/odisha-reporter/media/post_attachments/uploadimage/library/16_9/16_9_0/India_Win_1722394542.jpg)
India Win
ସୁପର୍ ଓଭର ବିଜୟ ସହ ଭାରତର ସିରିଜ୍ କ୍ଲିନ୍ ସୁଇପ୍। ଶ୍ରୀଲଙ୍କା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍କୁ ଭାରତ ୩-୦ରେ ଜିତି ନେଇଛି। ଶ୍ରୀଲଙ୍କାକୁ ଧୂଳି ଚଟାଇଛି ଭାରତ। ଶେଷ ଓଭର୍ରେ ୬ ରନ୍ ମଧ୍ୟ କରିପାରିନି ଶ୍ରୀଲଙ୍କା।
ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ଉଭୟ ଦଳ ୧୩୭ ରନରେ ଅଟକିଯିବା ପରେ ମ୍ୟାଚ୍ ଟାଇ ରହିଥିଲା। ଏହାପରେ ସୁପର ଓଭର୍ର ସହାୟତା ନିଆଯାଇଥିଲା। ସୁପର ଓଭର୍ରେ ଶ୍ରୀଲଙ୍କା ମାତ୍ର ୩ ରନ୍ କରିଥିଲା। ଯାହାକୁ ଭାରତ ପ୍ରଥମ ବଲ୍ରେ ହିଁ ହାସଲ କରି ନେଇଛି।
ସୁପର୍ ଓଭରରେ ୱାସିଂଟନ୍ ସୁନ୍ଦର ମାତ୍ର ୪ ବଲରେ ୨ ରନ୍ ଦେଇ ୨ ୱିକେଟ୍ ହାସଲ କରିଥିଲେ। ଜବାବରେ ମଥିଶା ପଥିରଣାଙ୍କ ପ୍ରଥମ ବଲକୁ ସୁଇପ୍ ଚୌକା ମାରି ଅଧିନାୟକ ସୂର୍ଯ୍ୟକୁମାର ୟାଦବ ଭାରତକୁ ବିଜୟୀ କରାଇଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୯ ଓ୍ୱିକେଟ୍ ହରାଇ ୧୩୭ ରନ୍ କରିଥିଲା। ଜବାବରେ ଘରୋଇ ଦଳ ଶ୍ରୀଲଙ୍କା ୮ ଓ୍ୱିକେଟ୍ ହରାଇ ୧୩୭ ରନ୍ କରିଥିଲା। ଏହାପରେ ସୁପର ଓଭରର ସହାୟତା ନିଆ ଯାଇଥିଲା। ୱାଶିଂଟନ ସୁନ୍ଦର ମ୍ୟାଚର ଶ୍ରେଷ୍ଠ ଖେଳାଳି ଏବଂ ସୂର୍ଯ୍ୟକୁମାର ୟାଦବ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
