Advertisment

ପର୍ଥ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟକା

ଭାରତ ‘ଏ’ ଦଳ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ସମୟରେ ସ୍ଲିପରେ ଫିଲ୍ଡିଂ କରୁଥିବାବେଳେ ଯୁବ ବ୍ୟାଟର ଶୁବମନ ଗିଲ୍ ଆହତ। ବର୍ଡର-ଗାଭାସ୍କର ଟ୍ରଫି ପ୍ରଥମ ମ୍ୟାଚରୁ ପଡ଼ିବେ ବାଦ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Shubman Gill

Shubman Gill

ତୀବ୍ର ଆହ୍ୱାନଭରା ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଅଛି। ସମୟ ଯେତିକି ପାଖେଇ ଆସୁଛି, ଭାରତୀୟ ଦଳ ପାଇଁ ଆହତ ସମସ୍ୟା ସେତିକି ବଢ଼ିବାରେ ଲାଗିଛି। ଶନିବାର ଭାରତ ‘ଏ’ ଦଳ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ସମୟରେ ସ୍ଲିପରେ ଫିଲ୍ଡିଂ କରୁଥିବାବେଳେ ଯୁବ ବ୍ୟାଟର ଶୁବମନ ଗିଲ୍ ଆହତ ହୋଇଛନ୍ତି।

Advertisment

ମିଳିଥିବା ଖବର ଅନୁସାରେ କ୍ଷେତ୍ରରକ୍ଷଣ ବେଳେ ଗିଲଙ୍କ ବାମ ହାତ ବୁଢ଼ା ଆଙ୍ଗୁଳିରେ ଆଘାତ ଲାଗିଥିଲା। ଏହାପରେ ସେ ପଡ଼ିଆ ଛାଡ଼ିଥିଲେ, ଆଉ ଖେଳିବାକୁ ମଧ୍ୟ ଫେରିନଥିଲେ। ଏକ୍ସ-ରେ ପରେ ତାଙ୍କ ଆଙ୍ଗୁଳି ଭାଙ୍ଗି ଯାଇଥିବା ସ୍ପଷ୍ଟ ହୋଇଛି। ଆସନ୍ତା ପ୍ରାୟ ୧୪ ଦିନ ପର୍ଯ୍ୟନ୍ତ ସେ ଖଳିପାରିବେ ନାହିଁ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି। ଅର୍ଥାତ ଆସନ୍ତା ୨୨ ତାରିଖରୁ ପର୍ଥରେ ଆରମ୍ଭ ହେବାକୁ ଥିବା ବହୁ ପ୍ରତୀକ୍ଷିତ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ସେ ଖେଳିବା ସମ୍ଭବ ହେବନାହିଁ। ତେବେ ଲେ ଦ୍ୱିତୀୟ ଟେଷ୍ଟ ଖେଳିବାକୁ ଫେରିପାରନ୍ତି ବୋଲି ବିସିସିଆଇ ସୂତ୍ରରୁ ପ୍ରକାଶ। ହେଲେ ଏନେଇ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବରେ କିଛି ଘୋଷଣା ହୋଇନାହିଁ।

Advertisment

ଏହି ଅଭ୍ୟାସ ମ୍ୟାଚରେ ପ୍ରସିଦ୍ଧ କ୍ରିଷ୍ଣା ବୋଲିଂ କରୁଥିବାବେଳେ ଏକ ବଲ୍ କେଏଲ୍ ରାହୁଲଙ୍କ କହୁଣୀରେ ବାଜିବାରୁ ସେ ମଧ୍ୟ ମ୍ୟାଚ୍ ଅଧାରୁ ପଡ଼ିଆ ଛାଡ଼ିଥିଲେ। ତେବେ ଆଜି ରାହୁଲ ପୁଣିଥରେ ଅଭ୍ୟାସକୁ ଫେରିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ପତ୍ନୀଙ୍କ ସନ୍ତାନ ଜନ୍ମ ପାଇଁ ଦଳ ସହ ଅଷ୍ଟ୍ରେଲିଆ ଗସ୍ତ କରିନାହାନ୍ତି। ତେଣୁ ଜୟସ୍ୱାଲଙ୍କ ସହ ଗିଲ୍ ପାଳି ଆରମ୍ଭ କରିବେ ବୋଲି କୁହାଯାଉଥିଲା। ଏଭଳି ସ୍ଥିତିରେ ସେ ଆହତ ହେବା ଦଳକୁ ଅଡ଼ୁଆରେ ପକାଇଛି। ଶନିବାର ରୋହିତଙ୍କ ପତ୍ନୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ତେଣୁ ଯଦି ପ୍ରଥମ ଟେଷ୍ଟ ଖେଳିବାକୁ ରୋହିତ ପର୍ଥରେ ପହଞ୍ଚିଯାଆନ୍ତି, ତାହେଲେ ସ୍ଥିତି ଭିନ୍ନ ହେବ।

Border-Gavaskar Trophy Shubman Gill India Vs Australia Shubman Gill Injured