Advertisment

ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ସାନିଆଙ୍କ ହାତ ଛାଡି ସାନାଙ୍କୁ ବିବାହ କଲେ ଶୋଏବ ମଲିକ

ଶୋଏବ ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି।

ଅଦ୍ୟତନ ହୋଇଛି
Shoaib Malik & Sana Javed

Shoaib Malik & Sana Javed

Advertisment

ଟେନିସ୍ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନ ପୂର୍ବତନ କ୍ରିକେଟର ଶୋଏବ ମଲିକ ଅଲଗା ହୋଇଯାଇଥିବା ଚର୍ଚ୍ଚା ସତ ହୋଇଛି। ପାକିସ୍ତାନ ଅଭିନେତ୍ରୀ ସାନା ଜାଭେଦଙ୍କୁ ତୃତୀୟ ବିବାହ କରିଛନ୍ତି ଶୋଏବ ମଲିକ।

Advertisment

ନିଜ ଇନଷ୍ଟାଗ୍ରାମରେ ବିବାହ ଫଟୋ ଶେଆର କରିଛନ୍ତି ଶୋଏବ। କିଛି ଦିନ ହେବ ସାନିଆ ମିର୍ଜା ଏବଂ ଶୋଏବ ମଲିକ ଅଲଗା ହୋଇଯାଇଥିବା ଖୁବ୍ ଚର୍ଚ୍ଚା ହେଉଥିଲା। କିନ୍ତୁ ଦମ୍ପତି ଏ ନେଇ କୌଣସି ପ୍ରତିକ୍ରିୟା ଦେଉନଥିଲେ। 

ନିକଟରେ ସାନିଆ ମିର୍ଜା ମଧ୍ୟ ଏକ ଦୁଃଖପୂର୍ଣ୍ଣ ପୋଷ୍ଟ ଶେଆର କରି ଲେଖିଥିଲେ, 'ବିବାହ ଓ ଛାଡ଼ପତ୍ର ଉଭୟ ଖୁବ୍ କଠିନ।' 2010ରେ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜା ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ହାତ ଧରିଥିଲେ। 2018ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ପରେ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଥିଲା।  

Advertisment

ପାକିସ୍ତାନ ମୋଡେଲ ଆଏଶାଙ୍କୁ ଶୋଏବ୍ ଡେଟ୍ କରୁଥିବା କୁହାଯାଉଥିଲା। ସୋଶାଲ ମିଡିଆରେ ସେମାନେ ପୋଷ୍ଟ କରିଥିବା ଫଟୋ ମଧ୍ୟ ଡିଲିଟ୍ କରିଦେଇଥିଲେ। ଏହାପରେ ଶୋଏବ ସାନାଙ୍କ ସହ ଫଟୋ ପୋଷ୍ଟ କରି ତାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ପରେ ଉଭୟ ରିଲେସନସିପରେ ଥିବା ଚର୍ଚ୍ଚା ହେଉଥିଲା। ଶେଷରେ ସାନାଙ୍କୁ ପୁନର୍ବିବାହ କରିଛନ୍ତି ଶୋଏବ।

Shoaib Malik Sania Mirza Shoaib Malik Marries Sana Javed Shoaib Malik Sania Mirza Separation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe