Advertisment

ଗ୍ରାମାଞ୍ଚଳ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇବ ଷ୍ଟିଲ୍‌ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ଷ୍ଟିଲ୍‌ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ୍‌ ପବ୍ଲିକ୍‌ ସେକ୍ଟର୍‌ ଏଣ୍ଟରପ୍ରାଇଜେସ୍‌ (ସିପିଏସଇ) ଏଣିକି ଗ୍ରାମାଞ୍ଚଳରେ ଖେଳ ସାଙ୍ଗକୁ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ରହିଥିବା ଖେଳ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ। ଖେଳ ଦେଶର ଅର୍ଥନୀତିକୁ ବିକଶିତ କରିବା ସହ ଏହାକୁ ସଶକ୍ତ କରିଥାଏ। ତେଣୁ ଗ୍ରାମାଞ୍ଚଳରେ ଥିବା ଉଦୀୟମାନ ଖେଳାଳିଙ୍କୁ ଚିହ୍ନଟ କରି ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଇସ୍ପାତ  ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂହ ସୂଚନା ଦେଇଛନ୍ତି। ଶ୍ରୀ […]

ଗ୍ରାମାଞ୍ଚଳ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇବ ଷ୍ଟିଲ୍‌ ମନ୍ତ୍ରଣାଳୟ

rural

Advertisment

ନୂଆଦିଲ୍ଲୀ: କେନ୍ଦ୍ର ଷ୍ଟିଲ୍‌ ମନ୍ତ୍ରଣାଳୟ ଅଧୀନରେ ଥିବା ସେଣ୍ଟ୍ରାଲ୍‌ ପବ୍ଲିକ୍‌ ସେକ୍ଟର୍‌ ଏଣ୍ଟରପ୍ରାଇଜେସ୍‌ (ସିପିଏସଇ) ଏଣିକି ଗ୍ରାମାଞ୍ଚଳରେ ଖେଳ ସାଙ୍ଗକୁ ଦିବ୍ୟାଙ୍ଗମାନଙ୍କ ମଧ୍ୟରେ ରହିଥିବା ଖେଳ ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବ। ଖେଳ ଦେଶର ଅର୍ଥନୀତିକୁ ବିକଶିତ କରିବା ସହ ଏହାକୁ ସଶକ୍ତ କରିଥାଏ। ତେଣୁ ଗ୍ରାମାଞ୍ଚଳରେ ଥିବା ଉଦୀୟମାନ ଖେଳାଳିଙ୍କୁ ଚିହ୍ନଟ କରି ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ଇସ୍ପାତ  ମନ୍ତ୍ରୀ ଚୌଧୁରୀ ବିରେନ୍ଦର ସିଂହ ସୂଚନା ଦେଇଛନ୍ତି।

Advertisment

ଶ୍ରୀ ସିଂହ, ସିପିଏସ୍‌ଇ ପାଇଁ ଏକ କର୍ପୋରେଟ୍‌ ସ୍ପୋର୍ଟସ୍‌ ପଲିସି ଆରମ୍ଭ କରିଛନ୍ତି। ଏହି ନୀତି ଅନୁଯାୟୀ ଗ୍ରାମାଞ୍ଚଳରେ ଖେଳକୁ ସହାୟତା ଓ ପ୍ରୋତ୍ସାହନ ଦିଆଯିବ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି, ସିପିଏସ୍‌ଇ ଉଦୟମାନ ଖେଳାଳିଙ୍କୁ ଆଗକୁ ବଢ଼ିବା ପାଇଁ ଆବଶ୍ୟକ ଭିତ୍ତିଭୂମି, କୋଚିଂ ଓ ବୃତ୍ତି ଆଦି ଯୋଗାଇବ। ପୂର୍ବରୁ କେନ୍ଦ୍ର ସରକାରଙ୍କ 'ଖେଲୋ ଇଣ୍ଡିଆ' ଅଧୀନରେ ଉଦୀୟମାନ ଖେଳାଳିଙ୍କୁ ୮ ବର୍ଷ ଯାଏ ୫ ଲକ୍ଷ ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ଏହା ଦ୍ୱାରା ଖେଳର ବିକାଶ ହେଉଛି।

Advertisment

ଏବେ ଭାରତୀୟ ଖେଳାଳିମାନେ ଅଲିମ୍ପିକ୍ସରେ କେମିତି ପଦକ ହାସଲ କରିବେ, ସେ ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି। (ପିଆଇବି)

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe