Advertisment

ଧୋନିଙ୍କ ଭଳି ହୋଟେଲ ରୁମ ନ ମିଳିବାରୁ ଆଇପିଏଲ ଛାଡ଼ିଲେ ରାଇନା!

ଚେନ୍ନାଇ: ଚଳିତ ବର୍ଷ ଆଇପିଏଲରେ ସୁରେଶ ରାଇନା ଖେଳିବେ ନାହିଁ। ସେ ଆଇପିଏଲ ଖେଳିବା ପାଇଁ ଦୁବାଇ ଯାଇଥିଲେ ହେଁ ଅଗଷ୍ଟ ୨୯ରେ ସ୍ୱଦେଶ ଫେରି ଆସିଛନ୍ତି। ଚେନ୍ନାଇ ସୁପର କିଙ୍ଗସର ସିଇଓ କେଏସ୍‌ ବିଶ୍ୱନାଥନ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଥିଲେ। ଏଥିସହ ରାଇନା ବ୍ୟକ୍ତିଗତ କାରଣ ପାଇଁ ସ୍ୱଦେଶ ଫେରିଥିବାରୁ ଏ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ସେ କହିଥିଲେ। କିନ୍ତୁ ରାଇନା ଆଇପିଏଲ ନ ଖେଳିବା ପଛରେ ହୋଟେଲ ରୁମ […]

ଧୋନିଙ୍କ ଭଳି ହୋଟେଲ ରୁମ ନ ମିଳିବାରୁ ଆଇପିଏଲ ଛାଡ଼ିଲେ ରାଇନା!

nb

Advertisment

ଚେନ୍ନାଇ: ଚଳିତ ବର୍ଷ ଆଇପିଏଲରେ ସୁରେଶ ରାଇନା ଖେଳିବେ ନାହିଁ। ସେ ଆଇପିଏଲ ଖେଳିବା ପାଇଁ ଦୁବାଇ ଯାଇଥିଲେ ହେଁ ଅଗଷ୍ଟ ୨୯ରେ ସ୍ୱଦେଶ ଫେରି ଆସିଛନ୍ତି। ଚେନ୍ନାଇ ସୁପର କିଙ୍ଗସର ସିଇଓ କେଏସ୍‌ ବିଶ୍ୱନାଥନ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଥିଲେ। ଏଥିସହ ରାଇନା ବ୍ୟକ୍ତିଗତ କାରଣ ପାଇଁ ସ୍ୱଦେଶ ଫେରିଥିବାରୁ ଏ ବର୍ଷ ଆଇପିଏଲ ଖେଳିବେ ନାହିଁ ବୋଲି ସେ କହିଥିଲେ।

Advertisment

କିନ୍ତୁ ରାଇନା ଆଇପିଏଲ ନ ଖେଳିବା ପଛରେ ହୋଟେଲ ରୁମ ବିବାଦ ରହିଥିବା ଏବେ ରିପୋର୍ଟ ସାମ୍ନାକୁ ଆସିଛି। ୟୁଏଇରେ ରାଇନାକୁ ମିଳିଥିବା ହୋଟେଲ ରୁମରେ ସେ ସନ୍ତୁଷ୍ଟ ନ ଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଯେଉଁଭଳି ହୋଟେଲ ରୁମର ସୁବିଧା ମିଳିଛି, ତାଙ୍କୁ ମଧ୍ୟ ସେଭଳି ରୁମ ମିଳିବା ପାଇଁ ସେ ଦାବି କରିଥିଲେ। ଏହାକୁ ନେଇ ବିବାଦ ଦେଖାଯିବାରୁ ରାଇନା ଆଇପିଏଲ ଖେଳିବେ ନାହିଁ ବୋଲି କହି ସ୍ୱଦେଶ ଫେରି ଆସିଥିବା ରିପୋର୍ଟରେ କୁହାଯାଇଛି।

ଆଉଟଲୁକକୁ ସୂଚନା ଦେଇ ଚେନ୍ନାଇ ସୁପର କିଙ୍ଗସର ମାଲିକ ତଥା ବିସିସିଆଇର ପୂର୍ବତନ ବସ୍‌ ଏନ ଶ୍ରୀନିବାସନ କହିଛନ୍ତି, କ୍ରିକେଟରମାନେ ସାଧାରଣତଃ ବେଶ ଗର୍ବୀ। ସେମାନେ ପୁରୁଣା କାଳରେ ଫିଲ୍ମ ଅଭିନେତାଙ୍କ ଭଳି ଆଚରଣ ପ୍ରଦର୍ଶନ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗସର ସଦସ୍ୟମାନେ ଗୋଟିଏ ପରିବାର ଭଳି ରୁହନ୍ତି। ସମସ୍ତ ବରିଷ୍ଠ ଖେଳାଳିମାନେ ସ୍ଥିତି ସହ ତାଳ ଦେଇ ଚଳନ୍ତି। ମୋ ମତରେ ଯଦି ଆପଣ ଖୁସି ନାହାନ୍ତି, ତା’ହେଲେ ଫେରିଯିବା ଭଲ। ମୁଁ କେବେ ହେଲେ କାହାକୁ କୌଣସି କାମ ପାଇଁ ଫୋର୍ସ କରେନାହିଁ।

Advertisment

ବେଳେ ବେଳେ ସଫଳତା ଆପଣଙ୍କ ମୁଣ୍ଡରେ ଚଢ଼ିଯାଏ। ଆପଣ ଗର୍ବୀ ଓ ଅହଙ୍କାରୀ ହୋଇଯାଆନ୍ତି। ମୁଁ ଏ ସମ୍ପର୍କରେ ମହେନ୍ଦ୍ର ସିଂହ ଧୋନିଙ୍କ ସହ କଥା ହୋଇଛି। ଯଦି ଆଗକୁ ଏହି କାରଣ ପାଇଁ ଖେଳାଳିଙ୍କ ସଂଖ୍ୟା ବଢ଼ିବ, ତା’ହେଲେ କୌଣସି ପ୍ରକାରର ବ୍ୟସ୍ତ ନ ହେବାକୁ ସେ ମୋତେ ପ୍ରତିଶ୍ରୁତି ଦେଇଛନ୍ତି। ସେ ଖେଳାଳିଙ୍କ ସହ ଜୁମ ଆପ ଜରିଆରେ କଥା ହୋଇ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି।

ଏଯାଏ ଆଇପିଏଲ ଆରମ୍ଭ ହୋଇନାହିଁ। ରାଇନା ନିଶ୍ଚିତ ବୁଝିବେ ସେ କ’ଣ ହରାଇଲେ ଓ ତାଙ୍କୁ ମିଳିବାକୁ ଥିବା ଦରମା(୧୧ କୋଟି) ଟଙ୍କା ମଧ୍ୟ ଦିଆଯିବ ନାହିଁ ବୋଲି ଶ୍ରୀନିବାସନ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe