Advertisment

INDvsSA: ଅଢ଼େଇ ଦିନରେ ଖେଳ ଶେଷ; ଭାରତର ଲଜ୍ଜାଜନକ ପରାଜୟ, ୧୫ ବର୍ଷ ପରେ ଖାତା ଖୋଲିଲା ଦକ୍ଷିଣ ଆଫ୍ରିକା

ଦକ୍ଷିଣ ଆଫ୍ରିକା ପ୍ରଥମ ପ୍ରଥମ ଇନିଂସରେ ୧୫୯ ରନ୍ କରିଥିବା ବେଳେ ଭାରତ ୧୮୯ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୩ ରନ୍ କରିଥିବା ବେଳେ ଭାରତ ୯୩ ରନ୍ କରିଥିଲା।

author-image
Jitendra Garnayak
India

ଅଢ଼େଇ ଦିନରେ ଶେଷ ହେଲା କୋଲକାତା ଟେଷ୍ଟ। ମାଟି କାମୁଡ଼ିଲା ଭାରତ। ୩୦ ରନ୍‌ରେ ବାଜି ମାରିନେଲା ଦକ୍ଷିଣ ଆଫ୍ରିକା।

Advertisment

ଘରୋଇ ମାଟିରେ ମାତ୍ର ୧୨୪ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରିବାରେ ଭାରତ ବିଫଳ ହୋଇଥିବା ବେଳେ ୧୫ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ୍‌ ଜିତିଲା ଦକ୍ଷିଣ ଆଫ୍ରିକା। ବିଜୟୀ ପାଇଁ ଭାରତ ଆଗରେ ୧୨୪ ରନ୍‌ର ଲକ୍ଷ୍ୟ ଥିବା ବେଳେ ଦଳ ୧୦୦ ରନ୍ ବି କରିପାରିଲାନି। ୯୩ ରନ୍‌ରେ ଅଲ୍‌ଆଉଟ୍ ହୋଇଗଲା ଦଳ। 

ବୋଲରଙ୍କ ଦବଦବା ରହିଥିବା କୋଲକତା ଟେଷ୍ଟରେ ଗତକାଲି ଖେଳ ବନ୍ଦ ହେବା ବେଳକୁ ଦକ୍ଷିଣ ଆଫ୍ରିକା ୭ ୱିକେଟ ହରାଇ କରିଥିଲା ୯୩ ରନ୍‌। ଅଧିନାୟକ ତେମ୍ବା ବଭୂମା ଓ କୋରବିନ ବଚ୍ ଯଥାକ୍ରମେ ୨୯ ଓ ୧ ରନ୍ କରି ଅପରାଜିତ ରହିଥିଲେ। ଆଜି ତୃତୀୟ ଦିନରେ ଏହି ଦୁଇ ବ୍ୟାଟରଙ୍କ ମଧ୍ୟରେ ୪୪ ରନ୍‌ର ଭାଗିଦାରୀ ହୋଇଥିଲା। ଏହି ଯୋଡ଼ିକୁ ଭାଙ୍ଗିବାକୁ ଭାରତୀୟ ବୋଲରଙ୍କୁ ପ୍ରାୟ ୧୪ ଓଭର ଅପେକ୍ଷା କରିବାକୁ ପଡ଼ିଥିଲା। 

Advertisment

୪୭.୧ ଓଭରରେ କୋରବିନ ବଚ୍‌ଙ୍କୁ ବୋଲ୍ଡ କରିଥିଲେ ଯଶପ୍ରୀତ ବୁମ୍ରା। ସେତେବେଳକୁ ବଚ୍‌ ତାଙ୍କ ଖାତାରେ ଆହୁରି ୨୪ ରନ୍ ଯୋଡ଼ି ସାରିଥିଲେ। ସେ ୩୭ଟି ବଲ୍‌ରୁ ୨ ଚୌକା ଓ ଗୋଟିଏ ଛକା ସହାୟତାରେ ୨୫ ରନ୍ କରି ଆଉଟ୍ ହୋଇଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ତେମ୍ବା ବଭୂମାଙ୍କୁ ଆଉଟ୍ କରିପାରିନଥିଲେ ଭାରତୀୟ ବୋଲର। ସେ ୧୩୬ଟି ବଲ୍‌ରୁ ୪ ଚୌକା ସହାୟତାରେ ୫୫ ରନ୍ କରି ଅପରାଜିତ ରହିଥିଲେ। 

ସିମନ ହାରମେର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ କେଶବ ମହାରାଜ ଖାତା ଖୋଲିପାରି ନଥିଲେ। କେଶବ ମହାରାଜ ଆଉଟ୍ ହେବା ପରେ ଦକ୍ଷିଣ ଆଫ୍ରିକାର ଇନିଂସ ଶେଷ ହୋଇଥିଲା। ଦଳ ୧୫୩ ରନ୍ କରି ଅଲ୍‌ ଆଉଟ୍ ହେବା ପରେ ପ୍ରଥମ ଇନିଂସରେ ୩୦ ରନ୍‌ର ଲିଡ୍ ନେଇଥିବା ଭାରତ ଆଗରେ ବିଜୟୀ ପାଇଁ ରହିଥିଲା ୧୨୪ ରନ୍‌ର ଲକ୍ଷ୍ୟ।

ଆହତ ଅଧିନାୟକ ଶୁବମନ ଗିଲଙ୍କ ଅନୁପସ୍ଥିତିରେ ଭାରତୀୟ ଟିମ୍ ପାଇଁ ୧୨୪ ରନ୍‌ର ବିଜୟ ଲକ୍ଷ୍ୟକୁ ଛୁଇଁବା କଷ୍ଟକର ହୋଇପଡ଼ିଥିଲା। ଦଳକୁ ଆରମ୍ଭରୁ ଲାଗିଥିଲା ବଡ଼ ଝଟକା। ୧ ରନ୍‌ରେ ଦଳ ହରାଇଥିଲା ୨ଟି ୱିକେଟ୍‌। ପ୍ରଥମ ଓଭରରେ ଖାତା ଖୋଲି ନପାରି ମାର୍କୋ ଜାନସେନଙ୍କ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ ଯଶସ୍ୱୀ ଜୈସୱାଲ। ୨.୧ ଓଭରରେ ମାତ୍ର ୧ ରନ୍ କରି ମାର୍କୋ ଜାନସେନଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ କେଏଲ ରାହୁଲ। ଏହା ପରେ ମ୍ୟାଚ୍‌କୁ ଆଗେଇ ନେଇଥିଲେ ୱାଶିଂଟନ ସୁନ୍ଦର ଓ ଧ୍ରୁବ ଜୁରେଲ। ଦୁହେଁ ଧୈର୍ଯ୍ୟର ସହିତ ଖେଳୁଥିବା ବେଳେ ୧୪.୬ ଓଭରରେ ଆଉଟ୍ ହୋଇଥିଲେ ଧ୍ରୁବ ଜୁରେଲ। ସେ ୩୪ଟି ବଲ୍‌ରୁ ୧୩ ରନ୍ କରି ଆଉଟ୍ ହୋଇଥିଲେ। ସେତେବେଳକୁ ଦଳୀୟ ସ୍କୋର ୩୩ରେ ପହଞ୍ଚିଥିଲା। ତାଙ୍କ ପରେ ଆସିଥିବା ଋଷଭ ପନ୍ତ ମାତ୍ର ୨ ରନ୍ କରି ଆଉଟ୍ ହୋଇଯାଇଥିଲେ। ସିମନ ହାରମେରଙ୍କ ଦ୍ୱାରା ସେ କଟ୍‌ ଆଣ୍ଡ ବୋଲ୍ଡ ହୋଇଥିଲେ।

ଧ୍ରୁବ ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିବା ରବୀନ୍ଦ୍ର ଜାଡେଜାଙ୍କୁ ସାଥୀ କରି ୱାଶିଂଟନ ସୁନ୍ଦର ମ୍ୟାଚ୍‌କୁ ଆଗେଇ ନେଇଥିଲେ। ଜାଡେଜା ଅଧିକ ସମୟ କ୍ରିଜ୍‌ରେ ରହିପାରି ନଥିଲେ। ସେ ୨୬ଟି ବଲ୍‌ରୁ ୧୮ ରନ୍ କରି ସିମନ ହାରମେରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ସେ ଆଉଟ୍ ହେବାର ୨ ଓଭର ପରେ ୱାଶିଂଟନ ସୁନ୍ଦର ଆଉଟ୍ ହୋଇଯାଇଥିଲେ। ସେ ୯୨ଟି ବଲ୍‌ରୁ ୩୧ ରନ୍ କରିଥିଲେ। ଅକ୍ଷର ପଟେଲ ୧୭ ବଲ୍‌ରୁ ୨୬ ରନ୍ କରିଥିବା ବେଳେ କୁଲଦୀପ ଯାଦବ ୧ ରନ୍ କରିଥିଲେ। ମହମ୍ମଦ ସିରାଜ ଖାତା ଖୋଲିପାରି ନଥିବା ବେଳେ ଯଶପ୍ରୀତ ବୁମ୍ରା ଶୂନରେ ଅପରାଜିତ ରହିଥିଲେ। ଆହତ ହୋଇଥିବା ଯୋଗୁ ଅଧିନାୟକ ଶୁବମନ ଗିଲ୍ ବ୍ୟାଟିଂ କରିବାକୁ ନଆସିପାରିବାରୁ ସିରାଜ ଆଉଟ୍ ହେବା ପରେ ଭାରତର ଦ୍ୱିତୀୟ ଇନିଂସ ଶେଷ ହୋଇଥିଲା ଓ ଦଳ ୩୦ ରନ୍‌ରେ ପରାସ୍ତ ହୋଇଥିଲା।

ଦକ୍ଷିଣ ଆଫ୍ରିକା ତରଫରୁ ସିମନ ହାରମେର ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜାନସେନ ଓ କେଶବ ମହାରାଜ ୨ଟି ଲେଖାଏ ୱିକେଟ୍ ପାଇଥିଲେ। ଏଡେନ ମାର୍କରମ ଗୋଟିଏ ୱିକେଟ୍ ନେଇଥିଲେ।

ସୂଚନାଯୋଗ୍ୟ, ଦକ୍ଷିଣ ଆଫ୍ରିକା ପ୍ରଥମ ପ୍ରଥମ ଇନିଂସରେ ୧୫୯ ରନ୍ କରିଥିବା ବେଳେ ଭାରତ ୧୮୯ ରନ୍ କରିଥିଲା। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୧୫୩ ରନ୍ କରିଥିବା ବେଳେ ଭାରତ ୯୩ ରନ୍ କରିଥିଲା।

କୋଲକାତା ଟେଷ୍ଟରେ ବିଜୟୀ ହେବା ସହିତ ଦୁଇଟି ମ୍ୟାଚ୍ ବିଶିଷ୍ଟ ଚଳିତ ଟେଷ୍ଟରେ ୧-୦ରେ ଆଗୁଆ ରହିଛି ଦକ୍ଷିଣ ଆଫ୍ରିକା। ଦ୍ୱିତୀୟ ମ୍ୟାଚ୍‌ ନଭେମ୍ବର ୨୨ ତାରିଖରୁ ଆରମ୍ଭ ହେବ। ଏହି ମ୍ୟାଚ୍ ଗୌହାଟୀ