Advertisment

ଫିଟନେଶ ଟେଷ୍ଟରେ ରାହୁଲଙ୍କୁ ହରାଇଲେ ଶ୍ରେୟସ ଆୟର, ଦେଖନ୍ତୁ ଭିଡିଓ

ଅହମଦାବାଦ: ଆସନ୍ତାକାଲିର କର ବା ମର ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଆଜି ଜୋରଦାର ଅଭ୍ୟାସ କରିଛନ୍ତି। ପ୍ରଥମେ ପଡ଼ିଆରେ ଅଭ୍ୟାସ କରିବା ପରେ ଦଳର ସଦସ୍ୟମାନେ ଜିମ୍‌ରେ ନିଜର ଫିଟନେଶ ପାଇଁ ୱାର୍କଆଉଟ୍‌ କରିଥିଲେ। ଟିମ୍‌ ଇଣ୍ଡିଆର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ୍‌ ନିକ୍‌ ୱେବ୍‌ ଦଳର ସଦସ୍ୟମାନଙ୍କୁ ଜିମ୍‌ରେ ୱାର୍କଆଉଟ୍‌ ଟ୍ରେନିଂ ଦେବା ସହ ରୋହିତ ଆଣ୍ଡ କୋଙ୍କ ମଧ୍ୟରେ ଫିଟନେଶ ଚ୍ୟାଲେଞ୍ଜ କରାଇଥିଲା। ପ୍ରଥମେ କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ […]

ଫିଟନେଶ ଟେଷ୍ଟରେ ରାହୁଲଙ୍କୁ ହରାଇଲେ ଶ୍ରେୟସ ଆୟର, ଦେଖନ୍ତୁ ଭିଡିଓ

av

Advertisment

ଅହମଦାବାଦ: ଆସନ୍ତାକାଲିର କର ବା ମର ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆର ସଦସ୍ୟମାନେ ଆଜି ଜୋରଦାର ଅଭ୍ୟାସ କରିଛନ୍ତି। ପ୍ରଥମେ ପଡ଼ିଆରେ ଅଭ୍ୟାସ କରିବା ପରେ ଦଳର ସଦସ୍ୟମାନେ ଜିମ୍‌ରେ ନିଜର ଫିଟନେଶ ପାଇଁ ୱାର୍କଆଉଟ୍‌ କରିଥିଲେ।

Advertisment

ଟିମ୍‌ ଇଣ୍ଡିଆର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ୍‌ ନିକ୍‌ ୱେବ୍‌ ଦଳର ସଦସ୍ୟମାନଙ୍କୁ ଜିମ୍‌ରେ ୱାର୍କଆଉଟ୍‌ ଟ୍ରେନିଂ ଦେବା ସହ ରୋହିତ ଆଣ୍ଡ କୋଙ୍କ ମଧ୍ୟରେ ଫିଟନେଶ ଚ୍ୟାଲେଞ୍ଜ କରାଇଥିଲା।

ପ୍ରଥମେ କେଏଲ ରାହୁଲ ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ରୋପ ୱେଭସ ଚ୍ୟାଲେଞ୍ଜ ଆରମ୍ଭ ହୋଇଥିଲା। ଧାର୍ଯ୍ୟ ୩୦ ସେକେଣ୍ଡ ମଧ୍ୟରେ ଦୁଇ ଖେଳାଳିଙ୍କ ମଧ୍ୟରୁ କିଏ ଅଧିକ ଥର ରୋପ୍‌ ୱେଭ୍‌ସ କରିପାରୁଛି, ତା’କୁ ନିକ୍‌ ତଦାରଖ କରିଥିଲେ। ରାହୁଲ ଧାର୍ଯ୍ୟ ୩୦ ସେକେଣ୍ଡରେ ୪୫ ଥର ରୋପ୍‌ ୱେଭ୍‌ସ କରିଥିଲେ। ହେଲେ ଶ୍ରେୟସ ସମାନ ସମୟରେ ୫୦ଥର ରୋପ ୱେଭ୍‌ସ କରି ତାଙ୍କୁ ପଛରେ ପକାଇ ଦେଇଥିଲେ।

Advertisment

ବିସିସିଆଇ ପକ୍ଷରୁ ରୋହିତ ଶର୍ମା, ଶିଖର ଧୱନ, ୱାଶିଂଟନ ସୁନ୍ଦର, କ୍ରୁନାଲ ପାଣ୍ଡ୍ୟା, ଶ୍ରେୟସ ଆୟର, କେଏଲ ରାହୁଲ ଏବଂ ରିଷଭ ପନ୍ତ ଜିମ୍‌ରେ ୱାର୍କଆଉଟ୍‌ କରୁଥିବାର ଭିଡିଓ ଜାରି କରାଯାଇଛି।

ଏହି ଜିମ୍‌ ୱାର୍କଆଉଟ୍‌ ପୂର୍ବରୁ ରାଜକୋଟ ପଡ଼ିଆରେ ଟିମ୍‌ର ସଦସ୍ୟମାନେ ନେଟ୍ସରେ ଭାଗ ନେଇଥିଲେ।
https://twitter.com/i/status/1192067543009120256

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe