Advertisment

INDvsSA: ସେନୁରାନଙ୍କ ଶତକ ଓ ମାର୍କୋଙ୍କ ମାଡ଼, ବଡ଼ ସ୍କୋର କଲା ଦକ୍ଷିଣ ଆଫ୍ରିକା

କାୟଲେ ଭେରେୟନ୍ନେ ଆଉଟ୍ ହୋଇଯିବା ପରେ କ୍ରିଜ୍‌କୁ ଆସିଥିବା ମାର୍କୋ ଜେନସେନ ଦମ୍‌ଦାର ଇନିଂସ ଖେଳିଥିଲେ। ସେ ୯୧ଟି ବଲ୍‌ରୁ ୬ଟି ଚୌକା ଓ ୭ଟି ଛକା ସହାୟତାରେ ୯୩ ରନ୍ କରିଥିବା ବେଳେ କୁଲଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ।

Senuran Muthusamy

କ୍ୟାରିୟରର ପ୍ରଥମ ଶତକ ମାରିଥିବା ସେନୁରାନ ମୁଥୁସାମୀ

Advertisment

ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୨୪୭ ରନ୍ କରିଥିବା ଦକ୍ଷିଣ ଆଫ୍ରିକା ଆଜି ଦ୍ୱିତୀୟ ଦିନରେ ଆଉ ୨୪୨ ରନ୍ ଯୋଡ଼ି ଅଲ୍‌ଆଉଟ୍ ହୋଇଛି। ସେନୁରାନ ମୁଥୁସାମୀ ୧୦୯ ଓ ମାର୍କୋ ଜେନସେନଙ୍କ ୯୩ ରନ୍ ବଳରେ ଦଳ ଦ୍ୱିତୀୟ ଦିନରେ ୨୪୨ ରନ୍ କରିବା ସହିତ ପ୍ରଥମ ଇନିଂସରେ ୪୮୯ ରନ୍ କରିଛି। 

Advertisment

ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଯଥାକ୍ରମେ ୨୫ ଓ ୧ ରନ୍ କରି ଅପରାଜିତ ଥିବା ସେନୁରାନ ମୁଥୁସାମୀ ଓ କାୟଲେ ଭେରେୟନ୍ନେ ଆଜି ଦଳର ପ୍ରଥମ ଇନିଂସକୁ ଭଲ ଢଙ୍ଗରେ ଆଗେଇ ନେଇଥିଲେ। କାୟଲେ ୪୫ ରନ୍ କରି ଆଉଟ୍ ହୋଇଯାଇଥିଲେ ହେଁ ସେନୁରାନ ମୁଥୁସାମୀଙ୍କୁ ବିଦା କରିବାକୁ ଭାରତୀୟ ବୋଲରଙ୍କୁ ବହୁ ସମୟ ଲାଗିଥିଲା। ଆଉ ସେତେବେଳକୁ ସେ ୨୦୬ ବଲ୍‌ରୁ ୧୦୯ ରନ୍ (୧୦ ଚୌକା, ୨ ଛକା) କରିସାରିଥିଲେ। ୩୧ ବର୍ଷୀୟ ଅଲ୍‌ରାଉଣ୍ଡର ସେନୁରାନଙ୍କ ଟେଷ୍ଟ କ୍ୟାରିୟରର ଏହା ହେଉଛି ପ୍ରଥମ ଶତକ। ୧୦୯ ରନ୍ କରିଥିବା ବେଳେ ମହମ୍ମଦ ସିରାଜଙ୍କ ବଲ୍‌ରେ ଯଶସ୍ୱୀ ଜୈସୱାଲଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। 

କାୟଲେ ଭେରେୟନ୍ନେ ଆଉଟ୍ ହୋଇଯିବା ପରେ କ୍ରିଜ୍‌କୁ ଆସିଥିବା ମାର୍କୋ ଜେନସେନ ଦମ୍‌ଦାର ଇନିଂସ ଖେଳିଥିଲେ। ସେ ୯୧ଟି ବଲ୍‌ରୁ ୬ଟି ଚୌକା ଓ ୭ଟି ଛକା ସହାୟତାରେ ୯୩ ରନ୍ କରିଥିବା ବେଳେ କୁଲଦୀପ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ମାର୍କୋଙ୍କ କ୍ୟାରିୟରରେ ଏହା ହେଉଛି ସବୁଠୁ ବଡ଼ ସ୍କୋର। 

Advertisment

ସମୋନ ହାରମର ୫ ରନ୍ କରିଥିବା ବେଳେ କେଶବ ମହାରାଜ ୧୨ ରନ୍ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ କୁଲଦୀପ ଯାଦବ ୪ଟି ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଡେଜା ୨ଟି ଲେଖାଏ ୱିକେଟ୍ ନେଇଛନ୍ତି।

ଦକ୍ଷିଣ ଆଫ୍ରିକା ଅଲ୍‌ଆଉଟ୍ ହେବା ପରେ ଭାରତ ତା’ର ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଛି। ଷ୍ଟମ୍ପ ଅପସାରଣ ସୁଦ୍ଧା ଦଳ କୌଣସି ୱିକେଟ ନହରାଇ ୯ ରନ୍ ସଂଗ୍ରହ କରିଛି। ଓପନର ଯଶସ୍ୱୀ ଜୈସୱାଲ ୭ ଓ କେଏଲ ରାହୁଲ ୨ ରନ୍ କରି ଅପରାଜିତ ରହିଛନ୍ତି।    

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe