Advertisment

କନିଆଁ ସାଜିବେ ପିଭି ସିନ୍ଧୁ, ପଡ଼ିବ ହାତଗଣ୍ଠି

ଡିସେମ୍ବର ୨୦ରୁ ବିବାହର ପ୍ରସ୍ତୁତି ଆରମ୍ଭ ହେବାକୁ ଥିବା ବେଳେ ହାଇଦ୍ରାବାଦରେ ରିସେପ୍ସନ ପାର୍ଟି ଡିସେମ୍ବର ୨୪ ତାରିଖରେ ହେବ।

author-image
Madhupriya Mistry
ଅଦ୍ୟତନ ହୋଇଛି
PV Sindhu

PV Sindhu

ବାଜିବ ଶାହାନାଇ। ପଡ଼ିବ ହାତ ଗଣ୍ଠି। ବଧୂ ସାଜିବେ ଭାରତର ଷ୍ଟାର ବ୍ୟାଡମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁ। ଆସନ୍ତା ଡିସେମ୍ବର ୨୨ ତାରିଖରେ ନେବେ ସାତ ଫେରା। ରାଜସ୍ଥାନର ଉଦୟପୁରେ ହାତକୁ ଦି ହାତ ହେବେ ଏହି ଷ୍ଟାର୍‌ ଖେଳାଳି।

Advertisment

ପୋସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ରହିଥିବା ଭେଙ୍କଟ ଦତ୍ତ ସାଇଙ୍କ କନିଆଁ ସାଜିବେ ୨୯ ବର୍ଷୀୟ ପିଭି ସିନ୍ଧୁ। ଏଥିପାଇଁ ଆରମ୍ଭ ହୋଇଯାଇଛି ଜୋରସୋରରେ ପ୍ରସ୍ତୁତି। ଡିସେମ୍ବର ୨୦ରୁ ବିବାହର ପ୍ରସ୍ତୁତି ଆରମ୍ଭ ହେବାକୁ ଥିବା ବେଳେ ହାଇଦ୍ରାବାଦରେ ରିସେପ୍ସନ ପାର୍ଟି ଡିସେମ୍ବର ୨୪ ତାରିଖରେ ହେବ।

ଏନେଇ ତାଙ୍କ ବାପା ପିଭି ରମନ୍ନା ଘୋଷଣା କରିଛନ୍ତି। ଉଭୟଙ୍କ ପରିବାର ଦୀର୍ଘ ଦିନ ହେବ ପରସ୍ପରକୁ ଜାଣିଥିବା ବେଳେ ମାସେ ତଳେ ବିବାହ ସମ୍ପର୍କରେ ଆଲୋଚନା ହୋଇଥିବା ରମନ୍ନା ପ୍ରକାଶ କରିଛନ୍ତି। ଏହା ଏକମାତ୍ର ସମ୍ଭାବ୍ୟ ସମୟ ଥିଲା କାରଣ ଜାନୁଆରୀରୁ ତାଙ୍କ (ସିନ୍ଧୁ) କାର୍ଯ୍ୟସୂଚୀ ବହୁତ ବ୍ୟସ୍ତ ରହିବ। ସେଥିପାଇଁ ଉଭୟ ପରିବାର ଡିସେମ୍ବର ୨୨ରେ ବିବାହ ଉତ୍ସବ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବା ପିଭି ସିନ୍ଧୁଙ୍କ ବାପା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Advertisment

ଭାରତର ଅନ୍ୟତମ ଶ୍ରେଷ୍ଠ ଆଥଲେଟ ସିନ୍ଧୁ ୫ ଥର ବିଶ୍ୱ ଚାମ୍ପିୟନଶିପ ପଦକ ଜିତିଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ସେ ଏକ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିବାର ଗୌରବ ଅର୍ଜନ କରିଥିଲେ। କମନ୍‌ଓ୍ୱେଲ୍‌ଥ ଗେମ୍ସରେ ମଧ୍ୟ ସିନ୍ଧୁ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେବେ ପିଭି ସିନ୍ଧୁ କିଛି ସମୟ ପାଇଁ ଖରାପ ଫର୍ମ ସହିତ ସଂଘର୍ଷ କରୁଥିଲେ ଏବଂ ଅଲିମ୍ପିକ୍ସରେ ମଧ୍ୟ ସେ ସେତେଟା କିଛି ଭଲ ପ୍ରଦର୍ଶନ କରିପାରିନଥିଲେ। କିନ୍ତୁ ବର୍ତ୍ତମାନ ସେ ସୟଦ ମୋଦୀ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଜିତି ପୁଣି ଥରେ ଫର୍ମକୁ ଫେରିଛନ୍ତି।

PV Sindhu Badminton Player