ପ୍ରଥମ ଦିନରେ ନିରାଶ କଲେ ବୋଲର, ଅଷ୍ଟ୍ରେଲିଆ ୧୬୬/୨

ସିଡନୀ: ବହୁ ବିବାଦ ପରେ ଶେଷରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ପ୍ରଥମ ଦିବସ ଆରମ୍ଭରୁ ବର୍ଷା ଖେଳର ମଜା ବିଗାଡ଼ିଥିଲା, ଯେଉଁକାରଣରୁ ୫୫ ଓଭର ଖେଳ ସମ୍ଭବ ହୋଇଛି। ଟେଷ୍ଟର ପ୍ରଥମ ଦିବସରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିବା ଭାରତୀୟ ବୋଲରଙ୍କୁ ମିଳିଛି ଦୁଇଟି ସଫଳତା। ତେବେ ଭ୍ରମଣକାରୀ ଦଳ ପାଇଁ ପୁଣି କାଳ ହୋଇଛି ଫିଲ୍ଡିଂ। ଏହାର ଫାଇଦା ଉଠାଇ ଅଷ୍ଟ୍ରେଲିଆ ପ୍ରଥମ ଦିବସ ଖେଳ ସୁଦ୍ଧା […]

aus-vs-ind

aus-vs-ind

Ranjit Kumar Jena
  • Published: Thursday, 07 January 2021
  • Updated: 07 January 2021, 01:56 PM IST

Sports

Latest News

ସିଡନୀ: ବହୁ ବିବାଦ ପରେ ଶେଷରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ। ପ୍ରଥମ ଦିବସ ଆରମ୍ଭରୁ ବର୍ଷା ଖେଳର ମଜା ବିଗାଡ଼ିଥିଲା, ଯେଉଁକାରଣରୁ ୫୫ ଓଭର ଖେଳ ସମ୍ଭବ ହୋଇଛି। ଟେଷ୍ଟର ପ୍ରଥମ ଦିବସରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିବା ଭାରତୀୟ ବୋଲରଙ୍କୁ ମିଳିଛି ଦୁଇଟି ସଫଳତା। ତେବେ ଭ୍ରମଣକାରୀ ଦଳ ପାଇଁ ପୁଣି କାଳ ହୋଇଛି ଫିଲ୍ଡିଂ। ଏହାର ଫାଇଦା ଉଠାଇ ଅଷ୍ଟ୍ରେଲିଆ ପ୍ରଥମ ଦିବସ ଖେଳ ସୁଦ୍ଧା ୨ ୱିକେଟ୍ ହରାଇ ୧୬୬ ରନ୍ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଲାବୁଶେନ୍ ୬୭ ଓ ଷ୍ଟିଭ୍ ସ୍ମିଥ୍ ୩୧ ରନ୍ କରି ଅପରାଜିତ ରହିଛନ୍ତି। ଡେବ୍ୟୁଟାଣ୍ଟ ୱିଲ ପୁକୋଭସ୍କି ଦମଦାର ବ୍ୟାଟିଂ କରି ୬୨ ରନ୍‌ର ଇନିଂସ୍ ଖେଳିଥିବା ବେଳେ କମବ୍ୟାକ୍ ମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ନିରାଶ କରିଛନ୍ତି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ପଦାର୍ପଣ ଟେଷ୍ଟ କରିଥିବା ନବଦୀପ ସାଇନି ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି।

ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଟେଷ୍ଟରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ଟିମ୍ ପେନ୍ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆହତ କାରଣରୁ ଟି-୨୦ ସିରିଜ୍ ଓ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡ଼ିଥିବା ନିୟମିତ ଡେଭିଡ୍ ୱାର୍ଣ୍ଣର ଏହି ମ୍ୟାଚ୍ ଜରିଆରେ କମବ୍ୟାକ୍ କରିଛନ୍ତି। କିନ୍ତୁ ତାଙ୍କର ପ୍ରତ୍ୟାବର୍ତ୍ତନ ନୈରାଶ୍ୟଜନକ ରହିଛି। ୱାର୍ଣ୍ଣର ମାତ୍ର ୫ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମହମ୍ମଦ ସିରାଜ ଆଉଟ୍ କରିଥିଲେ। ପ୍ରଥମ ସେସନର ୭.୧ ଓଭରରେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁକାରଣରୁ ପ୍ରାୟ ୨ରୁ ୩ ଘଣ୍ଟା ଖେଳ ବନ୍ଦ ରହିଥିଲା। ବର୍ଷା ଛାଡ଼ିବା ପରେ ପୁଣି ଖେଳ ଆରମ୍ଭ ହୋଇଥିଲା।

ବର୍ଷା ପରେ ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍ ଓ ଡେବ୍ୟୁଟାଣ୍ଟ ପୁକୋଭସ୍କି ଜବରଦସ୍ତ ବ୍ୟାଟିଂ କରିଥିଲେ। ପୁକୋଭସ୍କି ଟେଷ୍ଟ ସ୍କ୍ୱାଡରେ ସ୍ଥାନ ପାଇଥିଲେ ହେଁ, ଆହତ କାରଣରୁ ପ୍ରଥମ ଦୁଇଟି ମ୍ୟାଚରୁ ବାଦ୍ ପଡ଼ିଥିଲେ। କିନ୍ତୁ ଏଠାରେ ସେ ଜବରଦସ୍ତ ପଦାର୍ପଣ କରିଛନ୍ତି। ପୁକୋଭସ୍କି ଏକାଧିକ ଜୀବନଦାନର ଫାଇଦା ଉଠାଇ ଅର୍ଦ୍ଧଶତକ ମାରିଛନ୍ତି। ପୁକୋଭସ୍କି ଓ ଲାବୁଶେନ୍ ଅଷ୍ଟ୍ରେଲିଆକୁ ପ୍ରାରମ୍ଭିକ ସଙ୍କଟରୁ ରକ୍ଷା କରି ଦ୍ୱିତୀୟ ୱିକେଟ ପାଇଁ ଶତକୀୟ (୧୦୦) ପାର୍ଟନରଶିପ୍ କରିଛନ୍ତି।

ତେବେ ପୁକୋଭସ୍କିଙ୍କ ଇନିଂସରେ ବ୍ରେକ୍ ଲଗାଇଥିଲେ ଭାରତୀୟ ଡେବ୍ୟୁଟାଣ୍ଟ ସାଇନି। ଘରୋଇ ଦଳର ସ୍କୋର ୧୦୬ ଥିବା ବେଳେ ସାଇନିଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ ପୁକୋଭସ୍କି। ପୁକୋଭସ୍କି ୧୧୦ ବଲରେ ୪ ଚୌକା ସହ ୬୨ ରନ୍‌ର ଇନିଂସ୍ ଖେଳିଥିଲେ। ପୂରା ସିରିଜରେ ନିରାଶ କରିଥିବା ଷ୍ଟିଭ୍ ସ୍ମିଥ୍ ଠିକଣା ସମୟରେ ଫର୍ମକୁ ଫେରିଛନ୍ତି। ସ୍ମିଥ୍ ଓ ଲାବୁଶେନ୍ ତୃତୀୟ ୱିକେଟ୍ ପାଇଁ ଅପରାଜିତ ୬୦ ରନ୍‌ର ଭାଗିଦାରୀ କରି ଅଷ୍ଟ୍ରେଲିଆକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଛନ୍ତି। ଲାବୁଶେନ୍ ୧୦୮ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି।

ଅନ୍ୟପକ୍ଷରେ ଅଭିଜ୍ଞ ପେସ୍ ବୋଲରଙ୍କ ଅନୁପସ୍ଥିତି ଭାରତ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହାଛଡ଼ା ୱିକେଟକିପର ଋଷଭ ପନ୍ତଙ୍କ ଦ୍ୱାରା ଏକାଧିକ କ୍ୟାଚ୍ ହାତଛଡ଼ା ଭାରତକୁ ମହଙ୍ଗା ପଡ଼ିଛି। ଯଶପ୍ରୀତ ବୁମ୍ରା, ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ରବୀନ୍ଦ୍ର ଜାଡେଜା କୌଣସି ସଫଳତା ପାଇନାହାନ୍ତି। ଆସନ୍ତାକାଲି ଦ୍ୱିତୀୟ ଦିବସରେ ଭାରତ ଘରୋଇ ଦଳକୁ ସଅଳ ଅଲଆଉଟ୍ କରିବାକୁ ଲକ୍ଷ୍ୟ ରଖିଛି।

ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ ୧୬୬/୨, ୫୫ ଓଭର୍: ଡେଭିଡ୍ ୱାର୍ଣ୍ଣର ୫, ୱିଲ ପୁକୋଭସ୍କି ୬୨, ମାର୍ନସ୍ ଲାବୁଶେନ୍ ୬୭*, ଷ୍ଟିଭ୍ ସ୍ମିଥ୍ ୩୧*, ମହମ୍ମଦ ସିରାଜ୍ ୧/୪୬, ନବଦୀପ ସାଇନି ୧/୩୨।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story