Advertisment

ରାଜସ୍ଥାନ ରୟାଲସ ସହ ଖୁବଶୀଘ୍ର ଯୋଗ ଦେବେ ଷ୍ଟୋକ୍ସ

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡରେ ନିଜ ପରିବାର ସହ ଗତ ଦେଢ଼ ମାସ ଧରି ସମୟ କାଟୁଥିବା ଇଂଲିଶ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଖୁବଶୀଘ୍ର ତାଙ୍କ ଫ୍ରାଞ୍ଚାଇଜ୍ ଦଳ ରାଜସ୍ଥାନ ରୟାଲ୍ସ ସହ ଯୋଗ ଦେବେ। ସୂଚନା ଅନୁସାରେ ଷ୍ଟୋକ୍ସ ରବିବାର ଦୁବାଇରେ ପହଞ୍ଚିବେ। ଏହା ପରେ ସେ ଛଅ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏହି ସମୟ ଭିତରେ ଆଇପିଏଲ ନିୟମ ଅନୁସାରେ ତାଙ୍କୁ ତିନିଟି କୋଭିଡ୍ ଟେଷ୍ଟ ଦେବାକୁ ପଡ଼ିବ। ଶନିବାର ସକାଳେ ଷ୍ଟୋକ୍ସ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ […]

ରାଜସ୍ଥାନ ରୟାଲସ ସହ ଖୁବଶୀଘ୍ର ଯୋଗ ଦେବେ ଷ୍ଟୋକ୍ସ

stokes

Advertisment

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡରେ ନିଜ ପରିବାର ସହ ଗତ ଦେଢ଼ ମାସ ଧରି ସମୟ କାଟୁଥିବା ଇଂଲିଶ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଖୁବଶୀଘ୍ର ତାଙ୍କ ଫ୍ରାଞ୍ଚାଇଜ୍ ଦଳ ରାଜସ୍ଥାନ ରୟାଲ୍ସ ସହ ଯୋଗ ଦେବେ। ସୂଚନା ଅନୁସାରେ ଷ୍ଟୋକ୍ସ ରବିବାର ଦୁବାଇରେ ପହଞ୍ଚିବେ। ଏହା ପରେ ସେ ଛଅ ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବେ। ଏହି ସମୟ ଭିତରେ ଆଇପିଏଲ ନିୟମ ଅନୁସାରେ ତାଙ୍କୁ ତିନିଟି କୋଭିଡ୍ ଟେଷ୍ଟ ଦେବାକୁ ପଡ଼ିବ।

Advertisment

ଶନିବାର ସକାଳେ ଷ୍ଟୋକ୍ସ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ତାଙ୍କ ବାପାଙ୍କ ସହ ନିଜର ଯୁଗଳ ଫଟୋ ପୋଷ୍ଟ କରିଛନ୍ତି। ଫଟୋର କ୍ୟାପସନରେ ସେ ଲେଖିଛନ୍ତି ଯେ ‘ଗୁଡ୍ ବାଏଜ୍ ନେଭର୍ ଗେଟ୍ ଇଜିଅର୍’। ଏଥିରୁ ସେ ଆଇପିଏଲରେ ଯୋଗ ଦେଉଥିବା ସ୍ପଷ୍ଟ ହୋଇଛି। ସୂଚନାଯୋଗ୍ୟ, ପାକିସ୍ତାନ ସହ ଟେଷ୍ଟ ସିରିଜ୍ ଅଧାରୁ ବେନ୍ ବ୍ରେନ୍ କ୍ୟାନସର ସହ ଲଢ଼ୁଥିବା ନିଜ ବାପାଙ୍କୁ ଭେଟିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଚାଲି ଯାଇଥିଲେ। ଏହା ପରଠାରୁ ସେ ଇଂଲଣ୍ଡ ପାଇଁ ଆଉ କୌଣସି ମ୍ୟାଚ୍ ଖେଳି ନାହାନ୍ତି।

ଷ୍ଟୋକ୍ସଙ୍କ ଯୋଗଦାନ ନେଇ ଏଯାଏ କିନ୍ତୁ ତାଙ୍କ ଫ୍ରାଞ୍ଚାଇଜ୍ ଦଳ ରାଜସ୍ଥାନ ରୟାଲସ୍ ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ। ତେବେ ତାଙ୍କ ଯୋଗଦାନ ଦଳର ବ୍ୟାଟିଂ ମଧ୍ୟକ୍ରମକୁ ଦୃଢ଼ତା ପ୍ରଦାନ କରିବା ସହ ବୋଲିଂ ଶକ୍ତିକୁ ସନ୍ତୁଳନ ଦେବ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe