କୋହଲିଙ୍କୁ ନେଇ କାହିଁକି ଏମିତି କହିଲେ ସୌରଭ୍‌

କୋଲକାତା: ବୁଧବାର ୟୁଏଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ର ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଚରା ଯିବାରେ ସେ ତାଙ୍କ ମତ ରଖିବା ସହ ବିରାଟଙ୍କ ସମ୍ପର୍କରେ କିଛି ମନ୍ତବ୍ୟ ଦେଇଛନ୍ତି। ସୌରଭ କହିଛନ୍ତି, ଏହି ମୁକାବିଲା ସମାନ ସ୍ତରରେ ରହିଛି। ଉଭୟଙ୍କର ଜିତିବାର ସୁଯୋଗ ୫୦-୫୦ ରହିବ। ବିରାଟଙ୍କ ଅନୁପସ୍ଥିତି ସମ୍ପର୍କରେ ତାଙ୍କୁ ପଚରାଯିବାରେ ସେ କହିଛନ୍ତି, “ବିରାଟଙ୍କ ଅନୁପସ୍ଥିତି ଟିମ୍‌ ପାଇଁ ସମସ୍ୟା […]

sourav-ganguly

Rakesh Mallick
  • Published: Tuesday, 18 September 2018
  • , Updated: 18 September 2018, 07:23 AM IST

କୋଲକାତା: ବୁଧବାର ୟୁଏଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏସିଆ କପ୍‌ର ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ ନେଇ ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ପଚରା ଯିବାରେ ସେ ତାଙ୍କ ମତ ରଖିବା ସହ ବିରାଟଙ୍କ ସମ୍ପର୍କରେ କିଛି ମନ୍ତବ୍ୟ ଦେଇଛନ୍ତି।

ସୌରଭ କହିଛନ୍ତି, ଏହି ମୁକାବିଲା ସମାନ ସ୍ତରରେ ରହିଛି। ଉଭୟଙ୍କର ଜିତିବାର ସୁଯୋଗ ୫୦-୫୦ ରହିବ।

ବିରାଟଙ୍କ ଅନୁପସ୍ଥିତି ସମ୍ପର୍କରେ ତାଙ୍କୁ ପଚରାଯିବାରେ ସେ କହିଛନ୍ତି, “ବିରାଟଙ୍କ ଅନୁପସ୍ଥିତି ଟିମ୍‌ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ। ଭାରତୀୟ ଟିମ୍‌ ବିରାଟ କୋହଲିଙ୍କ ବିନା ମଧ୍ୟ ବହୁତ ଭଲ। ପିଚ୍‌ ହିସାବରେ ମ୍ୟାଚ୍‌ ଜିତାଇବା ନିମନ୍ତେ ଭାରତୀୟ ଟିମ୍‌ରେ ଏକାଧିକ ବ୍ୟାଟ୍ସମ୍ୟାନ ଅଛନ୍ତି।

ସୂଚନାଯୋଗ୍ୟ, ଏସିଆ କପ୍‌ରେ ଭାରତ ହେଉଛି ସବୁଠାରୁ ସଫଳ ଟିମ୍‌। ୬ଥର ଭାରତ ଏସିଆ କପ୍‌ ଜିତିଥିବା ବେଳେ ପାକିସ୍ତାନ ୨ ଥର ଜିତିବାକୁ ସକ୍ଷମ ହୋଇଛି।

ଆଜି ହଂକଂ ବିପକ୍ଷରେ ମ୍ୟାଚ୍‌ ଖେଳି ଭାରତୀୟ ଦଳ ତା’ର ଏସିଆ କପ୍‌ ଅଭିଯାନ ଆରମ୍ଭ କରିବ।

Related story