Advertisment

ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ସୁମିତ୍

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ଷଷ୍ଠ ଦିବସରେ ଭାରତକୁ ସୁନା ବର୍ଷା ହୋଇଛି। ଅବନୀ ଲେଖରାଙ୍କ ପରେ ସୋମବାର ସୁମିତ୍ ଅନ୍ତିଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁମିତ୍ ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪ ବର୍ଗରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ସୁମିତ୍ ୬୮.୦୮ ମିଟର ଥ୍ରୋ’ କରି ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି। ସୁମିତଙ୍କ ଏହି ସ୍ୱର୍ଣ୍ଣ ସହ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ବିଶ୍ୱ ରେକର୍ଡ ସହ ସ୍ୱର୍ଣ୍ଣ ଜିତିଲେ ସୁମିତ୍

sumit-antil

ଟୋକିଓ: ଚଳିତ ଟୋକିଓ ଅଲିମ୍ପିକ୍ସର ଷଷ୍ଠ ଦିବସରେ ଭାରତକୁ ସୁନା ବର୍ଷା ହୋଇଛି। ଅବନୀ ଲେଖରାଙ୍କ ପରେ ସୋମବାର ସୁମିତ୍ ଅନ୍ତିଲ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୁମିତ୍ ପୁରୁଷ ଜାଭେଲିନ୍ ଥ୍ରୋ’ ଏଫ୍-୬୪ ବର୍ଗରେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି। ସୁମିତ୍ ୬୮.୦୮ ମିଟର ଥ୍ରୋ’ କରି ବିଶ୍ୱ ରେକର୍ଡ ସ୍ଥାପନ କରିବା ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି।

Advertisment

ସୁମିତଙ୍କ ଏହି ସ୍ୱର୍ଣ୍ଣ ସହ ଚଳିତ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି। ଭାରତ ଚଳିତ ଗେମ୍ସରେ ୨ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଛି। ତେବେ ବିନୋଦ କୁମାର ଅଯୋଗ୍ୟ ଘୋଷିତ ହେବାରୁ ସେ ବ୍ରୋଞ୍ଜ ପଦକ ହରାଇଛନ୍ତି। ସୋମବାର ଅବନୀ ଶୁଟିଂ ଇଭେଣ୍ଟରେ ମହିଳାଙ୍କ ଆର୍-୨ ୧୦ ମିଟର୍ ଏୟାର୍ ରାଇଫଲ୍ କ୍ଲାସ୍ ଏସଏଚ୍-୧ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ସେ ମଧ୍ୟ ପାରାଲିମ୍ପିକ୍ସରେ ପ୍ରଥମ ମହିଳା ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

https://twitter.com/ParaAthletics/status/1432298569894006785?s=20

https://twitter.com/ParaAthletics/status/1432300653582303238?s=20

ଜାଭେଲିନ୍ ଥ୍ରୋ’ ଏଫ୍-୬୪ର ଫାଇନାଲରେ ସୁମିତ୍ ଆରମ୍ଭରୁ ଦମ୍ ଦେଖାଇଥିଲେ। ସୁମିତ୍ ତାଙ୍କର ପ୍ରଥମ ପ୍ରୟାସରେ ୬୬.୯୫ ମିଟର୍ ଥ୍ରୋ’ କରିଥିଲେ, ଯାହା ସ୍ୱର୍ଣ୍ଣ ପଦକ ଜିତିବା ପାଇଁ ଯଥେଷ୍ଟ ଥିଲା। ତାଙ୍କ ରୌପ୍ୟ ଓ ବ୍ରୋଞ୍ଜ ପଦକ ଜିତିଥିବା ପ୍ରତିଦ୍ୱନ୍ଦ୍ୱୀ ମଧ୍ୟ ଏତେ ମିଟର୍ ଥ୍ରୋ’ କରିପାରିନଥିଲେ। ସୁମିତ୍ ଦ୍ୱିତୀୟ ପ୍ରୟାସରେ ୬୮.୦୮ ମିଟର୍ ଥ୍ରୋ’ କରିଥିବା ବେଳେ ତୃତୀୟ ମିଟରରେ ୬୫.୨୭ ମିଟର୍ ଓ ଚତୁର୍ଥ ପ୍ରୟାସରେ ୬୬.୭୧ ମିଟର୍‌ ଥ୍ରୋ’ କରିଥିଲେ। ତେବେ ପଞ୍ଚମ ପ୍ରୟାସରେ ସୁମିତ୍ ୬୮.୫୫ ମିଟର ଥ୍ରୋ’ କରି ବିଶ୍ୱ ରେକର୍ଡ ସ୍ଥାପନ କରିଥିଲେ। ସୁମିତଙ୍କ ଷଷ୍ଠ ପ୍ରୟାସ ଫାଉଲ୍ ହୋଇଥିଲା।

Advertisment

ଏହି ଇଭେଣ୍ଟରେ ଅଷ୍ଟ୍ରେଲିଆର ମାଇକେଲ୍ ବୁରିଆନ୍ ୬୬.୨୯ ମିଟର ଥ୍ରୋ’ ସହ ରୌପ୍ୟ ଏବଂ ଶ୍ରୀଲଙ୍କାର ଦୁଲାନ କୋଡିଥୁୱାକୁ ୬୫.୬୧ ମିଟର ଥ୍ରୋ’ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ତେବେ ଏହି ଇଭେଣ୍ଟରେ ଭାଗ ନେଇଥିବା ଭାରତର ଅନ୍ୟତମ ପାରା ଆଥଲେଟ୍‌ ସନ୍ଦୀପ ଚୌଧୁରୀ ପଦକରୁ ବଞ୍ଚିତ ହୋଇଛନ୍ତି। ସନ୍ଦୀପଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୬୨.୨୦ ମିଟର୍ ଥିଲ।

Tokyo Paralympics