ଜାଡେଜାଙ୍କୁ ଚୁମା ଦେଲେ ରାଇନା, ଭିଡିଓ ଭାଇରାଲ

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ୍‌ର ଦୁଇ ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା ଓ ସୁରେଶ ରାଇନାଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ରାଇନା ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ଚୁମା ଦେବାର ଦୃଶ୍ୟ ରହିଛି। ଗତକାଲି ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା। ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ବେଳେ ଏଭଳି ଘଟଣା ଘଟିଥିଲା। ରାଜସ୍ଥାନ ଇନିଂସ୍‌ର ଦ୍ୱିତୀୟ ବଲ୍‌ରେ ଅଧିନାୟକ ଅଜିଙ୍କ୍ୟ ରାହଣେ ଚେନ୍ନାଇ ବୋଲର ଦୀପକ […]

ra

Hemant Lenka
  • Published: Monday, 01 April 2019
  • , Updated: 01 April 2019, 08:17 PM IST

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ୍‌ର ଦୁଇ ଷ୍ଟାର ଖେଳାଳି ରବୀନ୍ଦ୍ର ଜାଡେଜା ଓ ସୁରେଶ ରାଇନାଙ୍କ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓରେ ରାଇନା ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କୁ ଚୁମା ଦେବାର ଦୃଶ୍ୟ ରହିଛି।

ଗତକାଲି ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍‌ ମଧ୍ୟରେ ମ୍ୟାଚ୍‌ ଖେଳା ଯାଇଥିଲା। ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ବେଳେ ଏଭଳି ଘଟଣା ଘଟିଥିଲା। ରାଜସ୍ଥାନ ଇନିଂସ୍‌ର ଦ୍ୱିତୀୟ ବଲ୍‌ରେ ଅଧିନାୟକ ଅଜିଙ୍କ୍ୟ ରାହଣେ ଚେନ୍ନାଇ ବୋଲର ଦୀପକ ଚହରଙ୍କ ଏକ ବଲ୍‌କୁ କଟ୍‌ କରିବାକୁ ଚେଷ୍ଟା କରିଥିଲେ। ତେବେ ବଲ୍‌ଟି ପଏଣ୍ଟ ଅଞ୍ଚଳରେ ଫିଲ୍ଡିଂ କରିଥିବା ଜାଡେଜାଙ୍କ ପାଖକୁ ଯାଇଥିଲା।

ଏହି ସମୟରେ ଅତ୍ୟନ୍ତ କୌଶଳକ୍ରମେ ଜାଡେଜା ଜମ୍ପ ମାରି ବଲ୍‌ଟିକୁ କ୍ୟାଚ୍‌ କରିନେଇଥିଲେ। ଜାଡେଜାଙ୍କ ଏଭଳି ଫିଲ୍ଡିଂ ଦେଖି ରାଇନା ତାଙ୍କ ପାଖକୁ ଦୌଡ଼ି ଯିବା ସହ ଚୁମା ଦେଇଥିଲେ।

ଦେଖନ୍ତୁ ଭିଡିଓ

Related story