Advertisment

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ଦିନିକିଆରେ ଗୁରକିରତ ନୂଆମୁହଁ, ଜାଡ଼େଜା ବାଦ୍

ବେଙ୍ଗାଲୁରୁ: ଭାରତରେ ହେବାକୁ ଥିବା ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ରବିବାର ଘୋଷିତ ହୋଇଛି ଟିମ୍ ଇଣ୍ଡିଆ। ଟି-ଟ୍ୱେଣ୍ଟି ସିରିଜ୍ ଏବଂ ପ୍ରଥମ ୩ଟି ଦିନିକିଆ ପାଇଁ ଏହି ଦଳ ଘୋଷଣା ହୋଇଛି। ଉଭୟ ସିରିଜ୍ ପାଇଁ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଅଛନ୍ତି। ଟି-ଟ୍ୱେଣ୍ଟି ଦଳକୁ ହରଭଜନ୍ ସିଂହ ଫେରିଥିବା ବେଳେ ରବୀନ୍ଦ୍ର ଜାଡେଜା ଉଭୟ ଟି-ଟ୍ୱେଣ୍ଟି ଓ ଦିନିକିଆରୁ ବାଦ୍ ପଡ଼ିଛନ୍ତି। ଦିନିକିଆ ଟିମରେ ନବାଗତ ବ୍ୟାଟ୍ସମ୍ୟାନ୍ ଗୁରକିରତ ମାନ୍ ସ୍ଥାନ […]

ଦକ୍ଷିଣ ଆଫ୍ରିକା ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା: ଦିନିକିଆରେ ଗୁରକିରତ ନୂଆମୁହଁ, ଜାଡ଼େଜା ବାଦ୍

gurkirat

Advertisment

[caption id="attachment_34075" align="alignleft" width="234"]gurkiratଗୁରକିରତ୍ ସିଂହ ମାନ୍[/caption]

Advertisment

ବେଙ୍ଗାଲୁରୁ: ଭାରତରେ ହେବାକୁ ଥିବା ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପାଇଁ ରବିବାର ଘୋଷିତ ହୋଇଛି ଟିମ୍ ଇଣ୍ଡିଆ। ଟି-ଟ୍ୱେଣ୍ଟି ସିରିଜ୍ ଏବଂ ପ୍ରଥମ ୩ଟି ଦିନିକିଆ ପାଇଁ ଏହି ଦଳ ଘୋଷଣା ହୋଇଛି। ଉଭୟ ସିରିଜ୍ ପାଇଁ ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଅଛନ୍ତି। ଟି-ଟ୍ୱେଣ୍ଟି ଦଳକୁ ହରଭଜନ୍ ସିଂହ ଫେରିଥିବା ବେଳେ ରବୀନ୍ଦ୍ର ଜାଡେଜା ଉଭୟ ଟି-ଟ୍ୱେଣ୍ଟି ଓ ଦିନିକିଆରୁ ବାଦ୍ ପଡ଼ିଛନ୍ତି। ଦିନିକିଆ ଟିମରେ ନବାଗତ ବ୍ୟାଟ୍ସମ୍ୟାନ୍ ଗୁରକିରତ ମାନ୍ ସ୍ଥାନ ପାଇଛନ୍ତି। ଟି-ଟ୍ୱେଣ୍ଟି ଦଳରେ ନବାଗତ ଫାଷ୍ଟ୍ ବୋଲର ଶ୍ରୀନାଥ ଅରବିନ୍ଦଙ୍କୁ ସାମିଲ କରାଯାଇଛି। ଚୟନକର୍ତ୍ତାଙ୍କ ବୈଠକ ପରେ ବିସିସିଆଇ ସଂପାଦକ ଅନୁରାଗ ଠାକୁର ଟିମ୍ ଘୋଷଣା କରିଥିଲେ।

ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ଅକ୍ଟୋବର ୨ରେ ଟି-ଟ୍ୱେଣ୍ଟି ମ୍ୟାଚରୁ ଆରମ୍ଭ ହେବ।

ଦିନିକିଆ ଟିମ୍-ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ଶିଖର ଧାୱନ, ରୋହିତ ଶର୍ମା, ବିରାଟ କୋହଲି,  ଅମ୍ବାତି ରାଇଡୁ, ସୁରେଶ ରୈନା, ଆଜିଙ୍କ୍ୟ ରାହାଣେ, ଷ୍ଟୁଆର୍ଟ ବିନ୍ନି, ରବିଚନ୍ଦ୍ରନ ଅଶ୍ୱୀନ, ଅକ୍ସର ପଟେଲ, ଗୁରକିରତ ସିଂହ ମାନ୍, ଅମିତ ମିଶ୍ରା, ମୋହିତ ଶର୍ମା, ଉମେଶ ଯାଦବ ଓ ଭୁବନେଶ୍ୱର କୁମାର।

Advertisment

ଟି-ଟ୍ୱେଣ୍ଟି ଟିମ୍- ମହେନ୍ଦ୍ର ସିଂ ଧୋନି (ଅଧିନାୟକ), ଶିଖର ଧାୱନ୍, ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରୈନା, ହରଭଜନ ସିଂହ, ଅମ୍ବାନ୍ତି ରାଇଡୁ, ଆଜିଙ୍କ୍ୟ ରାହାଣେ, ଆର୍ ଅଶ୍ୱୀନ, ଅକ୍ସର ପଟେଲ, ଅମିତ ମିଶ୍ରା, ମୋହିତ ଶର୍ମା, ଭୁବନେଶ୍ୱର କୁମାର, ଷ୍ଟୁଆର୍ଟ ବିନ୍ନି ଓ ଶ୍ରୀନାଥ ଅରବିନ୍ଦ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe