Advertisment

ଅଡ଼ୁଆରେ ଭାରତୀୟ ଫୁଟବଲ ମହାସଂଘର ସଦସ୍ୟ, ମହିଳା ଖେଳାଳି ଆଣିଲେ ଦୁର୍ବ୍ୟବହାର ଅଭିଯୋଗ

କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଫୁଟବଲ ମହାସଂଘକୁ ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

Football

Football

Advertisment

ଭାରତୀୟ ଫୁଟବଲ ମହାସଂଘ(ଏଆଇଏ‍ଫଏଫ) ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ମହାସଂଘର ସଦସ୍ୟ ଦୀପକ ଶର୍ମା ଦୁଇ ଜଣ ମହିଳା ଫୁଟବଲ ଖେଳାଳିଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି।

Advertisment

ଏପରି ଅଭିଯୋଗ ଆସିବା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଘଟଣାକୁ ଗୁରୁତ୍ୱର ସହ ନେଇଛି। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଫୁଟବଲ ମହାସଂଘକୁ ଘଟଣା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

ଗୋଆରେ ଭାରତୀୟ ମହୀଳା ଲିଗ ଚାଲିଥିଲା। ତେବେ ମାର୍ଚ୍ଚ ୨୮ରେ ଦୀପକ ଶର୍ମା ପ୍ରବଳ ମଦ ପିଇ ଦୁଇ ଫୁଟବଲରଙ୍କୁ ଦୁର୍ବ୍ୟବହାର କରିଥିଲେ। ତେବେ ଶର୍ମା ଏପରି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ଶର୍ମା ଭାରତୀୟ ଫୁଟବଲ ମହାସଂଘର ସଭାପତି ସହ ହିମାଚଳ ପ୍ରଦେଶ ଫୁଟବଲ ସଂଘର ସାଧାରଣ ସମ୍ପାଦକ।

Advertisment

ଶର୍ମାଙ୍କ କହିବା କଥା ଯେ ବିଶୃଙ୍ଖଳିତ ଆଚରଣ ପାଇଁ ସେ ଖେଳାଳିଙ୍କୁ ପାଟି କରିଥିଲେ। ସ୍ଥିତି ଅନୁସାରେ ଏପରି ଘଟଣା ଘଟିଥିଲା। ଦୀପକ ଶର୍ମା କହିଛନ୍ତି, “ଏସବୁ ଭିତ୍ତିହୀନ। କେହି ସେମାନଙ୍କୁ ଉସକାଉଛନ୍ତି ଓ ଏହାକୁ କେବଳ ଗୋଟିଏ ପ୍ରସଙ୍ଗ କରିବାକୁ ଚେଷ୍ଟା କରାଯାଉଛି। ସେ(ଅଭିଯୋଗକାରୀ) ରାତି ପ୍ରାୟ ୧୧ଟା ବେଳେ ବାହାରୁ ଅଣ୍ଡା ଆଣିବାକୁ ଯାଇଥିଲେ।

ସମୟକୁ ନେଇ ମୁଁ କେବଳ ତାଙ୍କୁ ପାଟି କରିଥିଲେ। ଏହା ଗୋଟିଏ ଛୋଟିଆ ଘଟଣା। ମାର୍ଚ୍ଚ ୨୮ ତାରିଖରେ ଘଟଣା ଘଟିଥିଲା। ଘଟଣା ବେଳେ ମୋ ପତ୍ନୀ ମୋ ସହ ଥିଲେ। ମୁଁ ଏ ସମ୍ପର୍କର ଏଆଇଏଫଏଫ ସହ କଥା ହୋଇଛି। ସବୁ କିଛି ଜଣାଇଛି। ଏହା କୌଣସି ଗୋଟିଏ ବଡ଼ ଘଟଣା ନୁହେଁ।”

ଏଆଇଏଫଏଫ କଲ୍ୟାଣ ଚୌଧୁରୀ ଘଟଣାକୁ ଗୁରୁତ୍ୱ ସହ ନିଆଯିବ ବୋଲି କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଜଣେ ଅଧିକାରୀ ମହିଳା ଫୁଟବଲର୍ସଙ୍କୁ ମାଡ଼ ମାରିଥିବା ଅଭିଯୋଗକୁ ବିଚାରକୁ ନେଇଛି।

ଏଆଇଏଫଏଫକୁ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଏଥିସହ ଆମ ଫୁଟବଲ ଖେଳାଳିଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ପଡ଼ିବ। ଏଆଇଏଫଏଫ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏ ସମ୍ପର୍କରେ ମନ୍ତ୍ରଣାଳୟକୁ ଜଣାଇବ ବୋଲି ଠାକୁର କହିଛନ୍ତି।

Football Anurag Thakur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe