ଅବସର ଘୋଷଣା କରିଛନ୍ତି ଫୁଟବଲ ତାରକା ସୁନୀଲ ଛେତ୍ରୀ। ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ। ଜୁନ ୬ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ପରେ ଅବସର ନେବେ ଛେତ୍ରୀ। ଏନେଇ ସେ ଆଜି ଏକ ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି।
ସୁନୀଲ ଛେତ୍ରୀ ବର୍ତ୍ତମାନ ଭାରତୀୟ ଫୁଟବଲ ଟିମର ଅଧିନାୟକ ଅଛନ୍ତି। ସେ ଭାରତ ପାଇଁ ୧୫୦ଟି ମ୍ୟାଚ୍ ଖେଳିଛନ୍ତି। ଦୀର୍ଘ ୨୦ ବର୍ଷର କ୍ୟାରିୟର ମଧ୍ୟରେ ୯୪ ଗୋଲ ସ୍କୋର ସହ ଅନେକ କୀର୍ତ୍ତି ହାସଲ କରିଛନ୍ତି ଛେତ୍ରୀ।
Also Read
ଛେତ୍ରୀ ୨୦୧୯ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ଏବଂ ୨୦୨୧ରେ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲା। ଜୁନ ୬ରେ କୁଏତ ବିପକ୍ଷରେ ସେ ନିଜର ଶେଷ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏହି ମ୍ୟାଚ୍ ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଇଯିବେ ଛେତ୍ରୀ।
ଛେତ୍ରୀ ୨୦୦୫ରେ ଡେବ୍ୟୁ କରିଥିଲେ। ସେ ଗୋଲ୍ ସ୍କୋରରେ କ୍ରିଷ୍ଟିଆନୋ ରୋନାଲଡୋ, ଲିଓନେଲ ମେସିଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Cricket
କେରଳ କ୍ରିକେଟ ଲିଗ୍ରୁ ଆଇପିଏଲ: ଚର୍ଚ୍ଚାରେ ଅଟୋ ଚାଳକଙ୍କ ପୁଅ ବିଘ୍ନେଶ ପୁଥୁର
ବିଘ୍ନେଶ ପୁଥୁର ଏଯାଏ କେରଳ ପାଇଁ ରଣଜୀ ଟ୍ରଫି କିମ୍ବା ଅନ୍ୟ କୌଣସି ସିନିୟର ବର୍ଗରେ ଖେଳି ନାହାନ୍ତି। କିନ୍ତୁ ସେ ଆଇପିଏଲ ଭଳି ବଡ଼ ମଞ୍ଚରେ ନିଜର ପ୍ରଭାବ ଛାଡ଼ିବାକୁ ସକ୍ଷମ ହୋଇଛନ୍ତି।

Cricket
ବାବରଙ୍କ ରେକର୍ଡ ଭାଙ୍ଗି ଇତିହାସ ରଚିଲେ ପାକିସ୍ତାନର ଏହି ଯୁବ କ୍ରିକେଟର
ତୃତୀୟ ଟି-୨୦କୁ ଭ୍ରମଣକାରୀ ପାକିସ୍ତାନ ଶୁକ୍ରବାର ୯ ୱିକେଟରେ ଜିତି ନେଇଛି। ନ୍ୟୁଜିଲ୍ୟାଣ୍ଡ ଦେଇଥିବା ବିଶାଳ ୨୦୫ ରନର ଟାର୍ଗେଟକୁ ପାକିସ୍ତାନ ୧୬ ଓଭରରେ ହାସଲ କରି ପାରିଛି।

Cricket
ଧୋନି, ରୋହିତ, ବିରାଟଙ୍କ ସମେତ ଏହି ଷ୍ଟାର ଖେଳାଳିଙ୍କ ପାଇଁ ୨୦୨୫ ଶେଷ ଆଇପିଏଲ!
ଆଇପିଏଲ ସବୁବେଳେ ଆଧୁନିକ ଯୁଗର କିଛି କ୍ରିକେଟରଙ୍କ ପାଇଁ ବଡ଼ ମଞ୍ଚ ଭାବେ ଉଭା ହୋଇ ଆସିଛି। ସେମାନେ ଏହି ବଡ଼ ମଞ୍ଚରେ ସେମାନଙ୍କ ପରାକ୍ରମ ଦେଖାଇଛନ୍ତି।

Cricket
ଏଣିକି ବଲରେ ମାରି ହେବ ଲାଳ, କାହିଁକି ବ୍ୟାନ ହଟାଇଲା ବିସିସିଆଇ?
ଆଗାମୀ ଆଇପିଏଲ ସମୟରେ ଖେଳାଳିମାନେ କରୋନା ପୂର୍ବରୁ ଯେଉଁଭଳି ବଲକୁ ସାଇନ କରିବା ପାଇଁ ଲାଳର ବ୍ୟବହାର କରୁଥିଲେ ଏବେ ସେମିତି କରିପାରିବେ।

Cricket
ମ୍ୟାଚ୍ ଖେଳିବେ କିନ୍ତୁ କ୍ୟାପ୍ଟେନ ହେବେନି ସଞ୍ଜୁ ସାମସନ, କିଏ ସମ୍ଭାଳିବେ ଦାୟିତ୍ୱ?
୨୦୦୮ରେ ଆଇପିଏଲ ଜିତିଥିବା ରାଜସ୍ଥାନ ୨୦୨୪ରେ ପ୍ଲେଅଫକୁ ଯାଇଥିଲା। କିନ୍ତୁ ଏଲିମିନେଟରରେ ଦଳ ସନ ରାଇଜର୍ସ ହାଇଦ୍ରାବାଦ ଠାରୁ ହାରି ବିଦାୟ ନେଇଥିଲା।