Advertisment

ପ୍ରଥମ ଟି-ଟ୍ୱେଣ୍ଟିରେ ଶ୍ରୀଲଙ୍କାଠାରୁ ୫ ୱିକେଟରେ ହାରିଲା ଭାରତ

ପୁନେ: ପୁନେର ଏମସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ୫ ୱିକେଟରେ ପରାଜିତ ହୋଇଛି। ଏହି ବିଜୟ ସହ ଶ୍ରୀଲଙ୍କା ୧-୦ ରେ ସିରିଜ୍ ଆଗୁଆ ରହିଛି। ଟସ ଜିତି ଶ୍ରୀଲଙ୍କା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କାର ଆମନ୍ତ୍ରଣରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୧ ରନ କରିବାରେ ସକ୍ଷମ ହୋଇଥିଲା। ଶ୍ରୀଲଙ୍କା ଘାତକ ବୋଲିଂରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର […]

author-image
Rakesh Mallick
ପ୍ରଥମ ଟି-ଟ୍ୱେଣ୍ଟିରେ ଶ୍ରୀଲଙ୍କାଠାରୁ ୫ ୱିକେଟରେ ହାରିଲା ଭାରତ

19694

ପୁନେ: ପୁନେର ଏମସିଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ୫ ୱିକେଟରେ ପରାଜିତ ହୋଇଛି। ଏହି ବିଜୟ ସହ ଶ୍ରୀଲଙ୍କା ୧-୦ ରେ ସିରିଜ୍ ଆଗୁଆ ରହିଛି।

Advertisment

ଟସ ଜିତି ଶ୍ରୀଲଙ୍କା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କାର ଆମନ୍ତ୍ରଣରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୦୧ ରନ କରିବାରେ ସକ୍ଷମ ହୋଇଥିଲା। ଶ୍ରୀଲଙ୍କା ଘାତକ ବୋଲିଂରେ ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ଭାରତ। ନିୟମିତ ଭାବେ ଭାରତ ୱିକେଟ ପତ୍ତନ ଯୋଗୁଁ କମ୍‌ ରନ୍‌ କରିପାରିଥିଲା ଭାରତ। ଦଳ ପକ୍ଷରୁ ସୁରେଶ ରାଇନା ୨୦ ବଲରୁ ୨୦ ରନ ଓ ଆର.ଅଶ୍ୱିନଙ୍କ ଅପରାଜିତ ୨୪ ବଲରୁ ୩୧ ରନ ସହାୟତାରେ ୧୦୧ ରନ କରିବାରେ ସଫଳ ହୋଇଥିଲା। ଦଳପକ୍ଷରୁ ୮ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ଅସମର୍ଥ ହୋଇଥିଲେ।

ଶ୍ରୀଲଙ୍କା ପକ୍ଷରୁ କାଶୁନ ରାଜିଥା ଓ ଦାଶୁନ୍ ଶାନାକା ୩ଟି ଲେଖାଏଁ ୱିକେଟ୍, ଡି ଚାମେରା ୨ଟି ଓ ଏସ ସେନାୟାକେ ଗୋଟିଏ ୱିକେଟ ନେଇ ଭାରତକୁ ବଡ ସ୍କୋର କରିବାରେ ବାଧା ସୃଷ୍ଟି କରିଥିଲେ।

Advertisment

ଶ୍ରୀଲଙ୍କା ଦଳ ୧୦୨ ରନକୁ ପିଛା କରି ବ୍ୟାଟିଂ ଆରମ୍ଭ କରିଥିଲା। ଦଳପକ୍ଷରୁ ଦିନେଶ ଚାଣ୍ଡିମାଲ ୩୫ ବଲରୁ ୩୫ ରନ, ସି.କାପୁଗେଡେରା ୨୬ ବଲରୁ ୨୫ ରନ ଓ ମିଲିଣ୍ଡା ଶିରିୱାର୍ଦ୍ଦନା ଅପରାଜିତ ଭାବେ ୧୪ ରନରୁ ୨୧ ରନ କରିଥିଲେ। ୧୮ ଓଭରରେ ୫ଟି ୱିକେଟ ହରାଇ ଦଳ ୧୦୫ ରନ କରିବାରେ ସଫଳ ହୋଇଥିଲା।

ଭାରତ ପକ୍ଷରୁ ଆଶିଷ ନେହେରା ଓ ଆର.ଅଶ୍ୱିନ୍‌ ୨ଟି ଲେଖାଏଁ ୱିକେଟ ନେଇଥିଲା ବେଳେ ସୁରେଶ ରାଇନା ଗୋଟିଏ ୱିକେଟ ନେଇଛନ୍ତି।

ଶ୍ରୀଲଙ୍କାର କାଶୁନ୍‌ ରାଜିଥାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷଣା କରିଛନ୍ତି।

ଫେବ୍ରୁଆରୀ ୧୨ରେ ରାଞ୍ଚିରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳାଯିବ।