Advertisment

ଶେଷ ବଲ୍‌ରେ ପାକିସ୍ତାନକୁ ହରାଇ ଏସିଆ କପ୍‌ ଫାଇନାଲ୍‌ରେ ଶ୍ରୀଲଙ୍କା

ଶେଷ ଓଭରର ଶେଷ ବଲ୍‌ରେ ପାକିସ୍ତାନକୁ ହରାଇ ଏସିଆ କପ୍‌ କ୍ରିକେଟ ଫାଇନାଲରେ ପ୍ରବେଶ କରିଛି ଶ୍ରୀଲଙ୍କା।

ଅଦ୍ୟତନ ହୋଇଛି
Kushal Mendis

Kushal Mendis

Advertisment

ଶେଷ ଓଭରର ଶେଷ ବଲ୍‌ରେ ପାକିସ୍ତାନକୁ ହରାଇ ଏସିଆ କପ୍‌ କ୍ରିକେଟ ଫାଇନାଲରେ ପ୍ରବେଶ କରିଛି ଶ୍ରୀଲଙ୍କା। ରୋମାଞ୍ଚ ଭରା ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ କୁଶଳ ମେଣ୍ଡିସ, ସଦୀର ସମରବିକ୍ରମ ଏବଂ ଚରିଥ ଅଶଲଙ୍କ। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୨ ଓଭରରେ ୭ ୱିକେଟ ହରାଇ ୨୫୨ ରନ୍‌ କରିଥିବାବେଳେ ଶ୍ରୀଲଙ୍କା ୮ ୱିକେଟ ହରାଇ ୨୫୨ ରନ୍‌ କରିଥିଲା। ଡିଏଲ ମେଥଡ ଅନୁସାରେ ଶ୍ରୀଲଙ୍କାକୁ ଏହି ଟାର୍ଗେଟ ମିଳିଥିଲା। ଶ୍ରୀଲଙ୍କା ମଧ୍ୟ ଶେଷ ବଲରେ ମ୍ୟାଚ୍‌କୁ ୨ ୱିକେଟ୍‌ରେ ଜିତି ନେଇଥିଲା। କୁଶଳ ମେଣ୍ଡିସ ୮୭ ବଲ୍‌ରେ ୯୧ ରନ୍‌ କରି ପ୍ଲେୟାର୍‌ ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

Advertisment

ବର୍ଷା ଲାଗି ରହିବାରୁ ଏହି ମ୍ୟାଚ୍‌ ପ୍ରଥମେ ୫୦ ଓଭରରୁ ୪୫ ଓଭରକୁ କମିଥିଲା। ପୁଣି ବର୍ଷା ଯୋଗୁ ଖେଳ ସମୟ ନଷ୍ଟ ହେବାରୁ ମ୍ୟାଚ୍‌କୁ ୪୨ ଓଭରକୁ କମାଇ ଦିଆଯାଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୪୨ ଓଭରରେ ୭ ୱିକେଟ ହରାଇ ୨୫୨ ରନ୍‌ କରିଥିଲା। ଦଳ ପକ୍ଷରୁ ୱିକେଟ୍‌ କିପର ବ୍ୟାଟର୍ ମହମ୍ମଦ ରିଜୱାନ ୭୩ ବଲ୍‌ରେ ୮୬ ରନ୍‌ କରିଥିବାବେଳେ ଓପ୍‌ନର୍‌ ଅବ୍ଦୁଲ୍ଲା ଶଫିକ୍‌ ୬୯ ବଲ୍‌ରେ ୫୨ ରନ୍‌ କରିଥିଲେ।

ଇଫ୍‌ତକର ଅହମ୍ମଦ ଶେଷ ଆଡ଼କୁ ଧୂଆଁଧାର ବ୍ୟାଟିଂ କରି ୪୦ ବଲ୍‌ରେ ୪୭ ରନ୍‌ ଯୋଗ କରିବାରୁ ପାକିସ୍ତାନ ୨୫୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବର୍ଷା ଯୋଗୁ ଶ୍ରୀଲଙ୍କାକୁ ମଧ୍ୟ ୪୨ ଓଭରରେ ସମାନ ୨୫୨ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

Advertisment

ପାକିସ୍ତାନ ଇନିଂସରେ ଶ୍ରୀଲଙ୍କା ପକ୍ଷରୁ ମଥୀଶା ପତିରନ ୮ ଓଭରରେ ୬୫ ରନ୍‌ ଦେଇ ୩ଟି ୱକେଟ ନେଇଥିଲେ। ପ୍ରମୋଦ ମଧୁଶନ ୨, ମହୀଶ ଥିକଶନ ୧ ଓ ଦୁନିଥ ୱେଲଲାଗ ୧ ୱିକେଟ୍‌ ନେଇଥିଲେ।

୪୨ ଓଭରରରେ ୨୫୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଶ୍ରୀଲଙ୍କା ଦଳ ଆରମ୍ଭରୁ ଭଲ କରିଥିଲେ ବି ଶେଷ ଆଡ଼କୁ ୪ ଓଭରରରେ ୪ଟି ୱକେଟ୍ ହରେଇ ସଂକଟରେ ପଡ଼ିଥିଲା। ତେବେ ଶେଷ ଦୁଇ ବଲ୍‌ରେ ୬ ରନ୍‌ ଆବଶ୍ୟକ ଥିବାବେଳେ ଚରିତ ଅଶଲଙ୍କ ଓ ଅଧୈର୍ଯ୍ୟ ନହୋଇ ତାହା ହାସଲ କରିନେଇଥିଲେ।

ଶ୍ରୀଲଙ୍କା ପକ୍ଷରୁ ପଥମ ନିଶଙ୍କ ଓ କୁଶଳ ପେରେରା ଇନିଂସ ଆରମ୍ଭ କରି ଯଥାକ୍ରମେ ୨୯ ଓ ୧୭ ରନ୍‌ କରିଥିଲେ। ୱିକେଟ କିପର ବ୍ୟାଟର କୁଶଳ ମେଣ୍ଡିସ ୯୧, ସଦୀର ସମରବିକ୍ରମ ୪୮ ଓ ଅଶଲଙ୍କ ୪୯ ରନ୍‌ କରିଥିଲେ। ପାକିସ୍ତାନ ପକ୍ଷରୁ ଇଫ୍‌ତକର ୩, ଶାହିନ ଆଫ୍ରିଦି ୨ ଓ ଶଦବ ଖାଁ ୧ ୱିକେଟ ନେଇଥିବାବେଳେ ଶ୍ରୀଲଙ୍କାର ଦୁଇ ଜଣ ବ୍ୟାଟର ରନ୍‌ ଆଉଟ୍‌ ହୋଇଥିଲେ।

ଏହି ବିଜୟ ସହିତ ଶ୍ରୀଲଙ୍କା ଏସିଆ କପ୍‌ ଫାଇନାଲ୍‌ରେ ଭାରତ ସହ ଖେଳିବାକୁ ଯୋଗ୍ୟତା ହାସଲ କରିଛି।

Sri Lanka Asia Cup Cricket Pakistan Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe