Advertisment

ରେସଲରଙ୍କ ବିକ୍ଷୋଭର ସାଇଡ ଇଫେକ୍ଟ: କୁସ୍ତି ମହାସଂଘର ସହକାରୀ ସମ୍ପାଦକ ନିଲମ୍ବିତ

ଶୁକ୍ରବାର ବିକ୍ଷୋଭ କରୁଥିବା ରେସଲରମାନେ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେମାନେ ସଂଘର ସଭାପତି ବ୍ରିଜ ଭୂଷଣ ଓ ସହକାରୀ ସମ୍ପାଦକ ବିନୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ।

Vinod Tomar

Vinod Tomar

Advertisment

କୁସ୍ତି ମହାସଂଘର ବିରୋଧରେ ଦେଶର ଖ୍ୟାତାନାମା ରେସଲରମାନେ କରିଥିବା ଆନ୍ଦୋଳନ ଘଟଣରେ ପ୍ରଥମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କ୍ରୀଡ଼ା ମନ୍ତ୍ରଣାଳୟ। ଆଜି ମନ୍ତ୍ରଣାଳୟ ପକ୍ଷରୁ କୁସ୍ତି ମହାସଂଘର ସହକାରୀ ସମ୍ପାଦକ ବିନୋଦ ତୋମାରଙ୍କୁ ନିଲମ୍ବିତ କରାଯାଇଛି। ତେବେ ନିଲମ୍ବିତ ସମ୍ପର୍କରେ ବିନୋଦ କିଛି ଜାଣି ନଥିବା କହିଛନ୍ତି।

Advertisment

ଶୁକ୍ରବାର ବିକ୍ଷୋଭ କରୁଥିବା ରେସଲରମାନେ କ୍ରୀଡ଼ା ମନ୍ତ୍ରଣାଳୟର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେମାନେ ସଂଘର ସଭାପତି ବ୍ରିଜ ଭୂଷଣ ଓ ସହକାରୀ ସମ୍ପାଦକ ବିନୋଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ମନ୍ତ୍ରଣାଳୟ ବ୍ରିଜ ଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ ହେଁ ବିନୋଦଙ୍କୁ ନିଲମ୍ବିତ କରିଛି।

ବିନୋଦ ମହାସଂଘର ଦୈନନ୍ଦିନ କାମକୁ ବୁଝିବା ସହ ବ୍ରିଜ ଭୂଷଣଙ୍କ ଅତ୍ୟନ୍ତ ନିକଟତର ହୋଇ କାମ କରୁଥିଲେ। ସେ କାର୍ଯ୍ୟରେ ଅବହେଳା କରିଥିବା ହୃଦୟଙ୍ଗମ କରି କ୍ରୀଡ଼ା ମନ୍ତ୍ରଣାଳୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

Advertisment

ଅଲିମ୍ପିୟାନ ବଜରଙ୍ଗ ପୁନିଆ, ଭିନେଶ ଫୋଗଟ, ସାକ୍ଷୀ ମଲିକଙ୍କ ଠାରୁ ଆରମ୍ଭ କରି ଅନେକ ରେସଲର ଜାନୁଆରୀ ୧୮ରୁ କୁସ୍ତି ମହାସଂଘ ବିରୋଧରେ ଦିଲ୍ଲୀର ଯନ୍ତରମନ୍ତର ଠାରେ ବିକ୍ଷୋଭ ଆରମ୍ଭ କରିଥିଲେ। ବିକ୍ଷୋଭ ବେଳେ ଭିନେଶ ସଂଘର ସଭାପତି ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।

ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ଏଥିରେ କ୍ରୀଡ଼ା ମନ୍ତ୍ରଣାଳୟ ହସ୍ତକ୍ଷେପ କରିବା ସହ କୁସ୍ତି ମହାସଂଘକୁ ଜବାବ ତଲବ କରିଥିଲା। କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଦୁଇ ଥର ରେସଲରମାନଙ୍କ ସହ ଆଲୋଚନା କରିଥିଲେ। ଘଟଣାର ତଦନ୍ତ ପାଇଁ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନ ୭ ଜଣିଆ କମିଟି ଗଠନ କରିଛି। କମିଟି ତଦନ୍ତ ଆରମ୍ଭ କରିଥିବାରୁ ୨୦ ତାରିଖ ବିଳମ୍ବିତ ରାତିରେ ରେସଲରମାନେ ସେମାନଙ୍କ ବିକ୍ଷୋଭ ଶେଷ କରିଛନ୍ତି।

ଅନ୍ୟପକ୍ଷରେ ବ୍ରିଜ ଭୂଷଣ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରେସଲରମାନେ ତାଙ୍କ ଇସ୍ତଫା ଦାବି କରୁଥିବା ବେଳେ ସେ ନିଜ ଜିଦରେ ଅଟଳ ରହିଛନ୍ତି। ସେ କୁସ୍ତି ମହାସଂଘର ସଭାପତି ପଦରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି।

Protest Indian Wrestler
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe