Advertisment

ସୁପର୍ ସଣ୍ଡେ’ରେ ରୟାଲ୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍: ଫେରି ପାରନ୍ତି ବଟଲର୍ ଓ ଗେଲ୍

ନୂଆଦିଲ୍ଲୀ: ସାରଜାର ଅପେକ୍ଷାକୃତ ଛୋଟ ପଡ଼ିଆରେ ଆଜି ଛକା ବର୍ଷା ହେବାର ସମ୍ଭାବନା ଢେର ଅଧିକ। ଆଜି ସୁପର ସଣ୍ଡେର ନିଜ ପୂର୍ବ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଉଭୟ କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ରାଜସ୍ଥାନ ରୟାଲସ ପରସ୍ପରକୁ ଭେଟିବେ। କୋଭିଡ୍ କଟକଣା ମାନି ଆଇସୋଲସନରେ ଥିବାରୁ ଗତ ମ୍ୟାଚ ଖେଳି ପାରିନଥିବା ବିସ୍ଫୋରକ ଇଂଲିଶ ୱିକେଟ୍ କିପର ବ୍ୟାଟସମ୍ୟାନ୍ ଜୋଶ ବଟଲର ଆଜି ଚୂଡ଼ାନ୍ତ ଏକଦାଶକୁ ଫେରିବାର ସମ୍ଭାବନା ରହିଛି। ଆଉ ବଟଲର ମିଡିଲ ଅର୍ଡର […]

author-image
Pragnya Choudhury
ସୁପର୍ ସଣ୍ଡେ’ରେ ରୟାଲ୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍: ଫେରି ପାରନ୍ତି ବଟଲର୍ ଓ ଗେଲ୍

IPL

ନୂଆଦିଲ୍ଲୀ: ସାରଜାର ଅପେକ୍ଷାକୃତ ଛୋଟ ପଡ଼ିଆରେ ଆଜି ଛକା ବର୍ଷା ହେବାର ସମ୍ଭାବନା ଢେର ଅଧିକ। ଆଜି ସୁପର ସଣ୍ଡେର ନିଜ ପୂର୍ବ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଥିବା ଉଭୟ କିଙ୍ଗସ ଇଲେଭେନ୍ ପଞ୍ଜାବ ଓ ରାଜସ୍ଥାନ ରୟାଲସ ପରସ୍ପରକୁ ଭେଟିବେ।

Advertisment

କୋଭିଡ୍ କଟକଣା ମାନି ଆଇସୋଲସନରେ ଥିବାରୁ ଗତ ମ୍ୟାଚ ଖେଳି ପାରିନଥିବା ବିସ୍ଫୋରକ ଇଂଲିଶ ୱିକେଟ୍ କିପର ବ୍ୟାଟସମ୍ୟାନ୍ ଜୋଶ ବଟଲର ଆଜି ଚୂଡ଼ାନ୍ତ ଏକଦାଶକୁ ଫେରିବାର ସମ୍ଭାବନା ରହିଛି। ଆଉ ବଟଲର ମିଡିଲ ଅର୍ଡର ବା ଓପନିଂ ସ୍ପଟରେ ଖେଳିଲେ ଷ୍ଟିଭ୍ ସ୍ମିଥ୍ ନେତୃତ୍ୱାଧୀନ ରାଜସ୍ଥାନ ରୟାଲସର ବ୍ୟାଟିଂ ଆହୁରି ଶକ୍ତିଶାଳୀ ହେବ। ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ 32 ବଲରେ 74 ରନର ବିଧ୍ୱଂସୀ ଇନିଂସ ଖେଳି ସଂଜୁ ସାମସନ୍ ଆଇପିଏଲରେ ତାଙ୍କ ଉପସ୍ଥିତି ଜାହିର କରି ସାରିଛନ୍ତି। ସେହିପରି ଜେଫ୍ରା ଆର୍ଚରଙ୍କ ଡେଥ୍ ଓଭର୍ ବିସ୍ଫୋରଣ ଦଳୀୟ ବ୍ୟାଟିଂ ଗଭୀରତାର ପ୍ରମାଣ ଦେଇଛି। ବୋଲିଂରେ ମଧ୍ୟ ଆର୍ଚର ଦଳର ସଂପତ୍ତି ସାବ୍ୟସ୍ତ ହୋଇଥିବାବେଳେ ରାହୁଲ୍ ଟେୱାଟିଆ, ଟମ୍ କୁରାନଙ୍କ ସହ ଜୟଦେବ ଉନାଡକଟଙ୍କ ପାଖରେ ମ୍ୟାଚ ଗତି ବଦଳାଇ ଦେବାର କ୍ଷମତା ରଖୁଛନ୍ତି। ତେବେ କିଙ୍ଗସ ଇଲେଭନେ ଅଧିନାୟକ କେଏଲ୍ ରାହୁଲଙ୍କୁ ଲଗାମ ଦେବା ପାଇଁ ଆଜି ଷ୍ଟିଭ୍ ସ୍ମିଥଙ୍କୁ ସ୍ୱତନ୍ତ୍ର ରଣନୀତି କରିବାକୁ ଅବଶ୍ୟ ପଡ଼ିବ।

ସେପଟେ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଭାରୀ ପଡ଼ିଥିବା କିଙ୍ଗସ ଇଲେଭେନ୍ ଦିଲ୍ଲୀ କ୍ୟାପିଟାଲସ ବିପକ୍ଷ ନୈରାଶ୍ୟଜନକ ଆରମ୍ଭକୁ ଭୁଲି ଏବେ ୱିନିଂ ଟ୍ରାକକୁ ଫେରିଛି। ତେବେ ମଧ୍ୟକ୍ରମରେ ନିକୋଲସ୍ ପୂରନଙ୍କୁ ବାଦ୍ ଦେଇ ଦଳ ଏହି ମ୍ୟାଚରେ ଦୁର୍ଦ୍ଦର୍ଷ କ୍ରିସ ଗେଲଙ୍କ ଫର୍ମର ପରୀକ୍ଷା ନେଇପାରେ। ମହମ୍ମଦ ସାମିଙ୍କ ନେତୃତ୍ୱରେ କିଙ୍ଗସ୍ ବୋଲିଂ ବାହିନୀ ବେଶ୍ ସନ୍ତୁଳିତ ରହିଛି। ଇଣ୍ଡିଜ୍ ଦ୍ରୁତ ବୋଲର ଶେଲଡନ୍ କଟ୍ରେଲ୍, ଉଦୀୟମାନ ଯୁବ ପ୍ରତିଭା ରବି ବିଷ୍ଣୋଇ,ଏମ୍ ଅଶ୍ୱିନ୍ ଓ ଗ୍ଲେନ୍ ମାକ୍ସୱେଲ୍ ନିଜ ସାମର୍ଥ୍ୟ ମୁତାବକ ପ୍ରଦର୍ଶନ ଜାରି ରଖିଛନ୍ତି। ତେବେ ଆଜିର ସୁପର ସଣ୍ଡେ ମୁକାବିଲାରେ ବଲକୁ ଖୁବ୍ ପ୍ରହାର କରି ଅପେକ୍ଷାକୃତ ଛୋଟିଆ ବାଉଣ୍ଡାରୀକୁ ପାର କରିବା ଲକ୍ଷ୍ୟରେ ଉଭୟ ଦଳର ବ୍ୟାଟସମ୍ୟାନ ମୁଖ୍ୟତଃ ଚାହିଁବେ। 

Advertisment
Ipl 2020 Rajasthan Royals