Advertisment

ପଦକ ପକ୍କା କଲେ ସିନ୍ଧୁ

ନୂଆଦିଲ୍ଲୀ: ଦୁଇଥର ଅଲମ୍ପିକ ମେଡାଲ ଜିତିଥିବା ପିଭି ସିନ୍ଦୁ ଚଳିତ ଏସିଆନ ବ୍ୟାଡମିଣ୍ଟନ ଚାମ୍ପିୟନସିପର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ଏହି କ୍ରୀଡାରେ ସେ ପଦକ ପକ୍କା କରିଛନ୍ତି। ୨୦୧୪ ମସିହା ପରେ ସେ ପ୍ରଥମ ଥର ପାଇଁ ନିଜର ଚମତ୍କାର ଖେଳ ଦେଖାଇ ନିଜର ବିଜୟ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ସେ କ୍ୱାର୍ଟର ଫାଇନାଲରେ ଚାଇନାର ହି ବିଙ୍ଗଜିଆଓଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ ଖୁବ୍ ସଂଘର୍ଷପୂର୍ଣ୍ଣ ରହିଥିଲା। କ୍ୱାର୍ଟର ଫାଇନାଲରେ ସେ ୨୧-୯, […]

ଅଦ୍ୟତନ ହୋଇଛି
ପଦକ ପକ୍କା କଲେ ସିନ୍ଧୁ

PV-Sindhu

Advertisment

ନୂଆଦିଲ୍ଲୀ: ଦୁଇଥର ଅଲମ୍ପିକ ମେଡାଲ ଜିତିଥିବା ପିଭି ସିନ୍ଦୁ ଚଳିତ ଏସିଆନ ବ୍ୟାଡମିଣ୍ଟନ ଚାମ୍ପିୟନସିପର ସେମି ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହ ଏହି କ୍ରୀଡାରେ ସେ ପଦକ ପକ୍କା କରିଛନ୍ତି। ୨୦୧୪ ମସିହା ପରେ ସେ ପ୍ରଥମ ଥର ପାଇଁ ନିଜର ଚମତ୍କାର ଖେଳ ଦେଖାଇ ନିଜର ବିଜୟ ଅଭିମୁଖେ ବାହାରିଛନ୍ତି। ଶୁକ୍ରବାର ସେ କ୍ୱାର୍ଟର ଫାଇନାଲରେ ଚାଇନାର ହି ବିଙ୍ଗଜିଆଓଙ୍କୁ ପରାସ୍ତ କରିଛନ୍ତି। ଏହି ମ୍ୟାଚ ଖୁବ୍ ସଂଘର୍ଷପୂର୍ଣ୍ଣ ରହିଥିଲା।

Advertisment

କ୍ୱାର୍ଟର ଫାଇନାଲରେ ସେ ୨୧-୯, ୧୩-୨୧, ୨୧-୧୯ ପଏଣ୍ଟ ବ୍ୟବଧାନରେ ଦୁଇଟି ସେଟକୁ ଜିତି ନିଜ ବିଜୟ ପକ୍କା କରିଥିଲେ।  ୨୦୨୧ ମସିହା ଟୋକିଓ ଅଲମ୍ପିକରେ ବ୍ରୋଞ୍ଚ ଜିତିଥିବା ସିନ୍ଧୁ ପୁଣି ତୃତୀୟଥର ପାଇଁ ୨୫ ବର୍ଷିୟ ଏହି ଚାଇନା ଖେଳାଳିଙ୍କୁ ହରାଇଛନ୍ତି। ସିନ୍ଧୁ ପ୍ରଥମ ସେଟରେ ଭଲ ଖେଳ ଦେଖାଇ ଏହାକୁ ନିଜ ପକ୍ଷରେ ରଖିଥିଲେ।

ହେଲେ ଦ୍ୱିତୀୟ ସେଟ ଖେଳରେ ଚାଇନିଜ ଖେଳାଳି ହି ବିଙ୍ଗଜିଆଓ ପ୍ରତ୍ୟାବର୍ତ୍ତନ କରି ଏହାକୁ ନିଜ ପକ୍ଷରେ ରଖିଥିଲେ। ଫଳରେ ତୃତୀୟ ରାଉଣ୍ଡ ଖୁବ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ହେଲେ ସିନ୍ଧୁ ଏହାକୁ ଜିତିନେଇ ଏହି କ୍ରୀଡାରେ ନିଜର ନିଶ୍ଚିତ ପଦକ ଜିତିବା ଅଶାକୁ ପକ୍କା କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe