Advertisment

ଇରାନ୍‌ ବିପକ୍ଷ ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ରୁ ସୁନୀଲ ଛେତ୍ରୀ ବାଦ୍‌

ନୂଆଦିଲ୍ଲୀ: ୨୦୧୮ ଫୁଟ୍‌ବଲ୍‌ ବିଶ୍ୱକପ୍‌ ପାଇଁ ଆସନ୍ତା ଗୁରୁବାର ତେହରାନରେ ଇରାନ୍‌ ବିପକ୍ଷରେ ଭାରତ ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଜଂଘ ମାସଂପେଶୀରେ ଗୁରୁତର ଆଘାତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି ଷ୍ଟ୍ରାଇକର ତଥା ଅଧିନାୟକ ସୁନୀଲ ଛେତ୍ରୀ। ଅନ୍ୟପକ୍ଷରେ ଏହି ମ୍ୟାଚ୍‌ ପାଇଁ ଆଜି ଭାରତର ୨୨ ଜଣିଆ ଦଳ ଇରାନ୍‌ ଅଭିମୁଖେ ଯାତ୍ର କରିଛି। ୨୮ ଜଣିଆ ସାମ୍ଭାବ୍ୟ ଦଳରୁ ଷ୍ଟ୍ରାଇକର ଛେତ୍ରୀଙ୍କ ସମେତ ୬ ଜଣ ଖେଳାଳି ଇରାନ୍‌କୁ […]

author-image
Rakesh Mallick
ଇରାନ୍‌ ବିପକ୍ଷ ବିଶ୍ୱକପ୍‌ ଯୋଗ୍ୟତା ମ୍ୟାଚ୍‌ରୁ ସୁନୀଲ ଛେତ୍ରୀ ବାଦ୍‌

sunil chetri

ନୂଆଦିଲ୍ଲୀ: ୨୦୧୮ ଫୁଟ୍‌ବଲ୍‌ ବିଶ୍ୱକପ୍‌ ପାଇଁ ଆସନ୍ତା ଗୁରୁବାର ତେହରାନରେ ଇରାନ୍‌ ବିପକ୍ଷରେ ଭାରତ ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାକୁ ଥିବା ବେଳେ ଜଂଘ ମାସଂପେଶୀରେ ଗୁରୁତର ଆଘାତ କାରଣରୁ ଦଳରୁ ବାଦ ପଡ଼ିଛନ୍ତି ଷ୍ଟ୍ରାଇକର ତଥା ଅଧିନାୟକ ସୁନୀଲ ଛେତ୍ରୀ।

Advertisment

ଅନ୍ୟପକ୍ଷରେ ଏହି ମ୍ୟାଚ୍‌ ପାଇଁ ଆଜି ଭାରତର ୨୨ ଜଣିଆ ଦଳ ଇରାନ୍‌ ଅଭିମୁଖେ ଯାତ୍ର କରିଛି। ୨୮ ଜଣିଆ ସାମ୍ଭାବ୍ୟ ଦଳରୁ ଷ୍ଟ୍ରାଇକର ଛେତ୍ରୀଙ୍କ ସମେତ ୬ ଜଣ ଖେଳାଳି ଇରାନ୍‌କୁ ଯାଇ ନାହାନ୍ତି।

ଦଳର କୋଚ୍‌ ଷ୍ଟିଫେନ୍‌ କନ୍‌ଷ୍ଟାଣ୍ଟାଇନ୍‌ କହିଛନ୍ତି,“ ଆମେ ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ। ଦଳ ଅଧିନାୟକ ସୁନୀଲ ଛେତ୍ରୀଙ୍କ ବିନା ଇରାନରେ ଖେଳିବ। ଆଘାତ ଭଲ ହେବା ପାଇଁ ଛେତ୍ରିଙ୍କୁ ଅଧିକ ଯତ୍ନ ନେବାକୁ ପଡ଼ିବ। ତେଣୁ ଭାରତରେ ରହିବା ତାଙ୍କ ପାଇଁ ନିହାତି ଆବଶ୍ୟକ। ଏଠାରେ ତାଙ୍କୁ ସଠିକ୍ ଚିକିତ୍ସା ମିଳିପାରିବ। ତେବେ ଇରାନରେ ଆମେ ତାଙ୍କର ଅନୁପସ୍ଥିତି ଅନୁଭବ କରିବୁ।”

Advertisment

ଭାରତୀୟ ଦଳ:

ଗୋଲକିପର: ସୁବାର୍ତ୍ତା ପାଉଲ୍‌, ଗୁରୁପ୍ରୀତ୍‌ ସିଂହ ସାନ୍ଧୁ ଓ କରନ୍‌ଜିତ ସିଂହ।

ଡିଫେଣ୍ଡର : ଏ.କୋଙ୍ଗଜି,ଏ.ଫର୍ଣ୍ଣାଣ୍ଡିସ୍‌, ଅର୍ଣ୍ଣବ ମଣ୍ଡଳ, ପ୍ରୀତମ କୋଟାଲ, ସନ୍ଦେଶ ଝିନ୍‌ଗାନ୍‌, ନାରାୟଣ ଦାସ,ଲାଲଛୁଆନ୍‌ମାୱିଆ,

ମିଡ୍‌ଫିଲ୍ଡର: ପ୍ରଣୟ ହଳଦାର,ବିକାଶ ଜାଇରୁ, କାଲଭିନ୍‌ ଲୋବୋ, ଆର,ବୋରଗାସ୍‌,ଏଫ୍‌.ପର୍ଣ୍ଣାଣ୍ଡିସ୍‌, ହରମନଜୋତ ସିଂହ ଖାବ୍ରା, ଉଦନ୍ତ ସିଂହ, ଭିନୀତ ରାୟ ଓ ସୈତ୍ୟସେନ ସିଂହ।

ଫରୱାର୍ଡ:ଜେଜେ ଲାଲପେଖ୍‌ଲୁଆ,ସୁମୀତ ପାଶି ଓ ହାଲିଚରନ୍‌ ନାରଜାରୀ।