Advertisment

ସନରାଇଜରସ ହାଇଦ୍ରାବାଦର ୫ମ ବିଜୟ, ଆରସିବିର ଶୋଚନୀୟ ପରାଜୟ

ନୂଆଦିଲ୍ଲୀ: ଆଇପିଏଲର ଶନିବାର ରାତିରେ ମୁମ୍ବାଇର ବ୍ରାବୋର୍ନ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସନରାଇଜରସ ହାଇଦ୍ରାବାଦ୍ ତାର ୫ମ ବିଜୟ ହାସଲ କରିଛି। ଏଥିସହ ଦଳ ନିଜର ସ୍ଥିତି ପଏଣ୍ଟ ଟେବୁଲର ଦ୍ୱିତୀୟରେ ପକ୍କା କରିଛି। ଏହି ମ୍ୟାଚରେ ଆରସିବିର ଶୋଚନୀୟ ପରାଜୟ ହୋଇଛି। ସନରାଇଜରସ ହାଇଦ୍ରାବାଦ୍ କ୍ୟାପଟେନ କେନ ଓ୍ୱିଲିୟମସନ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର(ଆରସିବି) ବ୍ୟାଟିଂ କରି ୧୬.୧ ଓଭରରେ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୬୮ ରନ କରିଥିଲା। […]

author-image
Niranjan Mishra
ଅଦ୍ୟତନ ହୋଇଛି
ସନରାଇଜରସ ହାଇଦ୍ରାବାଦର ୫ମ ବିଜୟ, ଆରସିବିର ଶୋଚନୀୟ ପରାଜୟ

SUN-riser

ନୂଆଦିଲ୍ଲୀ: ଆଇପିଏଲର ଶନିବାର ରାତିରେ ମୁମ୍ବାଇର ବ୍ରାବୋର୍ନ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ସନରାଇଜରସ ହାଇଦ୍ରାବାଦ୍ ତାର ୫ମ ବିଜୟ ହାସଲ କରିଛି। ଏଥିସହ ଦଳ ନିଜର ସ୍ଥିତି ପଏଣ୍ଟ ଟେବୁଲର ଦ୍ୱିତୀୟରେ ପକ୍କା କରିଛି। ଏହି ମ୍ୟାଚରେ ଆରସିବିର ଶୋଚନୀୟ ପରାଜୟ ହୋଇଛି।

Advertisment

ସନରାଇଜରସ ହାଇଦ୍ରାବାଦ୍ କ୍ୟାପଟେନ କେନ ଓ୍ୱିଲିୟମସନ୍ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ। ରୟାଲ ଚ୍ୟାଲେଞ୍ଜରସ୍ ବାଙ୍ଗାଲୋର(ଆରସିବି) ବ୍ୟାଟିଂ କରି ୧୬.୧ ଓଭରରେ ସମସ୍ତ ଓ୍ୱିକେଟ ହରାଇ ମାତ୍ର ୬୮ ରନ କରିଥିଲା। ସନରାଇଜରସ ହାଇଦ୍ରାବାଦର ଦୁଇ ବାମହାତି ବୋଲର ମାରକୋ ଜନସନ୍ ଓ ଟି ନଟରାଜନ ଦୁର୍ଦ୍ଧସ ବୋଲିଂ ପ୍ରଦର୍ଶନ କରି ପ୍ରତିପକ୍ଷକୁ ଚିତ୍ କରିଦେଇଥିଲେ। ଦୁହେଁ ୩ଟି ଲେଖାଏଁ ଓ୍ୱିକେଟ ନେଇଥିଲେ। ଜଗଡେଶା ସୁଚିଥ୍ ୩ ଓଭର ବୋଲିଂ କରି ମାତ୍ର ୧୨ ରନ୍ ଦେଇ ୨ଟି ଓ୍ୱିକେଟ ନେଇଥିଲେ। ଉମାରନ ମଲିକ ଓ ଭୁବନେଶ୍ୱର କୁମାର ଗୋଟିଏ ଲେଖାଏଁ ଓ୍ୱିକେଟ ନେଇଥିଲେ। ମାରକୋ ଜନସନ୍ ତାଙ୍କ ପ୍ରଥମ ଓଭରରେ ଆରସିବି ଅଧିନାୟକ ଫାଫ୍ ଡୁ ପ୍ଲେସିସ୍, ବିରାଟ କୋହଲି, ଅନୁଜ ରାଓତ ପ୍ରମୁଖ ୩ ଓ୍ୱିକେଟଙ୍କୁ ଫିଲ୍ଡରୁ ବିଦା କରିଦେଇଥିଲେ। ପରେ ଜଣଙ୍କ ପରେ ଜଣେ ବ୍ୟାଟ୍ସ ମ୍ୟାଚ୍ ଆଉଟ୍ ହୋଇଯାଇଥିଲେ। ଆରସିବି ପକ୍ଷରୁ ସୁୟଶ ପ୍ରଭୁଦେଶାଇ ସର୍ବାଧିକ ରନ୍ କରିଥିଲେ।

ସନରାଇଜରସ ହାଇଦ୍ରାବାଦ୍ ପକ୍ଷରୁ ଅଭିଷେକ ଶର୍ମା ଜୋରଦାର ଖେଳ ଦେଖାଇ ୨୮ ବଲରୁ ୪୭ ରନ୍ କରି ଆଉଟ୍ ହୋଇଥିଲେ। କେନ ଓ୍ୱିଲିୟମସନ ରକ୍ଷଣାତ୍ମକ ଖେଳ ଦେଖାଇ ନଟ୍ଆଉଟ୍ ରହିବା ସହ ୧୭ ବଲରୁ ୧୬ ରନ୍ କରିଥିଲେ। ରାହୁଲ ତ୍ରିପାଠୀ ଛକା ମାରି ବିଜୟ ଲକ୍ଷ୍ୟ ହାସଲ କରିଥିଲେ। ମାତ୍ର ୮ ଓଭରରେ ଟିମ୍ ଗୋଟିଏ ଓ୍ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଆରସିବି ପକ୍ଷରୁ ହରର୍ଷଲ ପାଟେଲ ଏକମାତ୍ର ଓ୍ୱିକେଟ ନେଇଥିଲେ।

Advertisment

ଆରସିବି ବ୍ୟାଟିଂ:- ଫାଫ୍ ଡୁ ପ୍ଲେସିସ୍-୫, ଗ୍ଲିନ୍ ମ୍ୟାକ୍ସଓ୍ୱେଲ-୧୨, ସୁୟାଶ ପ୍ରଭୁଦେଶାଇ-୧୫, ସେହବାଜ ଅହମ୍ମଦ-୭, ହରର୍ସଲ ପଟ୍ଟେଲ-୪, ଓ୍ୱାନିନ୍ଦୁ ହାସରାଙ୍ଗା ଦେ ସିଲଭା-୮, ଯୋଶ ହାଜଲେଉଡ୍-୩, ମହମ୍ମଦ ସିରାଜ-୨, ଅତିରିକ୍ତ-୧୨: ମୋଟ-୬୮/୧୦। ଓ୍ୱିକେଟ:- ହର୍ସଲ ପଟେଲ-୧।

ସନରାଇଜରସ ହାଇଦ୍ରାବାଦ୍ ବ୍ୟାଟିଂ:- ଅଭିଷେକ ଶର୍ମା-୪୭, କେନ ଓ୍ୱିଲିୟମସନ-୧୬, ରାହୁଲ ତ୍ରିପାଠୀ-୭, ଅତିରିକ୍ତ, ୨: ମୋଟ-୭୨/୧। ଓ୍ୱିକେଟ:-ଭୁବନେଶ୍ୱର କୁମାର-୧, ମାରକୋ ଜନସେନ-୩, ଟି ନଟରାଜନ-୩, ଜଗଡେଶା ସୁଚିଥ୍-୨, ଉମରାନ ମଲ୍ଲିକ-୧।