Advertisment

ମୁଁ ଭାରତୀୟ ବୋଲି ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମକୁ ଡାକିଲେନି: ଗାଭାସ୍କର

ଏକାକି ଆଲାନ ବର୍ଡର ଅଷ୍ଟ୍ରେଲିଆ ଦଳକୁ ଟ୍ରଫି ପ୍ରଦାନ କଲେ। ଷ୍ଟାଡିୟମରେ ଥାଇ ବି ଗାଭାସ୍କରଙ୍କୁ ନିମନ୍ତ୍ରଣ କରାଗଲାନି।

author-image
Debadatta Aryashrestha
Pat Cummins and Sunil Gavaskar

Pat Cummins and Sunil Gavaskar

ବର୍ଡର ଗାଭାସ୍କର ଟ୍ରଫିର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ଜିତି ୧୦ ବର୍ଷ ପରେ ଏହି ଟାଇଟଲ୍ ହାତେଇଛି ଅଷ୍ଟ୍ରେଲିଆ। ଏହି ବିଜୟ ସହ କଙ୍ଗାରୁ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ମଧ୍ୟ ପ୍ରବେଶ କରିଛି। ତେବେ ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆ ଓ ଭାରତର ଦୁଇ କିମ୍ବଦନ୍ତୀ କ୍ରିକେଟର ଆଲାନ ବର୍ଡର ଓ ସୁନୀଲ ଗାଭାସ୍କରଙ୍କ ନାଁରେ ନାମିତ ହୋଇଥିଲେ ହେଁ ବର୍ଡର ଗାଭାସ୍କର ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମକୁ ଗାଭାସ୍କରଙ୍କୁ ନିମନ୍ତ୍ରଣ କରାଯାଇନଥିଲା। ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି। 

Advertisment

ଏହି ଟୁର୍ଣ୍ଣାମେଣ୍ଟର ଅନ୍ତିମ ମ୍ୟାଚରେ ଘରୋଇ ଦଳ ଭାରତକୁ ୬ ୱିକେଟରେ ପରାସ୍ତ କରିଥିଲା। ଏହାପରେ ଆଲାନ ବର୍ଡର ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ହେଲେ ସେହି ସମୟରେ ସୁନୀଲ ଗାଭାସ୍କର ମୈଦାନରେ ଉପଲବ୍ଧ ଥିଲେ ମଧ୍ୟ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇନଥିଲା। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ଗାଭାସ୍କର କହିଛନ୍ତି ଯେ, ମୁଁ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମକୁ ଯାଇଥିଲେ ଖୁସି ହୋଇଥାଆନ୍ତି। କାରଣ ଏହା 'ବର୍ଡର-ଗାଭାସ୍କର' ଟ୍ରଫି ଏବଂ ଭାରତ ଓ ଅଷ୍ଟ୍ରେଲିଆ ଦୁଇ ଦେଶ ସହ ଜଡ଼ିତ। ମୁଁ ସେହି ଷ୍ଟାଡିୟମରେ ହିଁ ଥିଲି। ଟ୍ରଫି ଅଷ୍ଟ୍ରେଲିଆକୁ ଦିଆଯାଉଛି ବୋଲି ମୋର କୌଣସି ଅସୁବିଧା ନଥିଲା। ସେମାନେ ଭଲ ଖେଳିବାରୁ ଜିତିଲେ। ହେଲେ କେବଳ ମୁଁ ଏକ ଭାରତୀୟ ବୋଲି ମୋତେ ସେଠାକୁ ଡକାଗଲା ନାହିଁ। ବର୍ଡର ମୋର ଭଲ ବନ୍ଧୁ। ତାଙ୍କ ସହ ଟ୍ରଫି ପ୍ରଦାନ କରି ମୁଁ ଖୁସି ହୋଇଥାଆନ୍ତି।

ଉଲ୍ଲେଖ ଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯୯୬-୧୯୯୭ ମସିହାରୁ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆ ଓ ଭାରତର ଦୁଇ କିମ୍ବଦନ୍ତୀ କ୍ରିକେଟର ଆଲାନ ବର୍ଡର ଓ ସୁନୀଲ ଗାଭାସ୍କରଙ୍କ ନାଁରେ ନାମିତ। ବିଶ୍ୱ ଟେଷ୍ଟ କ୍ରିକେଟରେ ଏହା ଏକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ। ଏଭଳି ସ୍ଥଳେ ଗାଭାସ୍କରଙ୍କ ନାଁରେ ନାମିତ ଟୁର୍ଣ୍ଣାମେଣ୍ଟର ଟ୍ରଫି ପ୍ରଦାନ କାର୍ଯ୍ୟକ୍ରମକୁ ତାଙ୍କୁ ନଡାକିବାକୁ ନେଇ ସୋଶାଲ ମିଡିଆରେ ପ୍ରଶଂସକମାନେ ମଧ୍ୟ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡକୁ ସମାଲୋଚନା କରୁଛନ୍ତି।

Advertisment
India Vs Australia Sunil Gavaskar IND Vs AUS Test Allan Border Border-Gavaskar Trophy