Advertisment

Smriti Mandhana–Palash Muchhal wedding: ବାପାଙ୍କୁ ହାର୍ଟ ଆଟାକ୍, ଘୁଞ୍ଚିଲା ସ୍ମୃତି ମନ୍ଧାନାଙ୍କ ବାହାଘର

ଗୀତିକାର ଓ ଫିଲ୍ମ ନିର୍ମାତା ପଳାଶ ମୁଚ୍ଛଲଙ୍କ ସହିତ ଆଜି ସ୍ମୃତି ମନ୍ଧାନାଙ୍କର ବାହାଘର ହେବାର ଥିଲା। ମହାରାଷ୍ଟ୍ରର ସାଂଗଲୀର ସାମଡୋଲ ସ୍ଥିତ ମନ୍ଧାନାଙ୍କ ଫାର୍ମ ହାଉସ୍‌ରେ ଉଭୟ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁବାନ୍ଧବ ଗହଣରେ ଏହି ବାହାଘର ହୋଇଥା’ନ୍ତା।

Smruti
Advertisment

ବିଶ୍ୱ ବିଜେତା ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଅନ୍ୟତମ ଚର୍ଚ୍ଚିତ ଖେଳାଳି ସ୍ମୃତି ମନ୍ଧାନାଙ୍କର ଆଜି ହୋଇଥା’ନ୍ତା ବାହାଘର। ସେଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଥିବା ବେଳେ ତାଙ୍କ ବାପା ଶ୍ରୀନିବାସ ମନ୍ଧାନାଙ୍କର ହୃଦଘାତ ହେବାରୁ ବାହାଘରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଘୁଞ୍ଚାଇ ଦିଆଯାଇଛି। 

Advertisment

ସ୍ମୃତି ମନ୍ଧାନାଙ୍କ ମ୍ୟାନେଜର କହିଛନ୍ତି, ଆଜି ସକାଳେ ଶ୍ରୀନିବାସ ମନ୍ଧାନା ଜଳଖିଆ ଖାଉଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ଆମେ ଭାବିଥିଲୁ ସାମାନ୍ୟ କିଛି ସମସ୍ୟା ହୋଇଥିବ। ତେଣୁ କିଛି ସମୟ ଅପେକ୍ଷା କରିଥିଲୁ। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିବା ବଦଳରେ ଆହୁରି ବିଗିଡ଼ି ଯାଇଥିଲା। ତେଣୁ ଆମେ ଆଉ ବିଳମ୍ବ ନ କରି ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନାକୁ ନେଇଗଲୁ। ସେ ଏବେ ଡାକ୍ତରଖାନାରେ ଅଛନ୍ତି। ଆପଣମାନେ ସମସ୍ତେ ଜାଣନ୍ତି ଯେ ସ୍ମୃତି ମନ୍ଧାନା ତାଙ୍କ ବାପାଙ୍କୁ ବହୁତ ଭଲ ପାଆନ୍ତି। ତେଣୁ ସେ ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କ ବାପା ସୁସ୍ଥ ନହେବା ପର୍ଯ୍ୟନ୍ତ ବାହାଘର ହେବ ନାହିଁ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏ ବାହାଘର ଘୁଞ୍ଚିଯାଇଛି। 

Smriti and her father

ସେ ଆହୁରି କହିଛନ୍ତି, ଡାକ୍ତରମାନେ କହିଛନ୍ତି ଯେ ଶ୍ରୀନିବାସ ମନ୍ଧାନାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖାଯାଇଛି। ସଂପୂର୍ଣ୍ଣ ସୁସ୍ଥ ହେଲା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଖାନାରେ ରଖାଯିବ। ଆମେ ଏବେ ବି ଏହି ଘଟଣାକୁ ବିଶ୍ୱାସ କରିପାରୁ ନାହୁଁ। ଆମେ ଆଶା କରୁଛୁ ଯେ ସେ ଶୀଘ୍ର ସୁସ୍ଥ ହୋଇଯିବେ। 

Advertisment

ଗୀତିକାର ଓ ଫିଲ୍ମ ନିର୍ମାତା ପଳାଶ ମୁଚ୍ଛଲଙ୍କ ସହିତ ଆଜି ସ୍ମୃତି ମନ୍ଧାନାଙ୍କର ବାହାଘର ହେବାର ଥିଲା। ମହାରାଷ୍ଟ୍ରର ସାଂଗଲୀର ସାମଡୋଲ ସ୍ଥିତ ମନ୍ଧାନାଙ୍କ ଫାର୍ମ ହାଉସ୍‌ରେ ଉଭୟ ପରିବାରର ସଦସ୍ୟ ଓ ଘନିଷ୍ଠ ବନ୍ଧୁବାନ୍ଧବ ଗହଣରେ ଏହି ବାହାଘର ହୋଇଥା’ନ୍ତା। ବାହାଘର ପୂର୍ବର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଥିଲା। ମେହେନ୍ଦୀ, ହଲଦୀ ଓ ସଙ୍ଗୀତ ଭଳି କାର୍ଯ୍ୟକ୍ରମ ଶେଷ ହୋଇଯାଇଥିଲା। ଏଥିରେ ଭାରତୀୟ ମହିଳା କ୍ରିକେଟ ଦଳର ଅନେକ ସଦସ୍ୟ ମଧ୍ୟ ସାମିଲ ହୋଇଥିଲେ। ଏହାର ଅନେକ ଭିଡିଓ ଓ ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।

ନିକଟରେ ଶେଷ ହୋଇଥିବା ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଭାରତୀୟ ଦଳ ଚାମ୍ପିଅନ ହୋଇଥିବା ବେଳେ ସ୍ମୃତି ମନ୍ଧାନା ଏଥିରେ ୯ଟି ଇନିଂସରୁ ୪୩୪ ରନ୍ ସଂଗ୍ରହ କରିଥିଲେ। ତା’ ମଧ୍ୟରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ଥିଲା।
  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe