ପ୍ରଥମଥର ପାଇଁ ପିଙ୍କ୍‌ ଡେ’ରେ ହାରିଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗ: ପିଙ୍କ୍‌ ଡେ’ ଦିନିକିଆରେ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପରାଜୟ ବରଣ କରିଛି। ୨୮ ଜାନୁଆରୀରେ ଖେଳା ଯାଇଥିବା ଏହି ପିଙ୍କ ଡେ’ ମ୍ୟାଚ୍‌ରେ ଦଳ ହାରିବା ପ୍ରଥମ ଘଟଣା। ପାକିସ୍ତାନ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଛି। ଜୋହାନ୍ସବର୍ଗରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଅଧିନାୟକ ସରଫରାଜ୍‌ ଅହମ୍ମଦଙ୍କ ଅନୁପସ୍ଥିତିରେ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ ଟିମ୍‌। ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ୍‌ ଦେଖାଇ ପାକିସ୍ତାନ, ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇ […]

pakistan

Rakesh Mallick
  • Published: Monday, 28 January 2019
  • , Updated: 28 January 2019, 12:31 PM IST

ଜୋହାନ୍ସବର୍ଗ: ପିଙ୍କ୍‌ ଡେ’ ଦିନିକିଆରେ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପରାଜୟ ବରଣ କରିଛି। ୨୮ ଜାନୁଆରୀରେ ଖେଳା ଯାଇଥିବା ଏହି ପିଙ୍କ ଡେ’ ମ୍ୟାଚ୍‌ରେ ଦଳ ହାରିବା ପ୍ରଥମ ଘଟଣା। ପାକିସ୍ତାନ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଇତିହାସ ରଚିଛି।

ଜୋହାନ୍ସବର୍ଗରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଅଧିନାୟକ ସରଫରାଜ୍‌ ଅହମ୍ମଦଙ୍କ ଅନୁପସ୍ଥିତିରେ ପଡ଼ିଆକୁ ଓହ୍ଲାଇଥିଲା ପାକିସ୍ତାନ ଟିମ୍‌। ତେବେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ୍‌ ଦେଖାଇ ପାକିସ୍ତାନ, ଦକ୍ଷିଣ ଆଫ୍ରିକାକୁ ୮ ୱିକେଟ୍‌ରେ ହରାଇ ୫ ଟିକିଆ ସିରିଜକୁ ୨-୨ ସ୍ଥିତିକୁ ଆଣିଛି।

ଟସ୍‌ ଜିତିବା ପରେ ପାକିସ୍ତାନ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶିନୱାରୀଙ୍କ ଘାତକ ବୋଲିଂ ଆଗରେ ଦକ୍ଷିଣ ଆଫ୍ରିକା ଟିମ୍‌ ବେଶି ସମୟ ତିଷ୍ଠି ପାରି ନଥିଲା। ୬ଟି ବଲ୍‌ରେ ୪ଟି ୱିକେଟ୍‌ ନେଇ ଶିନୱାରୀ ଦକ୍ଷିଣ ଆଫ୍ରିକାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଦଳ ୪୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୬୪ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

୧୬୫ ରନ୍‌ ବିଜୟ ଲକ୍ଷ୍ୟକୁ ନେଇ ପଡ଼ିଆକୁ ଓହ୍ଲାଇ ଥିବା ପାକିସ୍ତାନ ୩୧.୪ ଓଭରରେ ଦୁଇ ୱିକେଟ୍‌ ହରାଇ ୧୬୮ ରନ୍‌ କରିଥିଲା। ଦଳ ପକ୍ଷରୁ ଉମାମ ଉଲ୍ଲ ସର୍ବାଧିକ ୭୧ ରନ୍‌ କରିଥିଲେ।

ସିରିଜ୍‌ର ଶେଷ ମ୍ୟାଚ୍‌ ୩୦ ଜାନୁଆରୀରେ କେପ୍‌ଟାଉନ୍‌ରେ ଖେଳାଯିବ।

ସୂଚନାଯୋଗ୍ୟ, ସ୍ତନ କର୍କଟ ରୋଗ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ଦକ୍ଷିଣ ଆଫ୍ରିକାରେ ଖେଳା ଯାଉଥିବା ଏହି ମ୍ୟାଚ୍‌କୁ ‘ପିଙ୍କ୍‌ ଡେ’ ମ୍ୟାଚ ନାମକରଣ କରାଯାଇଛି। ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ମ୍ୟାଚ୍‌ରେ କେବେ ବି ଦକ୍ଷିଣ ଆଫ୍ରିକା ହାରି ନଥିଲା।

କେଉଁ ବର୍ଷ କେଉଁ ଦଳକୁ ହରାଇଥିଲା

୨୦୧୩ରେ ପାକିସ୍ତାନ, ୨୦୧୪ରେ ଭାରତ, ୨୦୧୫ରେ ୱେଷ୍ଟଇଣ୍ଡିଜ୍‌, ୨୦୧୬ରେ ଇଂଲଣ୍ଡ, ୨୦୧୭ରେ ଶ୍ରୀଲଙ୍କା ଓ ୨୦୧୮ରେ ଭାରତକୁ ହରାଇଥିଲା ଦକ୍ଷିଣ ଆଫ୍ରିକା। ତେବେ ଏଥର ପାକିସ୍ତାନ ପାଖରୁ ଦଳ ପିଙ୍କ ଡେ ମ୍ୟାଚ ହାରି ଯାଇଛି।

Related story