Advertisment

ସିଡନୀ ଶତକ ମୋତେ ଉତ୍ସାହିତ କରିଛି: ମନୀଷ ପାଣ୍ଡେ

ନୂଆଦିଲ୍ଲୀ: ଗତ ମାସରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ଭାରତ ୪-୧ରେ ହାରିଥିଲା। ଶେଷ ମ୍ୟାଚ୍ ଭାରତ ଜିତିଥିଲା। ଏହି ମ୍ୟାଚରେ ଆକର୍ଷଣୀୟ ୧୦୪ ରନ୍ କରିଥିଲେ ମନୀଷ ପାଣ୍ଡେ। ଏହି ଆକର୍ଷଣୀୟ ଇନିଂସ ବଳରେ ସେ ସମସ୍ତଙ୍କ ମନ ଜିଣି ପାରିଥିଲେ। ନିଜେ ମନୀଷ ମଧ୍ୟ ଉତ୍ସାହିତ ହୋଇଛନ୍ତି ଏହି ଶତକ ଦ୍ୱାରା। ସେ କହିଛନ୍ତି, ଏହି ଶତକ ତାଙ୍କ ମନୋବଳକୁ ଦୃଢ଼ କରିଛି। ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରକୁ ଏହା ପ୍ରୋତ୍ସାହିତ କରିବ। […]

author-image
Rakesh Mallick
ଅଦ୍ୟତନ ହୋଇଛି
ସିଡନୀ ଶତକ ମୋତେ ଉତ୍ସାହିତ କରିଛି: ମନୀଷ ପାଣ୍ଡେ

Manish-Pandey

ନୂଆଦିଲ୍ଲୀ: ଗତ ମାସରେ ଶେଷ ହୋଇଥିବା ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ଭାରତ ୪-୧ରେ ହାରିଥିଲା। ଶେଷ ମ୍ୟାଚ୍ ଭାରତ ଜିତିଥିଲା। ଏହି ମ୍ୟାଚରେ ଆକର୍ଷଣୀୟ ୧୦୪ ରନ୍ କରିଥିଲେ ମନୀଷ ପାଣ୍ଡେ। ଏହି ଆକର୍ଷଣୀୟ ଇନିଂସ ବଳରେ ସେ ସମସ୍ତଙ୍କ ମନ ଜିଣି ପାରିଥିଲେ। ନିଜେ ମନୀଷ ମଧ୍ୟ ଉତ୍ସାହିତ ହୋଇଛନ୍ତି ଏହି ଶତକ ଦ୍ୱାରା। ସେ କହିଛନ୍ତି, ଏହି ଶତକ ତାଙ୍କ ମନୋବଳକୁ ଦୃଢ଼ କରିଛି। ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରକୁ ଏହା ପ୍ରୋତ୍ସାହିତ କରିବ।

Advertisment

ସେ କହିଛନ୍ତି, ଅନ୍ତର୍ଜାତୀୟ କ୍ରିକେଟରେ ଏକ ଶତକ ହାସଲ କରିବା ସବୁ ବେଳେ ବଡ଼ ଆଚିଭମେଣ୍ଟ୍ ହୋଇଥାଏ। ଏହା ହେଉଛି ମୋର ପ୍ରଥମ ଶତକ। ତେଣୁ ମୁଁ ଏହି ବଡ଼ ସ୍କୋର କରିବା ପରେ ଅନେକ କିଛି ଶିଖିଛି। ଏହା ମୋ ଅନ୍ତର୍ଜାତୀୟ କ୍ୟାରିୟର ଭଲ ଆରମ୍ଭ। ତେବେ ଆଗକୁ ଅନେକ ଚ୍ୟାଲେଞ୍ଜ ରହିଛି।

ସିଡନୀ ଦିନିକିଆରେ ଶତକ ମାରିବା ପରେ ଅନେକ ମନେ କରୁଥିଲେ ତାଙ୍କୁ ଟି-ଟ୍ୱେଣ୍ଟି ଟିମରେ ସାମିଲ କରାଯିବ। କିନ୍ତୁ ସେମିତି ହୋଇ ନ ଥିଲା। କିନ୍ତୁ ଉକ୍ତ ଶତକ ପାଇଁ ତାଙ୍କୁ ପରେ ପୁରସ୍କାର ମିଳିଛି। ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ସେ ସ୍ଥାନ ପାଇଛନ୍ତି।

Advertisment