Advertisment

୧୬୭ରେ ଅଟକିଲା ଚେନ୍ନାଇ

ଦୁବାଇ: ସମସ୍ତଙ୍କୁ ଚମକାଇ ଦେଇ ଚଳିତ ଆଇପିଏଲରେ ଆଜି ଚେନ୍ନାଇ ପକ୍ଷରୁ ସାମ କୁରାନଙ୍କୁ ଓପନ କରିବାକୁ ସୁଯୋଗ ମିଳିଥିଲା। ସେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ୨୧ ବଲରେ ୩୧ ରନ୍‌ର ଇନିଂସ ଖେଳିଥିଲେ। ୱାଟସନ ୩ନଂରେ ବ୍ୟାଟିଂ କରି ୪୨ ରନ୍‌ କଲେ। ଅମ୍ବାତି ରାୟୁଡୁ ବି ୪୧ ରନ୍‌ କଲେ। ହେଲେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ କରିଛି। ଫଳରେ ହାଇଦ୍ରାବାଦ ଆଗରେ ୧୬୮ ରନ୍‌ର ବିଜୟ […]

୧୬୭ରେ ଅଟକିଲା ଚେନ୍ନାଇ

d

Advertisment

ଦୁବାଇ: ସମସ୍ତଙ୍କୁ ଚମକାଇ ଦେଇ ଚଳିତ ଆଇପିଏଲରେ ଆଜି ଚେନ୍ନାଇ ପକ୍ଷରୁ ସାମ କୁରାନଙ୍କୁ ଓପନ କରିବାକୁ ସୁଯୋଗ ମିଳିଥିଲା। ସେ ମଧ୍ୟ ଜବରଦସ୍ତ ବ୍ୟାଟିଂ କରି ୨୧ ବଲରେ ୩୧ ରନ୍‌ର ଇନିଂସ ଖେଳିଥିଲେ। ୱାଟସନ ୩ନଂରେ ବ୍ୟାଟିଂ କରି ୪୨ ରନ୍‌ କଲେ। ଅମ୍ବାତି ରାୟୁଡୁ ବି ୪୧ ରନ୍‌ କଲେ। ହେଲେ ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୬୭ କରିଛି। ଫଳରେ ହାଇଦ୍ରାବାଦ ଆଗରେ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

Advertisment

ଆଜିର ମଷ୍ଟ ୱିନ ଗେମ୍‌ରେ ଚେନ୍ନାଇ ସୁପରକିଙ୍ଗସ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ୩ୟ ଓଭରର ପ୍ରଥମେ ବଲ୍‌ରେ ହିଁ ଫାଫ ଡୁପ୍ଲେସିସି ଆଉଟ ହୋଇଯାଇଥିଲେ। ଏହାପରେ କୁରାନ ଓ ୱାଟସନ ୨୫ ରନ୍‌ର ଭାଗିଦାରୀ କରିଥିଲେ। କିନ୍ତୁ କୁରାନ ୩୧ ରନ୍‌ କରି ସନ୍ଦୀପ ଶର୍ମାଙ୍କ ବଲରେ କ୍ଲିନ ବୋଲ୍ଡୋ ହୋଇଯାଇଥିଲେ। ତୃତୀୟ ୱିକେଟ ପାଇଁ ରାୟୁଡୁ ଓ ୱାଟସନ ୮୧ ରନ୍‌ର ଭାଗିଦାରୀ କରି ସ୍ଥିତି ସମ୍ଭାଳିଥିଲେ। କିନ୍ତୁ ରାୟୁଡୁ(୪୧)ଙ୍କ ୱିକେଟ ଖଲୀଲ ଅହମ୍ମଦ ନେଇଥିଲେ। ଏହାର ପରବର୍ତ୍ତୀ ଓଭରରେ ନଟରାଜନ ୱାଟସନ(୪୨)ଙ୍କ  ୱିକେଟ ନେଇ ଚେନ୍ନାକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ମହେନ୍ଦ୍ର ସିଂହ ଧୋନି ୧୩ ବଲରେ ୨୧ କରିଥିବା ବେଳେ ନଟରାଜନଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବ୍ରାଭୋ ପ୍ରଥମ ବଲରେ ହିଁ କ୍ଲିନବୋଲ୍ଡୋ ହୋଇଯାଇଥିଲେ। ଶେଷ ଭାଗରେ ଜାଡେଜା ୧୦ ବଲରେ ୨୫ ରନ୍‌ କରିବାରୁ ଚେନ୍ନାଇ ୧୬୭ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe