Advertisment

ଆଇସିସି ରାଙ୍କିଙ୍ଗ: ସିରାଜ ବିଶ୍ୱର ୧ନଂ ବୋଲର, ବିରାଟଙ୍କୁ ମାତ ଦେଲେ ଗିଲ୍‌

ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ ବାହିନୀର କମାଣ ସମ୍ଭାଳିଥିବା ସିରାଜ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି।

mohammed-siraj

mohammed-siraj

Advertisment

ଇତିହାସ ରଚିଛନ୍ତି ଟିମ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସିରାଜ। ଯଶପ୍ରୀତ ବୁମ୍ରାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ ବାହିନୀର କମାଣ ସମ୍ଭାଳିଥିବା ସିରାଜ ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଦମଦାର ପ୍ରଦର୍ଶନ କରିଛନ୍ତି। ଏହି ଦମଦାର ପ୍ରଦର୍ଶନ ଯୋଗୁ ସେ ଏବେ ଦିନିକିଆ କ୍ରିକେଟରେ ବିଶ୍ୱର ୧ନଂ ବୋଲର ବନି ଯାଇଛନ୍ତି।

Advertisment

ଆଜି ଆଇସିସି ପକ୍ଷରୁ ଜାରି ବୋଲିଂ ରାଙ୍କିଙ୍ଗରେ ସିରାଜ କ୍ୟାରିୟର ଶ୍ରେଷ୍ଠ ୭୨୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆର ଜୋଶ ହେଜେଲଉଡ ଓ ନ୍ୟୁଜିଲ୍ୟାଣ୍ଡର ଟ୍ରେଣ୍ଟ ବୋଲ୍ଟ ରହିଛନ୍ତି। ସିରାଜ ପ୍ରଥମ ଥର ପାଇଁ ଆଇସିସି ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ ସିରିଜ ପୂର୍ବରୁ ସିରାଜ ତୃତୀୟ ସ୍ଥାନରେ ଥିଲେ ଓ ବୋଲ୍ଟ ପ୍ରଥମ ସ୍ଥାନରେ ରହିଥିଲେ। ହେଲେ ଏବେ ବୋଲ୍ଟ ତୃତୀୟ ସ୍ଥାନକୁ ଖସିଛନ୍ତି ଓ ସିରାଜ ପ୍ରଥମ ସ୍ଥାନକୁ ଉଠିଛନ୍ତି।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ସିରିଜରେ ଦ୍ୱିଶତକ ହାସଲ କରିଥିବା ଟିମ ଇଣ୍ଡିଆର ବ୍ୟାଟର ଶୁବମନ ଗିଲ ମଧ୍ୟ ରାଙ୍କିଙ୍ଗରେ ବଡ଼ ଫାଇଦା ହାସଲ କରିଛନ୍ତି। ସେ ୨୦ଟି ସ୍ଥାନ ଉପରକୁ ଉଠି ବ୍ୟାଟିଂ ରାଙ୍କିଙ୍ଗର ୬ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଏଥିସହ ସେ ବିରାଟ କୋହଲିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ବିରାଟ ରାଙ୍କିଙ୍ଗର ୭ମ ସ୍ଥାନରେ ଅଛନ୍ତି। ଗିଲ୍‌ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ମ୍ୟାଚ୍‌ରେ ଗୋଟିଏ ଦ୍ୱିଶତକ ଓ ଗୋଟିଏ ଶତକ ସହ ମୋଟ ୩୬୦ ରନ କରିଥିଲେ।

Advertisment

ଅନ୍ୟପକ୍ଷରେ ଦୀର୍ଘ ୩ ବର୍ଷ ପରେ ଦିନିକିଆରେ ଶତକ ହାସଲ କରିଥିବା ରୋହିତ ଶର୍ମା ୨ଟି ସ୍ଥାନ ଉପରକୁ ଉଠି ୮ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି।

Bcci Indian Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe