Advertisment

ଫୁଟବଲ ତାରକା ସୁନୀଲ ଛେତ୍ରୀଙ୍କ ଅବସର ଘୋଷଣା, ଜୁନ ୬ରେ ଖେଳିବେ ଅନ୍ତିମ ମ୍ୟାଚ୍

ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ।

Sunil Chhetri

Sunil Chhetri

Advertisment

ଅବସର ଘୋଷଣା କରିଛନ୍ତି ଫୁଟବଲ ତାରକା ସୁନୀଲ ଛେତ୍ରୀ। ଅନ୍ତର୍ଜାତୀୟ ଫୁଟବଲରୁ ଅବସର ଘୋଷଣା କରିଛନ୍ତି କିମ୍ବଦନ୍ତୀ ଫୁଟବଲ ତାରକା ସୁନୀଲ ଛେତ୍ରୀ। ଜୁନ ୬ରେ କୁଏତ ବିପକ୍ଷ ଫିଫା ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ପରେ ଅବସର ନେବେ ଛେତ୍ରୀ। ଏନେଇ ସେ ଆଜି ଏକ ଭିଡିଓ ବାର୍ତ୍ତା ଯୋଗେ ସୂଚନା ଦେଇଛନ୍ତି। 

Advertisment

ସୁନୀଲ ଛେତ୍ରୀ ବର୍ତ୍ତମାନ ଭାରତୀୟ ଫୁଟବଲ ଟିମର ଅଧିନାୟକ ଅଛନ୍ତି। ସେ ଭାରତ ପାଇଁ ୧୫୦ଟି ମ୍ୟାଚ୍ ଖେଳିଛନ୍ତି। ଦୀର୍ଘ ୨୦ ବର୍ଷର କ୍ୟାରିୟର ମଧ୍ୟରେ ୯୪ ଗୋଲ ସ୍କୋର ସହ ଅନେକ କୀର୍ତ୍ତି ହାସଲ କରିଛନ୍ତି ଛେତ୍ରୀ।

ଛେତ୍ରୀ ୨୦୧୯ରେ ଭାରତର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ଏବଂ ୨୦୨୧ରେ ଖେଳ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲା। ଜୁନ ୬ରେ କୁଏତ ବିପକ୍ଷରେ ସେ ନିଜର ଶେଷ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଏହି ମ୍ୟାଚ୍ ପରେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେଇଯିବେ ଛେତ୍ରୀ।

Advertisment

ଛେତ୍ରୀ ୨୦୦୫ରେ ଡେବ୍ୟୁ କରିଥିଲେ। ସେ ଗୋଲ୍ ସ୍କୋରରେ କ୍ରିଷ୍ଟିଆନୋ ରୋନାଲଡୋ, ଲିଓନେଲ ମେସିଙ୍କ ପରେ ତୃତୀୟ ସ୍ଥାନରେ ଅଛନ୍ତି। 

Football Sunil Chhetri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe