sreesanth
Advertisment
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପେସ୍ ବୋଲର୍ ଶ୍ରୀସନ୍ଥ ବାପା ହୋଇଛନ୍ତି। ଶନିବାର ରାତିରେ ତାଙ୍କର ଏକ କନ୍ୟା ସନ୍ତାନ ହୋଇଛି। ଟ୍ୱିଟରରେ ସେ ତାଙ୍କର ଖୁସି ଅଭିବ୍ୟକ୍ତ କରିବା ସହ ଝିଅ ଓ ମା’ ସୁସ୍ଥ ଥିବା କହିଛନ୍ତି। ମଦରର୍ସ ଡେ’ ପୂର୍ବ ରାତିରେ ଘରେ ଝିଅ ଜନ୍ମ ହୋଇଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି । ୨୦୧୩ ଡିସେମ୍ବରରେ ଶ୍ରୀସନ୍ଥ ରାଜସ୍ଥାନର ଏକ ରାଜପରିବାରର ଝିଅ ଭୁବନେଶ୍ୱରୀଙ୍କୁ ବିବାହ କରିଥିଲେ। ସୂଚନାଯୋଗ୍ୟ, ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ଆଇପିଏଲ୍ ସ୍ପଟ୍ ଫିକ୍ସି ମାମଲାରେ ସେ କିଛି ଦିନ ଜେଲରେ ରହିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/sreesanth.jpg)