Advertisment

ଜିତିଲା ସନରାଇଜର ହାଇଦ୍ରାବାଦ୍, ହାରିଲା ପଞ୍ଜାବ କିଙ୍ଗସ

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସକୁ ୭ ୱିକେଟ ପରାସ୍ତ କରି ସନରାଇଜର ହାଇଦ୍ରାବାଦ୍ ତାର ଚତୁର୍ଥ ବିଜୟ ହାସଲ କରିଛି। ଆଇପିଏଲ୍ ଚଳିତ ସିଜିନର ରବିବାର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ୨୮ ତମ ମ୍ୟାଚରେ ଉମରନ ମଲିକ ଚମତ୍କାର ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ପାଖରେ ହିରୋ ହୋଇଯାଇଥିଲେ। ସେହିପରି ତାଙ୍କ ଦଳର ଦ୍ରୁତଗାମୀ ବୋଲରମାନେ ମଧ୍ୟ ଉତ୍ତମ ଖେଳ ଦେଖାଇ ପଞ୍ଜାବକୁ ୧୫୧ ରନରେ ଅଟକାଇ ଦେଇଥିଲେ। ହାଇଦ୍ରାବାଦ ଟିମ୍ ପକ୍ଷରୁ ମାର୍କ୍ରାମ ଛକା ମାରି […]

ଅଦ୍ୟତନ ହୋଇଛି
ଜିତିଲା ସନରାଇଜର ହାଇଦ୍ରାବାଦ୍, ହାରିଲା ପଞ୍ଜାବ କିଙ୍ଗସ

Sun-riser-Win

Advertisment

ନୂଆଦିଲ୍ଲୀ: ପଞ୍ଜାବ କିଙ୍ଗସକୁ ୭ ୱିକେଟ ପରାସ୍ତ କରି ସନରାଇଜର ହାଇଦ୍ରାବାଦ୍ ତାର ଚତୁର୍ଥ ବିଜୟ ହାସଲ କରିଛି। ଆଇପିଏଲ୍ ଚଳିତ ସିଜିନର ରବିବାର ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ୨୮ ତମ ମ୍ୟାଚରେ ଉମରନ ମଲିକ ଚମତ୍କାର ବୋଲିଂ ପ୍ରଦର୍ଶନ କରି ସମସ୍ତଙ୍କ ପାଖରେ ହିରୋ ହୋଇଯାଇଥିଲେ। ସେହିପରି ତାଙ୍କ ଦଳର ଦ୍ରୁତଗାମୀ ବୋଲରମାନେ ମଧ୍ୟ ଉତ୍ତମ ଖେଳ ଦେଖାଇ ପଞ୍ଜାବକୁ ୧୫୧ ରନରେ ଅଟକାଇ ଦେଇଥିଲେ। ହାଇଦ୍ରାବାଦ ଟିମ୍ ପକ୍ଷରୁ ମାର୍କ୍ରାମ ଛକା ମାରି ଟିମକୁ ବିଜୟ ଦେଇଥିଲେ। ଏଥିସହ ହାଇଦ୍ରାବାଦ ପଏଣ୍ଟ ଟେବୁଲ ଉପରକୁ ଉଠିଛି। ପଞ୍ଜାବ କିଙ୍ଗସ୍ ପ୍ରଥମେ ବ୍ୟାଟିଂ କରି ୧୫୧ ରନ୍ କରିଥିଲା। ଯାହା ବିପକ୍ଷ ଟିମକୁ ହାସଲ କରିବାରେ ଖୁବ୍ ସହଜ ହୋଇଥିଲା।

Advertisment

ପଞ୍ଜାବ କିଙ୍ଗସ୍ ତାର ରେଗୁଲାର କ୍ୟାପଟେନ୍ ମୟଙ୍କ ଅଗ୍ରୱାଲଙ୍କ ବିନା ଖେଳୁଥିଲା। ଶିଖର ଧାବନ ଏହି ମ୍ୟାଚରେ କ୍ୟାପଟେନ୍ ଦାୟିତ୍ୱ ନେଇଥିଲେ। ଟିମ ଆରମ୍ଭରୁ ହିଁ ଖରାପ ଖେଳ ପ୍ରଦର୍ଶନ କରିଥିଲା। ଶିଖର ଧାବନ ମାତ୍ର ୮ ରନ୍ କରି ଆଉଟ୍ ହୋଇଯାଇଥିଲେ। ପ୍ରାରମ୍ଭିକ ୭ ଓଭର ଭିତରେ ଟିମର ପ୍ରମୁଖ ୩ ଖେଳାଳି ଆଉଟ୍ ହୋଇଯାଇଥିଲେ। ପରେ ପୁନଶ୍ଚ ଏକ ଭଲ ଖେଳ ପ୍ରଦର୍ଶନ କରି ଲିଆମ୍ ଲିଭିଙ୍ଗଷ୍ଟୋନ୍ ଟିମର ସମ୍ମାନ ରକ୍ଷା କରିଥିଲେ। ସେ ୩୩ ବଲ ଖେଳି ୬୦ ରନ ହାସଲ କରିଥିଲେ। ଏହା ଭିତରେ ତାଙ୍କର ଧମାକାଦାର ୫ ଚୌକା ଓ ୪ ଛକା ରହିଥିଲା। ସାହାରୁଖ ଖାନ୍ ମଧ୍ୟ ୨ଟି ଛକା ମାରି ନିଜର ଦମ ଦେଖାଇଥିଲେ। ସେ ୨୮ ବଲ ଖେଳି ୨୬ ରନ୍ ହାସଲ କରିଥିଲେ।

ସନରାଇଜର ହାଇଦ୍ରାବାଦର ଉମରାନ ମଲିକ ତାଙ୍କ ଶେଷ ଓଭରରେ ଭଲ ବୋଲିଂ ପ୍ରଦର୍ଶନ କରି ପଞ୍ଜାବ କିଙ୍ଗସକୁ ୧୫୧ ରନରେ ଅଟକାଇ ଦେଇଥିଲେ। ସେ ୪ ଓଭର ବୋଲିଂ କରି ଚାରି ୱିକେଟ୍ ନେଇଥିଲେ।

Advertisment

ସନରାଇଜର ହାଇଦ୍ରାବାଦ ପ୍ରଥମରୁ ଖରାପ ଖେଳ ପ୍ରଦର୍ଶନ କରିଥିଲା। କ୍ୟାପଟେନ୍ କେନ୍ ୱିଲିୟସ୍ସନ୍ ମାତ୍ର ୩ ରନ କରି ଆଉଟ୍ ହୋଇଥିଲେ। ହେଲେ ପରେ ରାହୁଲ ତ୍ରିପାଠୀ ୩୪ ଓ ଅଭିଷେକ ଶର୍ମା ୩୧ ରନ୍ ଯୋଗଦାନ ଦେଇଥିଲେ। ଶେଷରେ ଆଡେନ ମର୍କ୍ରାମ ୨୭ ବଲରୁ ୪୧ ରନ୍ ଏବଂ ନିକୋଲାସ୍ ପୁରାନ ୩୦ ବଲରୁ ୩୫ ରନ୍ ଯୋଗଦାନ ଦେଇ ବିଜୟ ହାସଲକୁ ସହଜ କରିଦେଇଥିଲେ। ଟିମ୍ ୧୮.୫ ଓଭରରେ ନିଜର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ପଞ୍ଜାବ କିଙ୍ଗସ୍ ବ୍ୟାଟିଂ: ଶିଖର ଧାବନ-୮, ପ୍ରଭାସୀମନ ସିଂ-୧୪, ଜନି ବେୟାରଷ୍ଟୋ-୧୨, ଲିଆମ୍ ଲିଭିଙ୍ଗଷ୍ଟୋନ୍-୬୦, ଜିତେଶ ଶର୍ମା-୧୧, ଏମ୍ ସାହାରୁଖ ଖାନ୍-୨୬, ଓଡେନ ସ୍ମିଥ୍-୧୩, ଅତିରିକ୍ତ-୭; ମୋଟ-୧୫୧। ବୋଲିଂ: ରାହୁଲ ଚହର-୨ ୱିକେଟ, କାଗିସୋ ରାବାଡା-୧ ୱିକେଟ।

ସନରାଇଜର ହାଇଦ୍ରାବାଦ ବ୍ୟାଟିଂ: ଅଭିଷେକ ଶର୍ମା-୩୧, କେନ ୱିଲିୟମ୍ସନ୍-୩, ରାହୁଲ ତ୍ରିପାଠୀ-୩୪, ଆଡେନ ମାର୍କ୍ରାମ-୪୧, ନିକୋଲାସ୍ ପୁରାନ-୩୫, ଅତିରିକ୍ତ-୮; ମୋଟ-୧୫୨-୩। ବୋଲିଂ: ଭୁବନେଶ୍ୱର କୁମାର-୩ ୱିକେଟ, ଉମରନ ମଲିକ-୪ ୱିକେଟ, ଟି. ନଟରାଜନ-୧ ୱିକେଟ, ଜଗଡେଶା ସୁଚିଥ୍-୧ ୱିକେଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe