Advertisment

ଦଶନ୍ଧିରେ ୪୦୦ ୱିକେଟ୍ ନେଲେ ଷ୍ଟୁଆର୍ଟ ବ୍ରଡ୍‌

ସେଞ୍ଚୁରିୟନ୍‌: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ ଦଶନ୍ଧିରେ ୪୦୦ ୱିକେଟ୍ ନେବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇଛନ୍ତି। ବ୍ରଡଙ୍କ ପୂର୍ବରୁ ତାଙ୍କ ଦେଶର ଜେମ୍ସ ଆଣ୍ଡରସନ୍ ଦଶନ୍ଧିରେ ଏହି କାରନାମା କରିସାରିଛନ୍ତି। ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ବ୍ରଡ୍ ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ୩୩ ବର୍ଷୀୟ ବ୍ରଡ୍ ଆୟୋଜକ ଦଳର କ୍ୟାପଟେନ୍ ଫାଫ୍ ଡୁପ୍ଲେସିସଙ୍କୁ ୨୯ ରନରେ ଆଉଟ୍ କରି ଏହି […]

ଦଶନ୍ଧିରେ ୪୦୦ ୱିକେଟ୍ ନେଲେ ଷ୍ଟୁଆର୍ଟ ବ୍ରଡ୍‌

broad

Advertisment

ସେଞ୍ଚୁରିୟନ୍‌: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ ଦଶନ୍ଧିରେ ୪୦୦ ୱିକେଟ୍ ନେବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇଛନ୍ତି। ବ୍ରଡଙ୍କ ପୂର୍ବରୁ ତାଙ୍କ ଦେଶର ଜେମ୍ସ ଆଣ୍ଡରସନ୍ ଦଶନ୍ଧିରେ ଏହି କାରନାମା କରିସାରିଛନ୍ତି।

Advertisment

ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ବ୍ରଡ୍ ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ୩୩ ବର୍ଷୀୟ ବ୍ରଡ୍ ଆୟୋଜକ ଦଳର କ୍ୟାପଟେନ୍ ଫାଫ୍ ଡୁପ୍ଲେସିସଙ୍କୁ ୨୯ ରନରେ ଆଉଟ୍ କରି ଏହି ସ୍ୱତନ୍ତ୍ର କ୍ଲବରେ ସାମିଲ୍ ହୋଇଛନ୍ତି। ବ୍ରଡ୍ ଏବଂ ଆଣ୍ଡରସନଙ୍କ ପରେ ଅଷ୍ଟ୍ରେଲିଆର ନେଥନ୍ ଲାୟନ୍ ଏହି ଦଶନ୍ଧିରେ ଏପର୍ଯ୍ୟନ୍ତ ୩୭୬ ୱିକେଟ୍ ନେଇଛନ୍ତି।

ତାଙ୍କ ବ୍ୟତୀତ ଶ୍ରୀଲଙ୍କାର ରଙ୍ଗନା ହେରାଥଙ୍କ ନାଁରେ ୩୬୩ ୱିକେଟ୍ ଏବଂ ଭାରତର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ନାଁରେ ୩୬୨ ୱିକେଟ୍ ରହିଛି। ବ୍ରଡ୍ ୨୦୦୭ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଏହି ମୁକାବିଲା ଡ୍ର' ରହିଥିଲା ଏବଂ ବ୍ରଡଙ୍କୁ ମାତ୍ର ଗୋଟିଏ ୱିକେଟ୍ ମିଳିଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe