Advertisment

ସୁନୀଲ ନାରିନ୍ ବାସନ୍ଦ

ନୂଆଦିଲ୍ଲୀ: କୋଲାକାତା ନାଇଟ୍ ରାଇଡର୍ସକୁ ଲାଗିଛି ବଡ଼ ଝଟକା। କାରଣ ଏହାର ଷ୍ଟାର ବୋଲର୍ ସୁନୀଲ ନାରିନଙ୍କୁ ବୁଧବାର ବାସନ୍ଦ କରି ଦେଇଛି ବିସିସିଆଇ। ସଂଦେହପୂର୍ଣ୍ଣ ଅଫ୍ ସ୍ପିନ୍ ବୋଲିଂ ଶୈଳୀ ପାଇଁ ବସିସିଆଇର ସସପେକ୍ଟ ବୋଲିଂ ଆକ୍ସନ କମିଟି ତାଙ୍କ ଉପରେ ଏହି ବ୍ୟାନ୍ ଲଗାଇଛି। ତେଣୁ ସେ ଆଉ ଚଳିତ ଆଇପିଏଲର ବାକି ମ୍ୟାଚଗୁଡ଼ିକ ଖେଳିବା ନେଇ ସମ୍ଭାବନା କ୍ଷୀଣ ହୋଇଯାଇଛି। ଏ ନେଇ ଆଇପିଏଲ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ଇସ୍ତାହାରରେ […]

ଅଦ୍ୟତନ ହୋଇଛି
ସୁନୀଲ ନାରିନ୍ ବାସନ୍ଦ

sunilnarine

Advertisment

ନୂଆଦିଲ୍ଲୀ: କୋଲାକାତା ନାଇଟ୍ ରାଇଡର୍ସକୁ ଲାଗିଛି ବଡ଼ ଝଟକା। କାରଣ ଏହାର ଷ୍ଟାର ବୋଲର୍ ସୁନୀଲ ନାରିନଙ୍କୁ ବୁଧବାର ବାସନ୍ଦ କରି ଦେଇଛି ବିସିସିଆଇ। ସଂଦେହପୂର୍ଣ୍ଣ ଅଫ୍ ସ୍ପିନ୍ ବୋଲିଂ ଶୈଳୀ ପାଇଁ ବସିସିଆଇର ସସପେକ୍ଟ ବୋଲିଂ ଆକ୍ସନ କମିଟି ତାଙ୍କ ଉପରେ ଏହି ବ୍ୟାନ୍ ଲଗାଇଛି। ତେଣୁ ସେ ଆଉ ଚଳିତ ଆଇପିଏଲର ବାକି ମ୍ୟାଚଗୁଡ଼ିକ ଖେଳିବା ନେଇ ସମ୍ଭାବନା କ୍ଷୀଣ ହୋଇଯାଇଛି।

Advertisment

ଏ ନେଇ ଆଇପିଏଲ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ଯେ ଆଇପିଏଲର ସନ୍ଦିଗ୍ଧ ବେଆଇ ବୋଲିଂ ଶୈଳୀ ନୀତିକୁ ଅନୁସରଣ କରି ବିସିସିଆଇର ସଂପୃକ୍ତ କମିଟି ଏହି ନିଷ୍ପତ୍ତି ନେଇଛି। ନାରିନଙ୍କର ଅଫ୍ ସ୍ପିନ୍ ବୋଲିଂ ଶୈଳୀ ସନେ୍ଦହଜନକ ରହିଛି। ଏଣୁ ଚଳିତ ଆଇପିଏଲ ସହିତ ବିସିସିଆଇ ଦ୍ୱାରା ଆୟୋଜିତ ମ୍ୟାଚଗୁଡ଼ିକରେ ସେ ଅଫ୍-ସ୍ପିନ୍ ବୋଲିଂ କରିପାରିବେ ନାହିଁ। ଏ ନେଇ ତାଙ୍କ ଉପରେ ବ୍ୟାନ୍ ଜାରି କରାଯାଇଛି। ତେବେ ସେ ଅନ୍ୟ ଶୈଳୀରେ ବୋଲିଂ କରିପାରିବେ। ଯେମିତି କି ନକଲ୍ ବଲ୍ ଓ କୁଇକ୍ ଷ୍ଟ୍ରେଟ୍ ବଲ୍। କିନ୍ତୁ ଆଇପିଏଲ ପକ୍ଷରୁ ଏହା ବି ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯଦି ଏହି ଟୁର୍ଣ୍ଣାମେଣ୍ଟର କୌଣସି ମ୍ୟାଚରେ ନାରିନ୍ ପୁଣି ଅଫ୍ ସ୍ପିନ୍ ବୋଲିଂ କରିବେ ତା’ହେଲେ ଉକ୍ତ ବଲକୁ ପଡ଼ିଆରେ ଥିବା ଅମ୍ପାୟାର ‘ନୋ-ବଲ୍’ ଦେବେ । ଏବଂ ମ୍ୟାଚ୍ ପରେ ଏକ ରିପୋର୍ଟ ଦାଖଲ କରିବେ।

ବିସିସିଆଇ ନିର୍ଦେଶକ୍ରମେ ଚଳିତ ଆଇପିଏଲରେ ଯେଉଁ ଦିନଠାରୁ ନାରିନ୍ ତାଙ୍କ ବୋଲିଂ ଶୈଳୀରେ ପରିବର୍ତ୍ତନ କଲେଣି ସେହିଦିନଠାରୁ ଠିକ୍ ଲୟ ପାଇବା ନେଇ ସଂଘର୍ଷ କରୁଛନ୍ତି । ଚଳିତ ଆଇପିଏଲରେ କୋଲାକାତା ନାଇଟ ରାଇଡର୍ସର ପ୍ରଦର୍ଶନ ଭଲ ରହିଥିବା ବେଳେ ନାରିନଙ୍କ ପ୍ରଦର୍ଶନ ଭଲ ରହିନି । ୫ଟି ମ୍ୟାଚରୁ ସେ ମାତ୍ର ଦୁଇଟି ୱିକେଟ୍ ନେଇଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe