Advertisment

ରୋହିତଙ୍କୁ ବାଦ୍ ଦେବା ନେଇ ରାଗିଗଲେ ଗାଭାସ୍କର, ମାଗିଲେ ଜବାବ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଶେଷ ହେବାର ଠିକ୍ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଟୁରରେ ଯିବ। ସୋମବାର ଅର୍ଥାତ୍ ଅକ୍ଟୋବର ୨୬ ତାରିଖରେ ତିନୋଟି ଯାକ ଫର୍ମାଟ୍ ପାଇଁ ଟିମ୍ ଚୟନ ହୋଇଛି। ତେବେ ଟିମରେ ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ସାମିଲ୍‌ କରାଯାଇନାହିଁ। ଆହତ ଯୋଗୁ ଅଷ୍ଟ୍ରେଲିଆ ଟୁର୍ ପାଇଁ ଚୟନ କରାଯାଇନଥିବା କୁହାଯାଉଛି। ତେବେ ତାଙ୍କୁ ବାଦ୍ ଦେବା ନେଇ ଭାରତର ପୂର୍ବତନ କ୍ୟାପଟେନ୍ ସୁନୀଲ୍ ଗାଭାସ୍କର […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ରୋହିତଙ୍କୁ ବାଦ୍ ଦେବା ନେଇ ରାଗିଗଲେ ଗାଭାସ୍କର, ମାଗିଲେ ଜବାବ

sunny

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ଶେଷ ହେବାର ଠିକ୍ ପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଟୁରରେ ଯିବ। ସୋମବାର ଅର୍ଥାତ୍ ଅକ୍ଟୋବର ୨୬ ତାରିଖରେ ତିନୋଟି ଯାକ ଫର୍ମାଟ୍ ପାଇଁ ଟିମ୍ ଚୟନ ହୋଇଛି। ତେବେ ଟିମରେ ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ସାମିଲ୍‌ କରାଯାଇନାହିଁ। ଆହତ ଯୋଗୁ ଅଷ୍ଟ୍ରେଲିଆ ଟୁର୍ ପାଇଁ ଚୟନ କରାଯାଇନଥିବା କୁହାଯାଉଛି। ତେବେ ତାଙ୍କୁ ବାଦ୍ ଦେବା ନେଇ ଭାରତର ପୂର୍ବତନ କ୍ୟାପଟେନ୍ ସୁନୀଲ୍ ଗାଭାସ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି।

Advertisment

ଅଷ୍ଟ୍ରେଲିଆ ଗସ୍ତରୁ ରୋହିତଙ୍କୁ ବାଦ୍ ପଛରେ ଆହତ ସମସ୍ୟା ଥିବା କହିଛି ବିସିସିଆଇ। ତେବେ ଟିମ୍ ଚୟନର କିଛି ସମୟ ପରୋ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ରୋହିତଙ୍କ ନେଟ୍ ପ୍ରାକ୍ଟିସ୍ ଭିଡିଓ ପୋଷ୍ଟ କରିଛି। ଏଥିରେ ରୋହିତ୍ ପୂରା ଫିଟ୍ ନଜର ଆସୁଛନ୍ତି। ତେବେ ଏହି ଭିଡିଓ ପୋଷ୍ଟ ହେବା ପରଠାରୁ ସବୁ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି।

https://twitter.com/mipaltan/status/1320792336683560961?s=20

ଏହାକୁ ନେଇ ଗାଭାସ୍କର କହିଛନ୍ତି, 'ଯଦି ରୋହିତ୍ ନେଟ୍ସରେ ପ୍ରାକ୍ଟିସ୍ କରିପାରୁଛନ୍ତି, ତାହେଲେ ଜାତୀୟ ଦଳରୁ ତାଙ୍କୁ କାହିଁକି ବାଦ୍ ଦିଆଗଲା। ଭାରତୀୟ ପ୍ରଶଂସକଙ୍କୁ ଏହା ଜାଣିବାର ପୂରା ଅଧିକାର ରହିଛି। ଆମେ ଟେଷ୍ଟ ମ୍ୟାଚ୍ କଥା କହୁଛୁ, ଯାହା ଆଜିଠାରୁ ଦେଢ଼ ମାସ ପରେ ଖେଳାଯିବ। ଯଦି ରୋହିତ୍ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରାକ୍ଟିସ୍ କରୁଛନ୍ତି, ତାହେଲେ ମୁଁ ଜାଣିନାହିଁ ଯେ ତାଙ୍କୁ କେଉଁ ଆଘାତ ଲାଗିଛି। ମୋ ମତରେ ରୋହିତଙ୍କ ଆହତକୁ ନେଇ ସାମାନ୍ୟ ପାରଦର୍ଶିତା ଓ ସ୍ପଷ୍ଟ ହେବା ଦରକାର।'

Advertisment

https://twitter.com/mipaltan/status/1320773924964069377?s=20

ଗାଭାସ୍କର ଆହୁରି କହିଛନ୍ତି, 'ରୋହିତଙ୍କୁ ଆହତକୁ ନେଇ ଭାରତୀୟ କ୍ରିକେଟ୍‌ ଫ୍ୟାନ୍ ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଯେ, ବାସ୍ତବରେ ତାଙ୍କ ସହ କ'ଣ ହୋଇଛି। ଯଦି ଫ୍ରାଞ୍ଚାଇଜି ରୋହିତଙ୍କ ଆହତକୁ ନେଇ କୌଣସି ଖୁଲାସା କରିବାକୁ ଚାହୁଁନି, ତାହେଲେ ଏହା ଅଲଗା କଥା। କାରଣ ଫ୍ରାଞ୍ଚାଇଜି ମ୍ୟାଚ୍ ଜିତିବାକୁ ଚାହୁଁଛି ଏବଂ ସେମାନେ ବିପକ୍ଷ ଦଳକୁ ଆଗୁଆ ମାନସିକ ଲାଭ ଦେବାକୁ ଚାହୁଁନାହାନ୍ତି। କିନ୍ତୁ ଭାରତୀୟ ଟିମ୍ ସମ୍ବନ୍ଧରେ ଜାଣିବାକୁ ପୂରା ହକ୍ ଅଛି। ମୟଙ୍କ ଅଗ୍ରୱାଲ୍ ମଧ୍ୟ ଆହତ ଯୋଗୁ ଖେଳୁନାହାନ୍ତି। ତେଣୁ ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କୁ ଜାଣିବାର ଅଧିକାର ଅଛି ଯେ ଦୁହିଁଙ୍କ (ରୋହିତ୍ ଓ ମୟଙ୍କ) ସହ କ'ଣ ହେଉଛି।

ସୂଚନାଯୋଗ୍ୟ, କିଙ୍ଗସ୍ ଇଲେଭେନ୍ ପଞ୍ଜାବର ଓପନିଂ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ ମଧ୍ୟ ଆହତ କାରଣରୁ ଦୁଇଟି ମ୍ୟାଚ୍ ଖେଳିନାହାନ୍ତି। ମୟଙ୍କ ଆହତ ଥାଇକି ବି ତାଙ୍କୁ ତିନୋଟି ଯାକ ଫର୍ମାଟ୍ ପାଇଁ ଚୟନ କରାଗଲା। ଏଠି ପ୍ରଶ୍ନ ଉଠୁଛି, ଉଭୟ ରୋହିତ୍ ଓ ମୟଙ୍କଙ୍କ ମଧ୍ୟରୁ କାହାର ଆହତ ସମସ୍ୟା ଅଧିକ ଗୁରୁତର।

Ipl 2020 Rohit Sharma Sunil Gavaskar