିଖର ଧୱନ୍‌

ଦୁବାଇ: ଟିମ୍‌ ଇଣ୍ଡିଆର ‘ଗବର୍’ ତଥା ଓପନର୍‌ ବ୍ୟାଟସ୍‌ମ୍ୟାନ୍‌ ଶିଖର ଧୱନ୍‌ ଏସିଆ କପ୍‌ରେ ନିଜର ଚମକ ଦେଖାଇ ଚାଲିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ୍‌ ସିରିଜ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଧୱନଙ୍କୁ ସୋଶାଲ୍‌ ମିଡିଆରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା।

ତେବେ ଧଳା ଡ୍ରେସ୍‌ ଛାଡ଼ି ବ୍ଲୁ ଡ୍ରେସ୍‌ ପିନ୍ଧିବା ପରେ ଧୱନ୍‌ ଏବେ ଲୟକୁ ଫେରିଛନ୍ତି। ବର୍ତ୍ତମାନ ଏସିଆ କପ୍‌ରେ ୩ଟି ମ୍ୟାଚ୍‌ ଖେଳି ଧୱନ୍‌ ଟୁର୍ଣ୍ଣାମେଣ୍ଟର୍‌ ସର୍ବାଧିକ ରନ୍‌ ସ୍କୋରର ହୋଇଛନ୍ତି। ଏଥିରେ ଗୋଟିଏ ଶତକୀୟ ପାଳି ମଧ୍ୟ ରହିଛି। ତେବେ ସୁପର ଫୋର୍‌ର ବାଂଲାଦେଶ ବିପକ୍ଷ ମୁକାବିଲା ପରେ ଧୱନ ରେକର୍ଡ ବୁକ୍‌ରେ ନିଜର ନାଁକୁ ସାମିଲ କରିପାରିଛନ୍ତି।

ଦିନିକିଆ ମ୍ୟାଚ୍‌ର ଗୋଟିଏ ଇନିଂସ୍‌ରେ ୪ଟି କ୍ୟାଚ୍‌ ଧରିବାରେ ଧୱନ୍‌ ୭ମ ଭାରତୀୟ ହେବାର ଗୌରବ ହାସଲ କରିଛନ୍ତି। ଧୱନ୍‌ ଗତକାଲି ମ୍ୟାଚ୍‌ରେ ନଜମୁଲ ହୋସେନ୍‌, ସାକିବ-ଅଲ-ହାସନ, ମେହେଦି ହାସନ ଓ ଶେଷରେ ମୁସ୍ତାଫିଜୁର ରହମନଙ୍କ କ୍ୟାଚ୍‌ ଧରି ଏହି ରେକର୍ଡ ବୁକ୍‌ରେ ସ୍ଥାନ ପାଇଛନ୍ତି।

ପୂର୍ବରୁ ଏହି ତାଲିକାରେ ସୁନୀଲ ଗାଭାସ୍କର(ବନାମ ପାକିସ୍ତାନ ୧୯୮୫), ମହମ୍ମଦ ଆଝାରୁଦ୍ଦିନ(ବନାମ ପାକିସ୍ତାନ ୧୯୯୭), ସଚିନ୍‌ ତେନ୍ଦୁଲକର(ବନାମ ପାକିସ୍ତାନ ୧୯୯୮), ରାହୁଲ ଡ୍ରାଭିଡ୍‌(ବନାମ ୱେଷ୍ଟଇଣ୍ଡିଜ୍‌ ୧୯୯୯), ମହମ୍ମଦ କୈଫ୍‌(ବନାମ ଶ୍ରୀଲଙ୍କା ୨୦୦୩) ଓ ଭିଭିଏସ୍‌ ଲକ୍ଷ୍ମଣ(ବନାମ ଜିମ୍ବାୱେ,୨୦୦୪) ସ୍ଥାନ ପାଇଥିଲେ।

୧୯୯୩ରେ ଜଣ୍ଟି ରୋଡସ୍‌ କିନ୍ତୁ ଦିନିକିଆ ମ୍ୟାଚ୍‌ର ଗୋଟିଏ ଇନିଂସ୍‌ରେ ୫ଟି କ୍ୟାଚ୍‌ ନେଇ ବିଶ୍ୱ ରେକର୍ଡ ନିଜ ନାଁରେ ରଖିଛନ୍ତି। ମୁମ୍ବାଇଠାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଜଣ୍ଟି ଏଭଳି ରେକର୍ଡ ସୃଷ୍ଟି କରିଥିଲେ।

ଆହୁରି ପଢ଼ନ୍ତୁ

ଗୀତ ଗାଇ ଲୋକଙ୍କ ହୃଦୟ ଚୋରି କରୁଛନ୍ତି ଶେହନାଜ୍

ନ୍ୟୁଜିଲାଣ୍ଡର ସାଂସଦ ହେଲେ ଭାରତୀୟ ବଂଶୋଦ୍ଭବ

ଦର୍ଶକଙ୍କୁ କିମିଆ କରୁଛି ନୋରାଙ୍କ ନୂଆ ଗୀତ

୯୦ ଦିନ ମଧ୍ୟରେ ପ୍ରଥମ ଥର ପାଇଁ କମିଛି କରୋନାର ଦୌରାତ୍ମ୍ୟ

ନବରାତ୍ରୀରେ ଘରେ ପ୍ରସ୍ତୁତ କରନ୍ତୁ ‘ବାଲୁସାହି’

ଏଥର ଦଶହରାରେ ନିଜକୁ ଦିଅନ୍ତୁ ଏକ ନୂଆ ଲୁକ୍

ଆକାଶମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଉପମୁଖ୍ୟମନ୍ତ୍ରୀଙ୍କ ହ୍ୱାଟସଆପକୁ ଆସୁଛି ଅଶ୍ଳୀଳ ଭିଡିଓ

ଚାଲିଛି ମହାନବରାତ୍ରି: ଜାଣନ୍ତୁ ୯ ଦିନରେ କେଉଁଦିନ ମା’ଙ୍କର କେଉଁ ସ୍ୱରୂପକୁ ପୂଜା କରାଯାଏ

ପୁଲିସ୍‌ ଇନସପେକ୍ଟରଙ୍କୁ ଗୁଳି କରି ଆତଙ୍କୀଙ୍କ ହତ୍ୟା

ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି

ଚାଇନାକୁ ଚେକ୍‌: ଭାରତୀୟ ନୌସେନାର ଯୁଦ୍ଧାଭ୍ୟାସରେ ସାମିଲ ହେବ ଅଷ୍ଟ୍ରେଲିଆ