ganguly
ନୂଆଦିଲ୍ଲୀ: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଦୁନିଆର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମରେ ଅର୍ଦ୍ଧଶତକ ମାରିବାରେ ପ୍ରଥମ ଖେଳାଳି ହୋଇଛନ୍ତି। ବୁଧବାର ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଟିମ୍ ବିରୋଧରେ ଗାଙ୍ଗୁଲି ଏହି ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୨୪ ତାରିଖରେ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ହେବ। ଏହି ବୈଠକ ପୂର୍ବରୁ ବୋର୍ଡର ସଭାପତି ଓ ସମ୍ପାଦକଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଶାହଙ୍କ ଟିମ୍ ୨୮ ରନରେ ଗାଙ୍ଗୁଲିଙ୍କୁ ଟିମକୁ ହରାଇଛି।
/odisha-reporter/media/post_attachments/sites/default/files/styles/full/public/2020/12/23/945192-jay-shah-vs-sourav-ganguly.jpg)
ବୁଧବାର ଗାଙ୍ଗୁଲି ମଇଦାନକୁ ଓହ୍ଲାଇବା ମାତ୍ରକେ ପ୍ରମାଣ କରିଛନ୍ତି ଯେ ହୁଏତ ସେ ଦୀର୍ଘ ବର୍ଷ ଧରି ବ୍ୟାଟ୍ ଛାଡ଼ି ଥାଇପାରନ୍ତି, କିନ୍ତୁ ଆଜି ବି ତାଙ୍କ ଭିତରେ ସେହି ଚମକ ରହିଛି। ଗାଙ୍ଗୁଲି ମାତ୍ର ୩୨ ବଲରେ ୫୩ ରନର ଧୂଆଁଧାର ଇନିଂସ୍ ଖେଳିଛନ୍ତି। କେବଳ ଏତିକି ନୁହେଁ, ବୋଲିଂରେ ମଧ୍ୟ ଦାଦା ୩ ଓଭରରେ ୨୬ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଛନ୍ତି। ଗାଙ୍ଗୁଲି ସେହି ଏକମାତ୍ର ୱିକେଟ୍ ବିସିସିଆଇ ସମ୍ପାଦକ ଜୟ ଶାହଙ୍କର ନେଇଥିଲେ। ଜୟ ଶାହ ନିଜ ଟିମ୍ ପାଇଁ ମାତ୍ର ୨ ରନ୍ କରିଥିଲେ। ଗାଙ୍ଗୁଲିଙ୍କ ବ୍ୟତୀତ ମହମ୍ମଦ ଆଝାରୁଦ୍ଦିନ ୨୨ ବଲରେ ୩୭ ରନର ଇନିଂସ୍ ଖେଳିଛନ୍ତି। ସେହିପରି ଜୟଦେବ ଶାହ ୧୬ ବଲରେ ୩୮ ରନ୍ କରିବା ସହ ୨ଟି ୱିକେଟ୍ ନେଇଥିଲେ।
/odisha-reporter/media/post_attachments/wp-content/uploads/2020/12/dada.jpg)
ସନ୍ନ୍ୟାସ ପରେ ବି ଗାଙ୍ଗୁଲି ନିଜ ନାଁରେ ଏକ ବଡ଼ ରେକର୍ଡ କରିବାରେ ସଫଳ ହୋଇଛନ୍ତି। ୬୩ ଏକର ଜମିରେ ହୋଇଥିବା ଏହି ଷ୍ଟାଡିୟମର ନିର୍ମାଣରେ ୭୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡଠାରୁ ମଧ୍ୟ ବଡ଼। ମୋଟେରାରେ ୧ଲକ୍ଷ ୧୦ହଜାର ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/12/ganguly.jpg)