Advertisment

ବକ୍ସିଂ ଡେ’ ଟେଷ୍ଟରେ ବି ରାହୁଲ ନିରାଶ, ଏହି ଦୁଇ ଖେଳାଳି କରିବେ ଡେବ୍ୟୁ

ମେଲବର୍ଣ୍ଣ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ ପାଇଁ ଆଜି ଟିମ୍‌ ଇଣ୍ଡିଆ ପ୍ଲେଇଂ ଇଲେଭେନ ଘୋଷଣା କରିଛି। ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟବରଣ କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ମ୍ୟାଚ୍‌ ପାଇଁ ଚୁଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିଛି। ହେଲେ ଅଭିଜ୍ଞ କେଏଲ ରାହୁଲଙ୍କୁ ଦଳ ଏଥିରେ ସାମିଲ କରିନାହିଁ। ସେ ବକ୍ସିଂ ଡେ’ ଟେଷ୍ଟରେ ପୃଥ୍ୱୀ ଶ’ଙ୍କ ବଦଳରେ ଭାରତ ପାଇଁ ଇନିଂସ ଆରମ୍ଭ କରିବେ ବୋଲି କୁହାଯାଉଥିଲା। […]

ଅଦ୍ୟତନ ହୋଇଛି
ବକ୍ସିଂ ଡେ’ ଟେଷ୍ଟରେ ବି ରାହୁଲ ନିରାଶ, ଏହି ଦୁଇ ଖେଳାଳି କରିବେ ଡେବ୍ୟୁ

rt

Advertisment

ମେଲବର୍ଣ୍ଣ: ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ’ ଟେଷ୍ଟ ପାଇଁ ଆଜି ଟିମ୍‌ ଇଣ୍ଡିଆ ପ୍ଲେଇଂ ଇଲେଭେନ ଘୋଷଣା କରିଛି। ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟବରଣ କରିଥିବା ଟିମ୍‌ ଇଣ୍ଡିଆ ଆସନ୍ତାକାଲି ମ୍ୟାଚ୍‌ ପାଇଁ ଚୁଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିଛି। ହେଲେ ଅଭିଜ୍ଞ କେଏଲ ରାହୁଲଙ୍କୁ ଦଳ ଏଥିରେ ସାମିଲ କରିନାହିଁ।

Advertisment

ସେ ବକ୍ସିଂ ଡେ’ ଟେଷ୍ଟରେ ପୃଥ୍ୱୀ ଶ’ଙ୍କ ବଦଳରେ ଭାରତ ପାଇଁ ଇନିଂସ ଆରମ୍ଭ କରିବେ ବୋଲି କୁହାଯାଉଥିଲା। ହେଲେ ମ୍ୟାନେଜମେଣ୍ଟ ପୃଥ୍ୱୀ ଶ’ଙ୍କୁ ବେଞ୍ଚରେ ବସାଇବାକୁ ନିଷ୍ପତ୍ତି ନେଇଥିଲେ ହେଁ ରାହୁଲଙ୍କୁ ସୁଯୋଗ ଦେଇନାହିଁ। ରାହୁଲଙ୍କ ଅପେକ୍ଷା ଯୁବ ଖେଳାଳି ଶୁବମନ ଗିଲ୍‌ଙ୍କ ଉପରେ ମ୍ୟାନେଜମେଣ୍ଟ ଅଧିକ ବିଶ୍ୱାସ ଦେଖାଇଛି। ଗିଲ୍‌ଙ୍କ ସହ ଆସନ୍ତାକାଲି ଟିମ୍‌ ଇଣ୍ଡିଆ ପାଇଁ ମହମ୍ମଦ ସିରାଜ ବି ଡେବ୍ୟୁ କରିବେ।

ପୃଥ୍ୱୀ ଶ’ କ୍ରମାଗତ ବିଫଳ ହେଉଥିବାରୁ ଟିମ୍‌ ମ୍ୟାନେଜମେଣ୍ଟ ତାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେଇଛି। ଏହାର ଅର୍ଥ ବକ୍ସିଂ ଡେ’ ଟେଷ୍ଟରେ ମୟଙ୍କ ଅଗ୍ରୱାଲଙ୍କ ସହ ୨୧ ବର୍ଷୀୟ ଶୁବମନ ଗିଲ୍‌ ଇନିଂସ ଆରମ୍ଭ କରିବେ। ୨୦୧୮ ଅଣ୍ଡର-୧୯ ବିଶ୍ୱକପରେ ପୃଥ୍ୱୀ ଶ’ଙ୍କ କ୍ୟାପ୍ଟେନଶିପ୍‌ରେ ଗିଲ୍‌ ଖେଳିଥିଲେ।

Advertisment


ସେହିପରି ବିରାଟ କୋହଲିଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦିଆଯାଇଛି। ଜାଡେଜା ଜଣେ ଅଲରାଉଣ୍ଡର। ତେଣୁ ମଧ୍ୟକ୍ରମର ସବୁ ଦାୟିତ୍ୱ କାମଚଳା ଅଧିନାୟକ ଅଜିଙ୍କ୍ୟ ରାହଣେ, ଉପ ଅଧିନାୟକ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀ ସମ୍ଭାଳିବେ। ଏହାବାଦ ଦଳ ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ସାମିଲ କରିଛି। ତାଙ୍କୁ ରିଦ୍ଧିମାନ ସାହାଙ୍କ ବଦଳରେ ଦଳରେ ସୁଯୋଗ ଦିଆଯାଇଛି। ମଧ୍ୟକ୍ରମରେ ବିରାଟ ନଥିବାରୁ ଦଳ ରିଷଭ ପନ୍ତଙ୍କୁ ୬ନଂରେ ଖେଳାଇବ। ଏହାପରେ ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ରନ ଅଶ୍ୱିନ ରହିଛନ୍ତି।

ବୋଲିଂ କଥା ବିଚାରକୁ ନେଲେ ଆସନ୍ତାକାଲି ମହମ୍ମଦ ସିରାଜ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ତାଙ୍କୁ ପ୍ରଥମ ଟେଷ୍ଟରେ ଆହତ ହୋଇଥିବା ମହମ୍ମଦ ଶାମିଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି। ଚୂଡ଼ାନ୍ତ ଏକାଦଶରେ ଥିବା ଅନ୍ୟ ଦୁଇ ଖେଳାଳି ହେଲେ ଯଶପ୍ରୀତ ବୁମ୍ରା ଓ ଉମେଶ ଯାଦବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe