ଟ୍ରାକ୍କୁ ଫେରିଲା ଚେନ୍ନାଇ, ପଞ୍ଜାବକୁ ୧୦ ୱିକେଟ୍ରେ ପରାସ୍ତ କଲା
ଅବୁଧାବି: ଚଳିତ ଆଇପିଏଲରେ କ୍ରମାଗତ ୩ଟି ମ୍ୟାଚ୍ ହାରିବା ପରେ ଶେଷରେ ବିଜୟ ସ୍ୱାଦ ଚାଖିଛି ଚେନ୍ନାଇ ସୁପର କିଙ୍ଗସ। ଅଧିନାୟକ କେଏଲ ରାହୁଲଙ୍କ ୬୩ ଓ ନିକୋଲାସ ପୁରନଙ୍କ ବିସ୍ଫୋରକ ୩୩ ରନ୍ ସହ କିଙ୍ଗସ ଏକାଦଶ ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୭୮ ରନ କରିଥିଲା। ତେବେ ଏହି ଟାର୍ଗେଟ୍କୁ ଚେନ୍ନାଇର ଓପନିଂ ଯୋଡ଼ି ଶେନ୍ ୱାଟସନ୍ ଏବଂ ଫାଫ୍ ଡୁପ୍ଲେସିସ୍ ହିଁ ଆରାମରେ ହାସଲ କରିପାରିଛନ୍ତି। ଫଳରେ ମାତ୍ର ୧୭.୪ ଓଭରରେ ଚେନ୍ନାଇ ସୁପର କିଙ୍ଗସ୍ ବିଜୟୀ ହୋଇପାରିଛି।
An emphatic win by @ChennaiIPL in Match 18 of #Dream11IPL.
Second 10 wickets win for #CSK. Their first one was also against KXIP in 2013.
They are also the first team in #Dream11IPL 2020 to win batting second in Dubai. pic.twitter.com/qh77Wrc27J
— IndianPremierLeague (@IPL) October 4, 2020
ଚେନ୍ନାଇ ପକ୍ଷରୁ ଓପନିଂ କରୁଥିବା ଶେନ୍ ୱାଟସନ୍ ଏବଂ ଡୁପ୍ଲେସିସ୍ ଯଥାକ୍ରମେ ୮୩ ଏବଂ ୮୭ ରନ୍ କରିଥିଲେ। ସୂଚନାଯୋଗ୍ୟ ଯେ, ଉଭୟ ୱାଟସନ୍ ଏବଂ ଡୁପ୍ଲେସିସ୍ ଜଣକା ୫୩ ବଲ୍ ଖେଳିଥିଲେ। ଏମାନଙ୍କ ଯୋଡ଼ି ଭାଙ୍ଗିବାକୁ ପଞ୍ଜାବ ବୋଲିଂ ବାହିନୀ ବିଫଳ ହୋଇଥିଲା। କ୍ରିସ୍ ଜୋର୍ଡାନ୍ ସବୁଠାରୁ ମହଙ୍ଗା ବୋଲରେ ଭାବେ ୩ ଓଭରରେ ୪୨ ରନ୍ ଦେଇଥିଲେ। ସେହିଭଳି ହରପ୍ରୀତ ବ୍ରାର ୪ ଓଭରରେ ୪୧ ରନ୍ ବ୍ୟୟ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କଟରେଲ୍ ୩ ଓଭରରେ ୩୦, ମହମ୍ମଦ ଶାମି ୩.୪ ଓଭରରେ ୩୫ ଏବଂ ରବି ବିଷ୍ଣୋଇ ୪ ଓଭରରେ ୩୩ ରନ୍ ଦେଇଥିଲେ।
A special knock from Shane Watson gets him the Man of the Match award for his scintillating knock of 83* off 53 deliveries.
Watto knock 👌👌 #Dream11IPL pic.twitter.com/hLB85ScCAG
— IndianPremierLeague (@IPL) October 4, 2020
CRED Power Player of Match 18 between @lionsdenkxip and @ChennaiIPL is Faf du Plessis.@CRED_club #CREDPowerplay #Dream11IPL pic.twitter.com/C0WKMhIWIs
— IndianPremierLeague (@IPL) October 4, 2020
ପୂର୍ବରୁ ଟସ୍ ଜିତି ପ୍ରଥମେ କେଏଲ ରାହୁଲଙ୍କ ପଞ୍ଜାବ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳର ଦୁଇ ଓପନର ରାହୁଲ ଓ ମୟଙ୍କ ଅଗ୍ରୱାଲ ଦମଦାର ବ୍ୟାଟିଂ କରିଥିଲେ। ଉଭୟ ୬ ଓଭରରେ ବିନା କୌଣସି ୱିକେଟ ହରାଇ ୪୬ ରନ୍ କରିଥିଲେ। ଏହାପରେ ଉଭୟ ଗିୟର ବଦଳାଇ ୮.୧ ଓଭରରେ ଦଳୀୟ ସ୍କୋରକୁ ୬୧ରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ୨୬ ରନ୍ କରିଥିବା ମୟଙ୍କ ଅଗ୍ରୱାଲଙ୍କୁ ପୀୟୂଷ ଚାୱାଲା ଆଉଟ କରିଦେଇଥିଲେ।
ଆଇପିଏଲରେ ଚଳିତ ବର୍ଷ ପ୍ରଥମ ମ୍ୟାଚ୍ ଖେଳୁଥିବା ମନଦୀପ ସିଂହ କିଛି ସମୟ ପାଇଁ ବଡ଼ ଶଟ୍ ଖେଳିଥିଲେ। ହେଲେ ସେ କେବଳ ୨୭ ରନ୍ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କ ୱିକେଟ ଜାଡେଜା ନେଇଥିଲେ। ପୁରନ୍ ଓ ରାହୁଲ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିବା ସହ ଦଳୀୟ ସ୍କୋରକୁ ୧୫୨ରେ ପହଞ୍ଚାଇ ଦେଇଥିଲେ।
ରାହୁଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ପୁରନ୍ ୧୭ ବଲରେ ୩୩ ରନ୍ କରିଥିବା ବେଳେ ଶାର୍ଦ୍ଦୁଳ ଠାକୁରଙ୍କ ବଲରେ ଆଉଟ ହୋଇଥିଲେ। ଏହାର ପରବର୍ତ୍ତୀ ବଲରେ ରାହୁଲ ମଧ୍ୟ ୬୩ ରନ୍ କରି ଠାକୁରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଶେଷ ଓଭରରେ ଯୁବ ତାରକା ସର୍ଫରାଜ ଖାନ ୨ଟି ଚୌକା ମାରିବାରୁ ଦଳୀୟ ସ୍କୋର ୧୭୮ରେ ପହଞ୍ଚିଥିଲା। ଶେଷ ଯାଏ ମ୍ୟାକ୍ସୱେଲ ୧୧ ଓ ସର୍ଫରାଜ ୧୪ ରନ୍ କରି ଅପରାଜିତ ରହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।