Advertisment

କରୋନା ନେଲା ଯୁବ ଫୁଟବଲ କୋଚଙ୍କ ଜୀବନ

ମାଡ୍ରିଡ୍‌: କରୋନା ଭାଇରସର ପ୍ରକୋପ କ୍ରୀଡ଼ା ଜଗତକୁ ବି ଆଘାତ ଦେଇଛି। ଏହି ମହାମାରୀ ଭୂତାଣୁ ସଂକ୍ରମଣ କାରଣରୁ ସ୍ପେନର ୨୧ ବର୍ଷୀୟ ଫୁଟବଲ କୋଚ୍ ଫ୍ରାନ୍ସିସ୍କୋ ଗାର୍ସିଆଙ୍କର ମୃତ୍ୟୁ ହୋଇଛି। ଏହି ଖବର ପ୍ରକାଶିତ ହେବା ପରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ସ୍ପାନିଶ୍ ଲିଗର ଦ୍ୱିତୀୟ ଡିଭିଜନର ଯୁବ ଟିମ୍ ଆଟଲେଟିକୋ ପୋର୍ଟାଡା ଆଲଟାର କୋଚ୍ ଗାର୍ସିଆଙ୍କ ଭିତରେ କୋଭିଡ୍‌-୧୯ର ଲକ୍ଷଣ ଦେଖା ଦେଇଥିଲା, ଯାହା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି […]

author-image
Ranjit Kumar Jena
କରୋନା ନେଲା ଯୁବ ଫୁଟବଲ କୋଚଙ୍କ ଜୀବନ

garcia

ମାଡ୍ରିଡ୍‌: କରୋନା ଭାଇରସର ପ୍ରକୋପ କ୍ରୀଡ଼ା ଜଗତକୁ ବି ଆଘାତ ଦେଇଛି। ଏହି ମହାମାରୀ ଭୂତାଣୁ ସଂକ୍ରମଣ କାରଣରୁ ସ୍ପେନର ୨୧ ବର୍ଷୀୟ ଫୁଟବଲ କୋଚ୍ ଫ୍ରାନ୍ସିସ୍କୋ ଗାର୍ସିଆଙ୍କର ମୃତ୍ୟୁ ହୋଇଛି। ଏହି ଖବର ପ୍ରକାଶିତ ହେବା ପରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି।

Advertisment

ସ୍ପାନିଶ୍ ଲିଗର ଦ୍ୱିତୀୟ ଡିଭିଜନର ଯୁବ ଟିମ୍ ଆଟଲେଟିକୋ ପୋର୍ଟାଡା ଆଲଟାର କୋଚ୍ ଗାର୍ସିଆଙ୍କ ଭିତରେ କୋଭିଡ୍‌-୧୯ର ଲକ୍ଷଣ ଦେଖା ଦେଇଥିଲା, ଯାହା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ ସେ ଲ୍ୟୁକମେନିଆରେ ପୀଡ଼ିତ ହୋଇଥିଲେ। ଗାର୍ସିଆ ମଧ୍ୟ ମାଲାଗାରେ ସବୁଠାରୁ କନିଷ୍ଠ ଭାବେ ଏହି ଭାଇରସରେ ମୃତ୍ୟୁବରଣ କରିଛନ୍ତି। ଗାର୍ସିଆଙ୍କ ମୃତ୍ୟୁରେ କ୍ଲବ୍ ଗଭୀର ଶୋକପ୍ରକାଶ କରିଛି।

କ୍ଲବ୍ ପକ୍ଷରୁ କୁହାଯାଇଛି ଯେ ଆମେ କୋଚ୍ ଗାର୍ସିଆଙ୍କ ପରିବାର, ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପ୍ରତି ସମବେଦନା ବ୍ୟକ୍ତ କରୁଛୁ। ଫ୍ରାନ୍ସିସ୍କୋଙ୍କ ବିନା ଆମେ କ'ଣ କରିବୁ। ସ୍ଥାନୀୟ ଗଣାମଧ୍ୟମ ରିପୋର୍ଟ ଅନୁଯାୟୀ, ଯଦି ଗାର୍ସିଆ ଲ୍ୟୁକମେନିଆରେ ଆକ୍ରାନ୍ତ ହୋଇନଥାନ୍ତେ, ତାହେଲେ ସେ ବଞ୍ଚି ପାରିଥାନ୍ତେ। ସୂଚନାଯୋଗ୍ୟ, କରୋନା ଭାଇରସରେ ଅଧିକ ପ୍ରଭାବିତ ଦେଶ ଗୁଡ଼ିକ ମଧ୍ୟରେ ସ୍ପେନ୍ ଅନ୍ୟତମ, ଯେଉଁଠାରେ ୩୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏଥିରେ ୯ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ହୋଇଛନ୍ତି।

Advertisment