Advertisment

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ‘ଟ୍ରିପଲ ଏସ୍‌’ଙ୍କୁ ମିଳିବ ସୁଯୋଗ!

ମୁମ୍ବାଇ: ଆଇପିଏଲ ପରେ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଟୁର ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ଚୟନ କମିଟି ଖେଳାଳି ଚୟନ କରିବାକୁ ଜୁପ୍‌ ଆପ୍‌ ଦ୍ୱାରା ବୈଠକ କରିବ। ଆଜି କିମ୍ବା ଆସନ୍ତାକାଲି ଅଷ୍ଟ୍ରେଲିଆ ଟୁର୍‌ ପାଇଁ ୩୨ ଜଣିଆ ସ୍କ୍ୱାଡ ଘୋଷଣା ହୋଇପାରେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ, ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳଯିବ। ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଟିମ୍‌ ଇଣ୍ଡିଆରେ ‘ ଟ୍ରିପଲ ଏସ୍‌’ଙ୍କୁ ସୁଯୋଗ ମିଳିପାରେ। ଏହି […]

ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ‘ଟ୍ରିପଲ ଏସ୍‌’ଙ୍କୁ ମିଳିବ ସୁଯୋଗ!

h

Advertisment

ମୁମ୍ବାଇ: ଆଇପିଏଲ ପରେ ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଟୁର ଆରମ୍ଭ ହେବ। ଏଥିପାଇଁ ବିସିସିଆଇ ଚୟନ କମିଟି ଖେଳାଳି ଚୟନ କରିବାକୁ ଜୁପ୍‌ ଆପ୍‌ ଦ୍ୱାରା ବୈଠକ କରିବ। ଆଜି କିମ୍ବା ଆସନ୍ତାକାଲି ଅଷ୍ଟ୍ରେଲିଆ ଟୁର୍‌ ପାଇଁ ୩୨ ଜଣିଆ ସ୍କ୍ୱାଡ ଘୋଷଣା ହୋଇପାରେ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ, ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳଯିବ।

Advertisment

ସୂଚନା ଅନୁସାରେ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଟିମ୍‌ ଇଣ୍ଡିଆରେ ‘ ଟ୍ରିପଲ ଏସ୍‌’ଙ୍କୁ ସୁଯୋଗ ମିଳିପାରେ। ଏହି ଟ୍ରିପଲ ଏସ୍‌ ହେଉଛନ୍ତି, ନବଦୀପ ସାଇନି, ସୂର୍ଯ୍ୟ କୁମାର ଯାଦବ ଓ ମହମ୍ମଦ ଶିରାଜ। ଏମାନଙ୍କୁ ଅଷ୍ଟ୍ରେଲିଆ ପଠାଇବା ପାଇଁ ବିସିସିଆଇ ଚୟନ କମିଟି ମାନସମନ୍ଥନ କରୁଛି।

ଆଇପିଏଲରେ ଜବରଦସ୍ତ ପ୍ରଦର୍ଶନ କରୁଥିବା ସୂର୍ଯ୍ୟ କୁମାର ଯାଦବଙ୍କୁ ଏଥର ସୀମିତ ଓଭର ସିରିଜ୍‌ରେ ସୁଯୋଗ ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସୂର୍ଯ୍ୟ କୁମାର ୧୦ଟି ମ୍ୟାଚ୍‌ରେ ୨୪୩ ରନ୍‌ କରି ନିଜ ପ୍ରତିଭାର ପ୍ରମାଣ ଦେଇଛନ୍ତି। ଦ୍ରୁତ ବୋଲିଂ କଥା ବିଚାରକୁ ନେଲେ ଈଶାନ୍ତ ଶର୍ମା ଓ ଭୁବନେଶ୍ୱର କୁମାର ଆହତ ଯୋଗୁ ବାଦ ପଡ଼ିଛନ୍ତି। ତେଣୁ ଏପରି ସ୍ଥିତିରେ ମହମ୍ମଦ ଶିରାଜ ଓ ନଭଦୀପ ସାଇନ୍‌ଙ୍କୁ ସୁଯୋଗ ଦେବା ସପକ୍ଷରେ ବିସିସିଆଇ ରହିଛି।

Advertisment

ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଦ୍ୱନ୍ଦ୍ୱ ଦେଖାଯାଇଛି। କାରଣ ପାଣ୍ଡ୍ୟା ଅସ୍ତ୍ରୋପଚାର ପରେ ଆଉ ବୋଲିଂ କରୁନାହାନ୍ତି। ଆଇପିଏଲରେ ବି ମୁମ୍ବାଇ ତାଙ୍କୁ କେବଳ ବ୍ୟାଟସମ୍ୟାନ ହିସାବରେ ଖେଳାଉଛି। ଏପରି ସ୍ଥିତିରେ ଯଦି ପାଣ୍ଡ୍ୟା ବୋଲିଂ କରିବାକୁ ଫିଟ ନ ହୁଅନ୍ତି, ତା’ହେଲେ ଚୟନ କମିଟି ତାଙ୍କୁ ଟେଷ୍ଟ ଓ ଦିନିକିଆ ସିରିଜରୁ ବାଦ ଦେଇପାରେ। କିନ୍ତୁ ସେ ଟି-୨୦ ଟିମ୍‌ରେ ରହିବେ।ସେହିପରି ପାଣ୍ଡ୍ୟାଙ୍କ ବଦଳରେ ବିଜୟ ଶଙ୍କର ଓ ଶିବମ ଦୁବେଙ୍କୁ ବିକଳ୍ପ ଭାବେ ସୁଯୋଗ ଦେବାକୁ ବିସିସିଆଇ ଚିନ୍ତା କରୁଛି।

କେଏଲ ରାହୁଲ ମଧ୍ୟ ଟେଷ୍ଟ ଟିମ୍‌କୁ ଫେରିବାର ଯଥେଷ୍ଟ ସୁଯୋଗ ରହିଛି। ତାଙ୍କୁ ତୃତୀୟ ଓପନର ଭାବେ ସୁଯୋଗ ମିଳିପାରେ। କାରଣ ରୋହିତ ଶର୍ମା ଓ ମୟଙ୍କ ଅଗ୍ରୱାଲ ଟେଷ୍ଟରେ ଇନିଂସ ଆରମ୍ଭ କରୁଛନ୍ତି। ଉଭୟ ଭଲ ପ୍ରଦର୍ଶନ ମଧ୍ୟ କରିଛନ୍ତି। ରାହୁଲଙ୍କ ସହ ଶିଖର ଧୱନ ମଧ୍ୟ ଟେଷ୍ଟ ଟିମ୍‌ରେ ସୁଯୋଗ ପାଇପାରନ୍ତି। ହେଲେ ସେ କେଉଁ ସ୍ଥାନରେ ବ୍ୟାଟିଂ କରିବେ, ତା’କୁ ନେଇ ଦ୍ୱନ୍ଦ୍ୱ ରହିଛି।

ସ୍ପିନ ବାହିନୀରେ ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ରହିବା ଏକ ପ୍ରକାର ନିଶ୍ଚିତ। ତେବେ କୁଲଦୀପ ଯାଦବ ୨୦୧୮-୨୦୧୯ ଟୁର୍‌ରେ ଦମଦାର ବୋଲିଂ କରିଥିବାରୁ ତାଙ୍କୁ ବି ଟେଷ୍ଟ ସ୍କ୍ୱାଡରେ ରଖାଯିବ ବୋଲି ଜଣାପଡ଼ିଛି। ଦିନିକିଆ ଟିମ୍‌ରେ ଜାଡେଜା, କୁଲଦୀପ ଓ ଚହଲ ହିଁ ସୁଯୋଗ ପାଇବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe