shoaib-mallick
ଲାହୋର: ପାକିସ୍ତାନ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ଶୋଏବ ମଲ୍ଲିକଙ୍କ କାର ଦୁର୍ଘଟଣାଗ୍ରସ୍ତ। ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ସୋଏବଙ୍କ କାର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଶୋଏବ ମଲ୍ଲିକଙ୍କ କାର ଏହି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେ ସୁରକ୍ଷିତ ରହିଥିବା ସୂଚନା ରହିଛି।
https://twitter.com/ghulamabbasshah/status/1348307230039408640?s=20
ରିପୋର୍ଟ ଅନୁଯାୟୀ ଶୋଏବ ପାକିସ୍ତାନ ସୁପର ଲିଗର ପ୍ଲେୟାର ଡ୍ରାଫ୍ଟ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ। ଶୋଏବଙ୍କ ଏସୟୁଭି କାରର ସ୍ପୀଡ୍ ମଧ୍ୟ ଅଧିକ ଥିଲା। ଭାରସାମ୍ୟ ହରାଇବାରୁ ତାଙ୍କ କାର୍ ଟ୍ରକକୁ ପିଟି ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣାଟି ଲାହୋର ନିକଟସ୍ଥ ନ୍ୟାଶନାଲ ହାଇ ପରଫରମାନ୍ସ ସେଣ୍ଟର ପାଖରେ ହୋଇଛି।
https://twitter.com/MrVid6/status/1348305498592997379?s=20
ପାକିସ୍ତାନ ମିଡିଆର ରିପୋର୍ଟ ଅନୁଯାୟୀ ଶୋଏବ ମଲ୍ଲିକଙ୍କ ସହ ବାବର ଆଜମ ଏବଂ ମହମ୍ମଦ ଆମୀରଙ୍କ ସହ ଘରକୁ ଫେରୁଥିବା ବେଳେ ରାସ୍ତାରେ ରେସ କରୁଥିଲେ। ରେସ୍ ବେଳେ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ, ଭାରତୀୟ ଟେନିସ ତାରକା ସାନିଆ ମୀର୍ଜାଙ୍କ ସ୍ୱାମୀ ହେଉଛନ୍ତି ଶୋଏବ ମଲ୍ଲିକ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/shoaib-mallick.jpg)